• search
For Quick Alerts
Turn On Notification  
For Daily Alerts

ଗୃହମନ୍ତ୍ରୀଙ୍କ ପାଇଁ ହେବ ପୃଥ୍ବୀରାଜର ସ୍ବତନ୍ତ୍ର ସ୍କ୍ରିନିଂ

|

ନୂଆଦିଲ୍ଲୀ: ପୃଥ୍ବୀରାଜ' ଜୁନ୍ 3 ରେ ମୁକ୍ତିଲାଭ କରିବ । କିନ୍ତୁ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯିବ। ଏହି ସ୍କ୍ରିନିଂ ଫିଲ୍ମ ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍ 1 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ।

movie
ଉଚ୍ଚ ପଦବୀର ଅଧିକାରୀମାନେ ମଧ୍ୟ ଫିଲ୍ମର ସ୍କ୍ରିନିଂ ଦେଖିବା ପାଇଁ ସେଠାରେ ଉପସ୍ଥିତ ରହିବେ । ଫିଲ୍ମର ସ୍କ୍ରିନିଂ ସମୟରେ ଅକ୍ଷୟ କୁମାର, ମାନୁଷୀ ଚିଲ୍ଲର ଏବଂ ଏହାର ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ଡକ୍ଟର ଚନ୍ଦ୍ରପ୍ରକାଶ ଫିଲ୍ମର ସ୍କ୍ରିନିଂ ବିଷୟରେ ଏହି ସୂଚନା ସେୟାର କରିଛନ୍ତି ।

ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, "ଆମ ପାଇଁ ସମ୍ମାନର ବିଷୟ ଯେ ଆମ ଦେଶର ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହା, ଭାରତ ମାତାର ଜଣେ ସାହସୀ ପୁତ୍ର ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଗୌରବମୟ ଜୀବନ ଉପରେ ମହାକାବ୍ୟ ଗାଥାର ସାକ୍ଷୀ ହେବାକୁ ଯାଉଛନ୍ତି, ଯିଏ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। "ତେବେ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ କେଉଁଠାରେ ହେବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ସମ୍ରାଟ ପୃଥ୍ବୀରାଜ ଚୌହାନ ଭୂମିକାରେ ଅଭିନୟ କରୁଥିବାବେଳେ ମାନୁଷୀ ଚିଲ୍ଲର ତାଙ୍କ ପତ୍ନୀ ରାଜକୁମାରୀ ସଂୟୋଗିତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ର ସହିତ ମାନୁଷୀ ବଲିଉଡରେ ଡେବ୍ୟୁ କରୁଛନ୍ତି । ଚଳଚ୍ଚିତ୍ରଟି ଜୁନ୍ 3 ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Home Minister Amit Shah will attend the special screening of Akshay Kumar's much-anticipated period drama 'Prithviraj'
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X