ଗୃହମନ୍ତ୍ରୀଙ୍କ ପାଇଁ ହେବ ପୃଥ୍ବୀରାଜର ସ୍ବତନ୍ତ୍ର ସ୍କ୍ରିନିଂ
ପୃଥ୍ବୀରାଜ' ଜୁନ୍ 3 ରେ ମୁକ୍ତିଲାଭ କରିବ । କିନ୍ତୁ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯିବ। ଏହି ସ୍କ୍ରିନିଂ ଫିଲ୍ମ ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ 1 ରେ ନୂଆଦିଲ୍
ନୂଆଦିଲ୍ଲୀ: ପୃଥ୍ବୀରାଜ' ଜୁନ୍ 3 ରେ ମୁକ୍ତିଲାଭ କରିବ । କିନ୍ତୁ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯିବ। ଏହି ସ୍କ୍ରିନିଂ ଫିଲ୍ମ ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ 1 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ।

ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, "ଆମ ପାଇଁ ସମ୍ମାନର ବିଷୟ ଯେ ଆମ ଦେଶର ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହା, ଭାରତ ମାତାର ଜଣେ ସାହସୀ ପୁତ୍ର ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଗୌରବମୟ ଜୀବନ ଉପରେ ମହାକାବ୍ୟ ଗାଥାର ସାକ୍ଷୀ ହେବାକୁ ଯାଉଛନ୍ତି, ଯିଏ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। "ତେବେ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ କେଉଁଠାରେ ହେବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ସମ୍ରାଟ ପୃଥ୍ବୀରାଜ ଚୌହାନ ଭୂମିକାରେ ଅଭିନୟ କରୁଥିବାବେଳେ ମାନୁଷୀ ଚିଲ୍ଲର ତାଙ୍କ ପତ୍ନୀ ରାଜକୁମାରୀ ସଂୟୋଗିତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ର ସହିତ ମାନୁଷୀ ବଲିଉଡରେ ଡେବ୍ୟୁ କରୁଛନ୍ତି । ଚଳଚ୍ଚିତ୍ରଟି ଜୁନ୍ 3 ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ ।












Click it and Unblock the Notifications