Get Updates
Get notified of breaking news, exclusive insights, and must-see stories!

ବଲିଉଡ ସେଲିବ୍ରିଟିଙ୍କ ହୋଲି ଶୁଭେଚ୍ଛା...

Holi 2025: ରଙ୍ଗର ପର୍ବ ହୋଲିକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ । ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି । ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଆଜିର ଦିନକୁ ବେଶ ଧୂମଧାମରେ ପାଳନ କରୁଛନ୍ତି । ଅନେକ ଷ୍ଟାର ସୋସିଆଲ ମିଡିଆ ମାଧ୍ୟମରେ ନିଜ ବନ୍ଧୁ ଏବଂ ପ୍ରଶଂସକଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର, କିୟାରା ଆଡଭାନୀଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ, ସମସ୍ତେ ପୋଷ୍ଟ କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି।

ମାଧୁରୀ ଦୀକ୍ଷିତ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ହାପି ହୋଲି ପୋଷ୍ଟର ସେୟାର କରିଛନ୍ତି। ଲେଖାଯାଇଛି - ଆପଣଙ୍କ ଜୀବନର ମଜା, ଆନନ୍ଦ ଏବଂ ପ୍ରଚୁର ମିଠାରେ ପରିପୂର୍ଣ୍ଣ ହେଉ ହୋଲି ପର୍ବ । ଏହି ରଙ୍ଗୀନ ପର୍ବ ଆପଣଙ୍କୁ ନିଜ ପ୍ରିୟଜନଙ୍କ ନିକଟତର କରୁ, ହୋଲିର ଶୁଭେଚ୍ଛା।

Holi greetings f

ଅକ୍ଷୟ କୁମାର ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଏକ୍ସରେ ଏକ ପୋଷ୍ଚ ସେୟାର କରି ସେ ଲେଖିଛନ୍ତି, କିଛି ଏପରି ପର୍ବ ଅଛି ଯାହାକୁ କେବଳ ପାଳନ କରାଯାଏ ନାହିଁ ବରଂ ଅନୁଭୂବ କରାଯାଏ । ପିଲାଦିନର ପାଣି ଲଢ଼େଇଠାରୁ ଆରମ୍ଭ କରି ରଙ୍ଗରେ ଭରା ରାସ୍ତା ପର୍ଯ୍ୟନ୍ତ, ହୋଲି ଏପରି ଏକ ପର୍ବ ଯାହା ସବୁଠି ସୁଖଦ ସ୍ମୃତିକୁ ଫେରାଇ ଆଣେ। ହୋଲିର ଶୁଭେଚ୍ଛା...

କ୍ରିତି ସାନନ୍ ତାଙ୍କ ଆଗାମୀ ଫିଲ୍ମ ତେରେ ଇସ୍କ ମେଁର ସେଟ୍‌ରୁ ଏକ ଫଟୋ ସେୟାର କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ଫଟୋରେ ସେ ସହ-କଳାକାର ଧନୁଷ ଏବଂ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ସହ ନଜର ଆସୁଛନ୍ତି । କୃତି କ୍ୟାପସନରେ ଲେଖିଛନ୍ତି - 'ଲାଇଟ୍, କ୍ୟାମେରା, ହୋଲି।' ରଙ୍ଗ କମ୍ ଥିଲେ ମଧ୍ୟ, ପ୍ରେମ ବହୁତ ଥାଏ।

ଅଭିନେତ୍ରୀ କିୟାରା ଆଡଭାନୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ମିଠାର ଫଟୋ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି- ହୋଲିର ଶୁଭେଚ୍ଛା। ସେହିପରି ଅଭିନେତ୍ରା ରକୁଲ ପ୍ରୀତ ମଧ୍ୟ ଏକ ସୁନ୍ଦର ଫଟୋ ସେୟାର କରି ହୋଲି ଶୁଭେଚ୍ଛା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+