Holi 2025: ହୋଲିର ରଙ୍ଗରେ ରଙ୍ଗୀନ ସାରା ଭାରତ; ଭାରତୀୟ ସିନେମାରେ ଛାପ ଛାଡିଛି ହୋଲି

ହୋଲିର ରଙ୍ଗରେ ରଙ୍ଗେଇ ହେଉଛି ସାରା ଭାରତ । ନାଚଗୀତରେ ମସଗୁଲ ହୋଇଛନ୍ତି ଆବାଳବୃଦ୍ଧବନିତା। ଆମ ସଂସ୍କୃତିର ଏକ ଅଙ୍ଗ ନୁହେଁ, ଆମ ସଭ୍ୟତା, ଜନଜୀବନ ଉପରେ ପ୍ରଭାବ ପକାଉଥିବା ଏକ ପର୍ବ । ଏଥିରୁ ବାଦ ପ଼ଡିନି ଭାରତୀୟ ସିନେମା ।

୧୯୪୦ ମସିହାରୁ ଭାରତୀୟ ସିନେମା ସଙ୍ଗୀତରେ ହୋଲି ସ୍ଥାନ ପାଇଛି। ହୋଲି ଗୀତରେ ଅଭିନେତା ଓ ଅଭିନେତ୍ରୀ ପରସ୍ପରର ନିକଟତର ହୋଇଛନ୍ତି। ଅନେକ ସିନେମାର କାହାଣୀରେ ମଧ୍ୟ ଟ୍ଵିଷ୍ଟ ଆଣିଛି ହୋଲିର ଗୀତ। ୧୯୪୦ରେ ଔରତ ଚଳଚ୍ଚିତ୍ରରୁ ଆରମ୍ଭ ହୋଇ ୨୦୧୪ର ରାମଲୀଲାରେ ହୋଲି ଗୀତ ଭାରତୀୟ ସିନେମାକୁ ନୂଆ ରଙ୍ଗ, ସଂଗୀତ ଏବଂ ନୃତ୍ୟର ଅପାର ମାଦକତା ପ୍ରଦାନ କରିଛି।

୧୯୪୦ରେ ମେହବୁବ ଖାନଙ୍କ ଔରତ ଚଳଚ୍ଚିତ୍ରରେ ହୋଲି ଉପରେ ପର‌୍ୟ୍ୟବେଶିତ ଥିଲା ୨ଟି ଗୀତ। ଯମୁନା ତଟ୍ ଶ୍ୟାମ ଖେଲେ ହୋରି ହିନ୍ଦୀ ସିନେମାର ପ୍ରଥମ ହୋଲି ଗୀତ।୧୯୫୦ରେ ଯୋଗିନ୍ ସିନେମାରେ ଦାରୋରେ ସଙ୍ଗ ଦାରୋରେ ରସିୟା ଗୀତରେ ମୀରାଙ୍କ ଭଜନକୁ ବେଶ ନିଖୁଣ ଭାବେ ଦର୍ଶାଇଥିଲେ ନର୍ଗିସ।

Holi 2025

୬୦ ଦଶକରେ ନିର୍ମିତ ଅନେକ ସିନେମାରେ ସ୍ଥାନ ପାଇଥିଲା ହୋଲି ଗୀତ। ତେବେ ୧୯୬୬ରେ ନିର୍ମିତ ଫୁଲ୍ ଔର ପଥରର ଲାୟି ହେ ହଜାରୋ ରଙ୍ଗ ହୋଲି ଅଭିନେତା ଧର୍ମେନ୍ଦ୍ରଙ୍କୁ ଷ୍ଟାରଡମର ମାନ୍ୟତା ଦେଇଥିଲା। ସାରା କଲୋନୀ ହୋଲିର ରଙ୍ଗରେ ରଙ୍ଗେଇ ହେଉଥିବେ ବେଳେ ଏହି ଗୀତରେ ଜଣେ ବିଧବା ମହିଳା ଓ ଜଣେ ଭାଗାବଣ୍ଡଙ୍କ ଗଢି ଉଠୁଥବା ପ୍ରେମକୁ ଚିତ୍ରଣ କରାଯାଇଥିଲା।

ଯେଉଁ ଭାରତୀୟ ସିନେମା ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି, ସେଥିରେ ୧୯୭୦ର ନିର୍ମିତ କଟ୍ଟି ପତଙ୍ଗ ଅନ୍ୟତମ। ଆଜ୍ ନା ଛୋଡେଙ୍ଗେ ଗୀତ ଆଜିବି ଯୁବପୀଢିକୁ କରେ ମତୁଆଲା।

୧୯୭୫ରେ ନିର୍ମିତ ଶୋଲେ କେବଳ ବ୍ଲକ ବଷ୍ଟର ନଥିଲା। ବରଂ ଏହାର ଗୀତ ଓ ସଂଳାପ ମଧ୍ୟ ସିନେମାରେ ଛାପ ଛାଡ଼ିଥିଲ। ହୋଲି ମଣିଷର ଜୀବନରେ କେତେ ସ୍ଥାନ ପାଏ ତାର ନିଚ୍ଛକ ଛାପ ପଡ଼ିଛି ଶୋଲେ ମାଧ୍ୟମରେ। ଗବ୍ଦର ସିଂର କବ୍ ହେ ହୋଲି ଡାଏଲଗ ହେଉ ବା ହୋଲି କେ ଦିନ ଗୀତରେ ଏବେ ବି ଗୁଣୁଗୁଣେଇ ଉଠେ ମନ।

ଅଶୀ ଦଶକ ଠାରୁ ଭାରତୀୟ ସିନେମା ନୂଆ ଦିଗ ପାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ହୋଲି ଗୀତରେ ବି ଭଜନ, ଭାବ ବଦଳରେ ଉତ୍ତର ଭାରତର ନିଚ୍ଛକ ଚିତ୍ରକୁ ଦର୍ଶାଯାଇଥିଲା। ସିଲସିଲା ଚଳଚ୍ଚିତ୍ରର ରଙ୍ଗ ବରଷେ ଭିଗେ ଚୁନରୱାଲି ଆଜିବି ସବୁ ପପ୍, ର‍୍ୟାପ, ଜ୍ୟାଜ୍କୁ ପଛରେ ପକାଇଦିଏ। ପ୍ରଖ୍ୟାତ ସାହିତ୍ୟିକ ହରିବଂଶରାୟ ବଚ୍ଚନଙ୍କ ଲିଖିତ ଗୀତରେ ଅଭିନୟ କରିଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ। ମସାଲ ଫିଲ୍ମର ହୋଲି ଆୟି, ହୋଲି ଆୟି ହେଉ ବା ଆଖିର କ୍ୟୁଁର ସାତ୍ ରଙ୍ଗ ମେଁ ଖେଲରେ ଏବେ ବି ଝୁମି ଉଠେ ପାଦ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+