Holi 2025: ଓଡ଼ିଆ ସିନେ ପରଦାରେ ହୋଲି, “ନେ ନେ ନେ ରଙ୍ଗ ଟିକେ ଦେଲି

ଆମ ସଂସ୍କୃତି ଏବଂ ଆମ ପରମ୍ପରାର ଏକ ଅଂଶ ହୋଲି। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ହୋଲିକୁ ସ୍ଵତନ୍ତ୍ର ସ୍ଥାନ ମିଳିଛି। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ହୋଲି ଗୀତ ଦର୍ଶକଙ୍କ ମନରେ ବେଶ୍ ଛାପଛାଡ଼ିଛି।

ଓଡ଼ିଆ ସିନେ ପରମ୍ପରାରେ ହୋଲିକୁ ନେଇ ଅନେକ ଗୀତ ହୋଇଛି। ଆଉ ଏହି ଗୀତଗୁଡ଼ିକ ବିନା ହୋଲି ଅଧୁରା ଲାଗେ। ଓଡ଼ିଆ ଫିଲ୍ମ ଏବଂ ସେଥିରେ ରହିଥିବା ହୋଲି ଗୀତ ସମ୍ପର୍କରେ ଜାଣିବା।

Holi 2025

"ସାଧବ ବୋହୂଟି ପରି ରଙ୍ଗର ପସରା ଧରି ଆସିଛି ଫଗୁଣ ହୋଲି"

ଓଡ଼ିଆ ଚଳଚ୍ଚିତ୍ରର ପରିଚିତ ହୋଲି ଗୀତ ହେଉଛି "ସାଧବ ବୋହୂଟି ପରି ରଙ୍ଗର ପସରା ଧରି ଆସିଛି ଫଗୁଣ ହୋଲି"। 'ମନ ରହିଗଲା ତୁମରି ଠାରେ' ଚଳଚ୍ଚିତ୍ରର ଏହି ହୋଲି ଗୀତ ଆଜି ବି ହୋଲିରେ ଲୋକଙ୍କୁ ଝୁମେଇବାକୁ ସଖମ।

ଏହି ଗୀତ ସହିତ ସ୍କ୍ରିନରେ ହୋଲି ଖେଳ ବେଶ୍ ଜମିଥିଲା। ସୂରାପ ନାୟକଙ୍କ ସଂଗୀତ ନିର୍ଦ୍ଦେଶନାରେ ସୁବାସ ଦାସ, ଟି. ସୌରୀ, ଇରା ମହାନ୍ତି ଓ ନିଜେ ସ୍ଵରୂପ ନାୟକ ଏହି ଗୀତଟିକୁ ଗାଇଥିଲେ।

"ନେ ନେ ନେ ରଙ୍ଗ ଟିକେ ଦେଲି" ହୋଲି ଗୀତ

ଆଉ ଏକ ମନଛୁଆଁ ଓଡ଼ିଆ ହୋଲି ଗୀତ ହେଉଛି, "ନେ ନେ ନେ ରଙ୍ଗ ଟିକେ ଦେଲି"। ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର 'ଦିଓ୍ଵାନା'ରେ ଏହି ଗୀତଟିକୁ ନେଇ ସେ ସମୟରେ ବେଶ ଚର୍ଚ୍ଚା ହୋଇଥିଲା। କେବଳ ସେତିକି ନୁହେଁ ଆଜି ବି ହୋଲିରେ ଏହି ଗୀତ ବଜାଇବାକୁ ସଂଗୀତ ପ୍ରେମୀ ଭୁଲନ୍ତି ନାହିଁ।

ଏହି ଗୀତର ଦୃଶ୍ୟରେ ଓଡ଼ିଆ ସିନେମା ଅଭିନେତା ଅନୁଭବ ମହାନ୍ତିଙ୍କ ସହ ହାସ୍ୟ କଳାକାର ପପୁ ପମପମଙ୍କୁ ଦେଖିବାକୁ ମିଳିଥିଲା। ମଳୟ ମିଶ୍ର ଏହି ଗୀତର ସ୍ୱର ସଜାଇ ଥିବାବେଳେ ଗୀତଟିକୁ ଗାଇଥିଲେ ବଲିଉଡ କଣ୍ଠଶିଳ୍ପୀ ବିନୋଦ ରାଠୋର ଓ ଇରା ମହାନ୍ତି।

ବଳିଦାନ'ର ହୋଲି ଗୀତ

"ହୋଲି ହୋଲିରେ ହୋଲି...ରଙ୍ଗ ରଙ୍ଗେଲି ନାଲି ନାଚେ ଆଜିରେ ଝୁଲି ଝୁଲି" ଓଡ଼ିଆ ଚଳଚ୍ଚିତ୍ର 'ବଳିଦାନ'ର ଏହି ହୋଲି ଗୀତ ନିଶ୍ଚୟ ସମସ୍ତଙ୍କର ମନେଥିବ। ହୋଲି ଆସିଲେ ସଂଗୀତ ପ୍ରେମୀ ଏହି ଗୀତର ତାଳେ ତାଳେ ପାଦ ଉଠାଇବାକୁ ଭୁଲନ୍ତି ନାହିଁ।

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୮୯ ପରଦାକୁ ଆସିଥିଲା। ସେ ସମୟରେ ଏହି ଫିଲ୍ମ ଏବଂ ହୋଲି ଗୀତ ଉଭୟକୁ ନେଇ ଚର୍ଚ୍ଚା ଜୋର ହେଉଥିଲା। ଆଜିବି ହୋଲିରେ ଏହି ଗୀତର କ୍ରେଜ କମି ନାହିଁ। ଏହି ଗୀତରେ ଅଭିନେତା ପ୍ରଶାନ୍ତ ନନ୍ଦ, ମମତା ଶଙ୍କର, ଜୟୀ, ନରି ଓ ବାଙ୍କୁ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଥିଲା।

"ଧରି ରଙ୍ଗ ପିଚକାରୀ ଋତୁ ଆସିଲା"

ଓଡ଼ିଆ ଚଳଚ୍ଚିତ୍ର 'ତୋର ମୋର ଯୋଡ଼ି ସୁନ୍ଦର'ର ହୋଲି ଗୀତ "ଧରି ରଙ୍ଗ ପିଚକାରୀ ଋତୁ ଆସିଲା, ଦେହରେ ମନରେ ରଙ୍ଗ ଲଗେଇ ଦେଲା" ଗୀତ ପରଦାରେ ଦର୍ଶକ ଯେତିକି ଝୁମି ଥିଲେ ଆଜିବି ହୋଲି ଆସିଲେ ଏହି ଗୀତ ଦର୍ଶକଙ୍କ ମନରେ ହଲଚଲ ସୃଷ୍ଟି କରେ। ଏହି ଗୀତରେ ଦେଖିବାକୁ ମିଳିଥିଲା ସବ୍ୟସାଚୀ, ଅର୍ଚ୍ଚିତା ଓ ଅର୍ପିତାଙ୍କୁ।

କେବଳ ଏତିକି ନୁହେଁ ଆହୁରି ଅନେକ ଓଡ଼ିଆ ହୋଲି ଗୀତ ବଜାରକୁ ଆସିଛି। ହୋଲି ଆସିଲେ ଏହି ଗୀତଗୁଡ଼ିକ ଗଳି କନ୍ଦିରେ ଶୁଣିବାକୁ ମିଳୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+