୨୦୨୨ ଛୁଟି ତାଲିକା: ଏହିସବୁ ଦିନରେ ମିଳିବ ୩ ଦିନିଆ ଛୁଟି, ୭ଟି ଛୁଟି ରବିବାର ଦିନ ପଡୁଛି

ଓଡିଶା ସରକାର ୨୦୨୨ ମସିହା ପାଇଁ ଘୋଷଣା କରିଛନ୍ତି ସରରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା। ଆସନ୍ତା ବର୍ଷ ୭ଟି ପ୍ରମୁଖ ଛୁଟି ରବିବାର ଦିନ ପଡୁଥିବା ଯୋଗୁ ସରକାରୀ କର୍ମଚାରୀ ମାନେ ମନ ଦୁଖ କରିବେ ନିଶ୍ଚୟ। ଆପଣ ଯଦି ସରକାରୀ କର୍ମଚାରୀ ଏବଂ କର୍ମ ବ୍ୟସ୍ତତା ଯୋଗୁ ପରିବାର ସହ ଟୁର ପ୍ଳାନ କରିବାକୁ ଚହୁଁଛନ୍ତି ତେବେ ନିରାଶ ହେବା ଆବଶ୍ୟକ ନହିଁ। ଆସନ୍ତା ବର୍ଷ ଆପଣ ଆଗୁଆ ଯୋଜନା କଲେ ସୁବିଧାରେ ତିନି ଚାରି ଦିନ ଛୁଟି ପାଇ ପାରିବେ ପର୍ଯ୍ୟଟନ ତଥା ତୀର୍ଥ ଯାତ୍ରା ପାଇଁ।

Holiday list 2022

ଆସନ୍ତୁ ଜାଣିବା କେବେ ମିଳିବ ୩/୪ ଦିନିଆ ଛୁଟି:

ମାର୍ଚ ମାସରେ ହୋଲି ଏବଂ ଦୋଳ ପୁର୍ଣିମା ଛୁଟି ପଡୁଛି ୧୮ ଓ ୧୯ ତାରିଖ। ୨୦ ତାରିଖଟି ରବିବାର ପଡୁଥିବା ଯୋଗୁ ଆପଣ ଶୁକ୍ରବାର, ଶନିବାର ଏବଂ ରବିବାରକୁ ମିଶାଇ ୩ ଦିନ ଛୁଟି ପାଇ ପାରିବେ । ସେହିପରି ଏପ୍ରିଲ ମାସରେ ବିଷୁବ ସଂକ୍ରାନ୍ତ ଓ ଗୁଡ ଫ୍ରାଇଡେକୁ ମିଶାଇ ଦୁଇ ଦିନ ଛୁଟି ଥିବା ବେଳେ ଶନିବାର ଦିନ ଗୋଟିଏ ଛୁଟି ନେଇ ରବିବାରକୁ ମିଶାଇ ପାଇ ପାରିବେ ୪ ଦିନ ଛୁଟି। ଚଳିତ ବର୍ଷ ବୁଦ୍ଧ ପୁର୍ଣିମା ଦିନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀକୁ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଦିଆନତି ମଇ ମାସ ୧୬ ତାରିଖ ପଡୁଛି, ଯାହାକି ସୋମବାର ଅଟେ। ୧୪ ୨ୟ ଶନିବାର ଏବଂ ୧୫ ତାରିଖ ରବିବାରକୁ ମିଶାଇ ଆପଣ ସୁବିଧାରେ ୩ଦିନ ଛୁଟି ପାଇ ପାରିବେ।

Secretariat

ଅଗଷ୍ଟ ମାସରେ ୧୦ଟି ଛୁଟି:

ଆସନ୍ତା ବର୍ଷ ଅଗଷ୍ଟ ମାସରେ ସ୍ଵାଧୀନତା ଦିବସ ଓ ରବିବାରକୁ ମିଶାଇ ୧୦ଟି ଛୁଟି ଦିବସ ରହିଛି । ୧୧ ତାରିଖ ରାଖୀ ପୁର୍ଣିମା, ୧୨ ତାରିଖ କାର୍ଯ୍ୟ ଦିବସ ଏବଂ ୧୩ ଓ ୧୪ ଯଥାକ୍ରମେ ଶନି ଓ ରବିବାର ରହିଛି । ଶୁକ୍ରବାର ଦିନ ଛୁଟି ନେଲେ ୧୫ ତାରିଖ ଯାଏଁ କ୍ରମାଗତ ଭାବରେ ୫ ଦିନ ଛୁଟିରେ ବାହାର ରାଜ୍ୟକୁ ବୁଲି ଯାଇ ପାରିବେ ସରକାରୀ କର୍ମଚାରୀ।

ଦଶହରାରେ ୩ ଦିନ ଏବଂ ଦୀପାବଳିରେ ୩ ଦିନ ଛୁଟି:

ମହାଷ୍ଟମୀକୁ ମିଶାଇ ୨୦୨୨ ଅକ୍ଟୋବର ୩, ୪ ଓ ୫ ତାରିଖ ୩ ଦିନ ସରକାରୀ ଛୁଟି ରହିଛି । ଆସନ୍ତା ବର୍ଷ ଦୀପାବଳିରେ ୩ ଦିନ ଛୁଟି ମିଳିବ। ୪ର୍ଥ ଶନିବାର ଓ ରବିବାର ପରେ ସୋମବାର ଦିନ ପଡୁଥିବା ଯୋଗୁ ଦୀପାବଳିରେ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି। ମୋଟାମୋଟି ଭାବରେ ସରକାରୀ କର୍ମଚାରୀଙ୍କୁ ୩/୪ ଦିନିଆ ଛୁଟି ମିଳିଯିବ। ତେବେ ଇଚ୍ଛାଧୀନ କୋଟାରେ ଥିବା ମୋଟ ୫ ଟି ଛୁଟି ଆସନ୍ତା ବର୍ଷ ରବିବାର ଓ ୨ୟ ଶନିବାର ପଡୁଥିବା ଯୋଗୁ ଉକ୍ତ ଛୁଟି ଗୁଡିକ ହରାଇବେ କର୍ମଚାରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+