କଙ୍ଗନା ରଣାୱତଙ୍କ ହୋଲି ସେଲିବ୍ରେସନ୍, 'ଚନ୍ଦ୍ରମୁଖୀ ୨'ସେଟରୁ ସେୟାର କଲେ ଭିଡିଓ

କଙ୍ଗନା ରଣାୱତଙ୍କ ହୋଲି ସେଲିବ୍ରେସନ୍, 'ଚନ୍ଦ୍ରମୁଖୀ ୨'ସେଟରୁ ସେୟାର କଲେ ଭିଡିଓ ।

 Kangana Ranaut

ମୁ୍ମ୍ବାଇ: ଆଜି ଅର୍ଥାତ୍ ୮ ମାର୍ଚ୍ଚ, ୨୦୨୩ରେ ହୋଲି ପର୍ବ ସାରା ଦେଶରେ ପାଳନ କରାଯାଉଛି । ବିନା ରଙ୍ଗରେ ହୋଲି ପର୍ବ ଅସମ୍ପୂର୍ଣ୍ଣ । ବଲିଉଡ ଠାରୁ ଆରମ୍ଭ କରି ଟେଲିଭିଜନ ତାରକାଙ୍କ ପର୍ଯ୍ୟନ୍ତ ସମସ୍ତ ବେଶ୍ ଧୂମଧାମରେ ଆଜିର ଦିନକୁ ସେଲିବ୍ରେଟ୍ କରୁଛନ୍ତି । ବି-ଟାଉନର କୁଇନ୍ କଙ୍ଗନା ରଣାୱତ୍ ମଧ୍ୟ ହୋଲି ଖେଳିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

କଙ୍ଗନା ରଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨' (Chandramukhi 2)କୁ ନେଇ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି । ଯାହାର ସୁଟିଂରେ ବେଶ୍ ବ୍ୟସ୍ତ ଅଛନ୍ତି ଅଭିନେତ୍ରୀ ଏବଂ ଚଳିତ ବର୍ଷ ହୋଲି ମଧ୍ୟ ଏହି ଫିଲ୍ମର ଶୁଟିଂ ସେଟରେ ହିଁ ପାଳନ କରିଛନ୍ତି କଙ୍ଗନା ଏବଂ ଫିଲ୍ମର ପୁରା ଟିମ୍ । ଅଭିନେତ୍ରୀ ଏହାର ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ କଙ୍ଗନା ଧଳା ରଙ୍ଗର ଡ୍ରେସ ସହ କଳା ଚଷମା ପିନ୍ଧିଥିବାର ନଜର ଆସୁଛନ୍ତି । ଏହି ଭିଡିଓ ସେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି, ହୋଲିର ଆଜି ସକାଳ ଚନ୍ଦ୍ରମୁଖୀ ସେଟରେ ।

କଙ୍ଗନା ରାନାୱତଙ୍କ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨' ୨୦୦୫ରେ ମୁକ୍ତିଲାଭ କରିଥିବା 'ଚନ୍ଦ୍ରମୁଖୀ'ର ସିକ୍ୱେଲ। ସୁପରଷ୍ଟାର ରଜନୀକାନ୍ତ ଏବଂ ଜ୍ୟୋତିକାଙ୍କୁ ପ୍ରଥମ ଭାଗରେ ଦେଖିବା ପାଇଁ ମିଳିଥିଲା । ଯାହା ବକ୍ସଅଫିସରେ ହିଟ୍ ପ୍ରମାଣିତ ହୋଇଥିଲା । ଏବେ ଦେଖିବା ବାକି ରହିଲା କଙ୍ଗନାଙ୍କ ଯାଦୁ ତାଙ୍କ ଅନ୍ଦାଜ୍ ଦର୍ଶକଙ୍କୁ ଇନପ୍ରେସ କରି ପାରୁଛି କି
ନାହିଁ ।

ତେବେ କଙ୍ଗନା ରଣାୱତ ତାଙ୍କ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨'ର ସୁଟିଂ କରୁଥିବା ବେଳେ ତାଙ୍କ ଆଗାମୀ ଫିଲ୍ମ 'Emergency'କୁ ନେଇକି ମଧ୍ୟ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ । ବିଶେଷ କଥା ହେଉଛି କଙ୍ଗନା ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ କଙ୍ଗନା । ତାଙ୍କୁ ଏହି ଭୂମିକାରେ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ଉତ୍ସାହିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+