'ହଷ୍ଟେଲ ଡେଜ୍'ରେ ଶେଷ ଥର ପାଇଁ ହସାଇବେ ରାଜୁ, ଟିଜର ଦେଖି ଭାବୁକ ହେଲେ ପ୍ରଶଂସକ
'ହଷ୍ଟେଲ ଡେଜ୍'ରେ ଶେଷ ଥର ପାଇଁ ହସାଇବେ ରାଜୁ, ଟିଜର ଦେଖି ଭାବୁକ ହେଲେ ପ୍ରଶଂସକ
ମୁମ୍ବାଇ: ପ୍ରାଇମ୍ ଭିଡିଓରେ କ୍ୟାମ୍ପସ୍ ଡ୍ରାମା 'ହଷ୍ଟେଲ ଡେଜ୍' ୱେବ୍ ସିରିଜର ନୂଆ ସିଜିନ୍ ଖୁବ୍ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି । ଏହାର ପ୍ରଥମ ଏବଂ ଦ୍ୱିତୀୟ ସିଜିନ୍ ଦର୍ଶକ ବେସ୍ ପସନ୍ଦ କରିଥିଲେ । ଏବଂ ବର୍ତ୍ତମାନ ଏହାର ତୃତୀୟ ସିଜିନ୍ ମଧ୍ୟ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଯାଉଛି । ତେବେ ଖାସ୍ କଥା ହେଉଛି ଯେ ଏହି ସିଜିନରେ ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ସିଜିନର ଟିଜର ରିଲିଜ୍ ହୋଇଯାଇଛି ଏବଂ ରାଜୁଙ୍କୁ ଶେଷ ଥର ପାଇଁ ପରଦାରେ ଦେଖି ଫ୍ୟାନ୍ସ ଖୁବ୍ ଭାବୁକ ହୋଇପଡିଛନ୍ତି ।

ସୁଚନାଯୋଗ୍ୟ, 21 ସେପ୍ଟେମ୍ବର 2022 ରେ ରାଜୁ ଶ୍ରୀବାସ୍ତବ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହି ଆରପାରିକି ଚାଲିଯାଇଥିଲେ । ଅଗଷ୍ଟ ୧୦ରେ କେମେଡିଆନ୍ ରାଜୁ ଶ୍ରୀବାସ୍ତବ ଜିମ୍ରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ସେ ହଠାତ୍ ତଳେ ପଡ଼ି ଯାଇଥିଲେ । ହୃଦଘାତର ଶିକାର ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଏକ ଡାକ୍ତରୀ ଟିମର ଅବଜରଭେସନରେ ରଖାଯାଇଥିଲା । ହେଲେ 21 ସେପ୍ଟେମ୍ବର 2022ରେ ତାଙ୍କୁ ଦ୍ୱିତୀୟ ଥର ହାର୍ଟ ଅଟାକ୍ ହେବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।
'ହଷ୍ଟେଲ ଡେଜ୍'ରେ ରାଜୁ ଶ୍ରୀବାସ୍ତବ ଜଣେ ଚା' ଦୋକାନି ଭୂମିକାରେ ନଜର ଆସିବେ । ରିଲିଜ୍ ହୋଇଥିବା ଏହି ଟିଜରରେ ସେ କାନ୍ଧରେ ଏକ ଟାୱେଲ ପକାଇଥିବାର ଦେଖିବା ପାଇଁ ମିଳୁଛି । ଏହା ଏକ ଇଞ୍ଜିନିୟରିଂ ଛାତ୍ରଙ୍କ କାହାଣୀ । ଇଞ୍ଜିନିୟରିଂ ତୃତୀୟ ବର୍ଷରେ କିପରି ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ତାହା ହିଁ ସିଜିନରେ ଦେଖିବା ପାଇଁ ମିଳିବ । ଆଜି ପ୍ରାଇମ୍ ଭିଡିଓରେ ଏହି ଟିଜର ରିଲିଜ୍ କରାଯାଇଛି ଯେଉଁଥିରେ ରାଜୁଙ୍କ ଦେଖି ବେଶ୍ ଭାବୁକ ହୋଇ ପଡିଛନ୍ତି ଫ୍ୟାନ୍ସ ।












Click it and Unblock the Notifications