ବି-ଟାଉନରେ ହୋଲି ସେଲିବ୍ରେସନ୍, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସଲମାନ, ଶିଳ୍ପାଙ୍କ ପରି ଷ୍ଟାର
ଆଜିଠୁ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍ । ବି-ଟାଉନରେ ରଙ୍ଗର ପର୍ବକୁ ବେଶ୍ ଧୂମଧାମରେ ପାଳନ କରୁଛନ୍ତି ସେଲିବ୍ରିଟି । ସମସ୍ତ ବଲିଉଡ ସେଲିବ୍ରେଟମାନେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ହୋଲିର ( ହୋଲି ୨୦୨୩) ଶୁଭେଚ୍ଛା ଜଣାଇଛନ୍ତି ।

Holi 2023: ଆସନ୍ତା କାଲି ହୋଲି ହେଲେ ଅନେକ ସ୍ଥାନରେ ଆଜିଠୁ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍ । ବି-ଟାଉନରେ ରଙ୍ଗର ପର୍ବକୁ ବେଶ୍ ଧୂମଧାମରେ ପାଳନ କରୁଛନ୍ତି ସେଲିବ୍ରିଟି । ସମସ୍ତ ବଲିଉଡ ସେଲିବ୍ରେଟମାନେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ହୋଲିର ( ହୋଲି ୨୦୨୩) ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୀ ସିନେମାର ମେଗା ସୁପରଷ୍ଟାର ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଶିଳ୍ପା ଶେଟ୍ଟୀଙ୍କ ପର୍ଯ୍ୟନ୍ତ ଅନେକ କାଳାକାରଙ୍କ ପୋଷ୍ଟ ଏବେ ହେଉଛି ଭାଇରାଲ ।
ହୋଲି ଅବସରରେ ସୁପରଷ୍ଟାର ସଲମାନ ଖାନ ନିଜ ଇନଷ୍ଟାଗ୍ରାମ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଅଭିନେତା କ୍ୟାପସନରେ ଲେଖିଛନ୍ତି, ମୋ ତରଫରୁ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ସଲମାନ ଖାନଙ୍କ ବ୍ୟତୀତ ବି-ଟାଉନର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ହୋଲିର ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରିଛନ୍ତି । ଏହା ସହିତ ଶିଳ୍ପା କ୍ୟାପସନରେ ଲେଖିଛନ୍ତି ଯେ- ହୋଲି ରଙ୍ଗର ପର୍ବ, ଚଳିତ ବର୍ଷର ହୋଲି ଆପଣଙ୍କ ଜୀବନରେ ଖୁସି ଏବଂ ସଫଳତାର ରଙ୍ଗ ଭରିଦେଉ... ହାପି ହୋଲି । ଶିଳ୍ପା ଶେଟ୍ଟୀ ଏବଂ ସଲମାନ ଖାନଙ୍କ ବ୍ୟତୀତ ଅନ୍ୟ ସେଲିବ୍ରେଟମାନେ ମଧ୍ୟ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଭିନେତା ବରୁଣ ଧୱନ ମଧ୍ୟ ଏକ ସୁନ୍ଦର ଭିଡିଓ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତାଙ୍କର ଏହି
ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଫ୍ୟାନ୍ସ ମଧ୍ୟ ନିଜ ପ୍ରିୟ ଷ୍ଟାରଙ୍କୁ ଏହି ଖାସ ଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ କ୍ରିତି ସାନନ ନିଜ ପରିବାର ସହ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ ଅମିତାଭ ବଚ୍ଚନ, ଅନନ୍ୟା ପାଣ୍ଡେ, ସାହିଦ କପୁର ଏବଂ ଭୁମି ପେଡନେକରଙ୍କ ପରି ଅନେକ ସେଲିବ୍ରିଟି ହୋଲି ଅବଶରରେ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।












Click it and Unblock the Notifications