Hrithik Roshan Birthday: ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ ହ୍ରିତିକ୍ ରୋଶନ୍, କହିପାରୁ ନଥିଲେ କଥା...
Hritik Roshan Birthday: ବଲିଉଡର 'ଗ୍ରୀକ୍ ଗଡ୍' ଭାବେ ପ୍ରସିଦ୍ଧ ହ୍ରିତିକ୍ ରୋଶନ୍ ଆଜି ନିଜ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି । ଅଭିନେତା ତଥା ନିର୍ଦ୍ଦେଶକ ରାକେଶ ରୋଶନଙ୍କ ପୁଅ ହ୍ରିତିକ ରୋଶନ 2000 ମସିହାରେ ଫିଲ୍ମ 'କହୋ ନା ପ୍ୟାର ହୈ' ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିନେମା ତାଙ୍କୁ ବଲିଉଡରେ ଏକ ନୂଆ ପରିଚୟ ଦେଇଥିଲା ।
ନିଜର ଫିଟନେସ୍ ଏବଂ ଡ୍ୟାନ୍ସ ପାଇଁ ମଧ୍ୟ ପ୍ରସିଦ୍ଧ ହ୍ରିତିକ୍ ଦୁନିଆର 10 ହ୍ୟାଣ୍ତସମ୍ ଅଭିନେତାଙ୍କ ମଧ୍ୟରେ ସାମିସ ଅଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ତାଙ୍କ ବିଷୟରେ କିଛି ଖାସ୍ କଥା ଜାଣିବା ।

ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନରେ ରାଜ୍ କରୁଥିବା ଏହି ବଲିଉଡ ସୁପରଷ୍ଟାରଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ଯେ ସେ ପିଲାଦିନରେ ଏକ ଗୁରୁତର ରୋଗରେ ପିଡିତ ଥିଲେ , ଯେଉଁଥିପାଇଁ ତାଙ୍କୁ ନିଜ ପିତାଙ୍କଠୁ ଗାଳି ମଧ୍ୟ ଶୁଣିବାକୁ ପଡୁଥିଲା । ଶିଶୁ କଳାକାର ଭାବରେ କାର୍ଯ୍ୟ କରୁଥିବା ହ୍ରିତିକ ରୋଶନ ପିଲାଦିନରୁ ହିଁ ଅଭିନୟ କରିବାକୁ ପସନ୍ଦ କରୁଥିଲେ । ସେ ଛୁଆବେଳୁ ହିଁ ଅଭିନେତା ହେବାକୁ ଚାହୁଁଥିଲେ, କିନ୍ତୁ ଅସୁସ୍ଥତା ତାଙ୍କ ରାସ୍ତାର ବାଧକ ସାଜିଥିଲା ।
ବାସ୍ତବରେ, ହ୍ରିତିକ ପିଲାଦିନରେ ଠିକ୍ ସେ କଥା କହିପାରୁ ନଥିଲେ, ଅର୍ଥାତ୍ ସେ ସ୍ପଷ୍ଟ ଭାବରେ କଥା ହୋଇପାରୁ ନଥିଲେ । 2009ରେ ଫରାହ ଖାନଙ୍କ ସୋ 'ତେରେ ମେରେ ବିଚ ମେ'ରେ ଅଭିନେତା ହ୍ରିତିକ୍ ନିଜେ ଏହି କଥା କହିଥିଲେ । ସେ କହିଥିଲେ ଯେ ୬ ବର୍ଷ ବୟସରୁ ତାଙ୍କର ଏହି ରୋଗ ଆରମ୍ଭ ହୋଇଥିଲା ଯେଉଁଥି ପାଇଁ ସେ ସ୍କୁଲ ଯିବା ପାଇଁ ମଧ୍ୟ ଇଛା କରୁ ନଥିଲେ, କାରଣ ପିଲାମାନେ ତାଙ୍କର ପରିହାସ କରୁଥିଲେ ।
ପ୍ରାୟ 35 ବର୍ଷ ବୟସ ପର୍ଯ୍ୟନ୍ତ ସେ ଏହି ରୋଗରେ ପିଡିତ ଥିଲେ । ଯେଉଁଥି ପାଇଁ ତାଙ୍କ ଅଭିନୟ କ୍ୟାରୟର ମଧ୍ୟ ପ୍ରଭାବିତ ହୋଇଥିଲା । ଏପରିକି ସେ ଚଳଚ୍ଚିତ୍ରର ସ୍କ୍ରିପ୍ଟ ମଧ୍ୟ ସଠିକ୍ ଭାବେ କହି ପାରୁ ନଥିଲେ । ହେଲେ ପରବର୍ତ୍ତି ସମୟରେ ସେ ତାଙ୍କ ସମସ୍ୟାର ସମାଧାନ କରିଥିଲେ ଚିକିତ୍ସା ଆରମ୍ଭ କରିଥିଲେ ଏବଂ ସୁସ୍ଥ ମଧ୍ୟ ହୋଇଯାଇ ଥିଲେ । ୱେଲ୍ ବର୍ତ୍ତମାନ ହ୍ରିତିକ୍ ତାଙ୍କ ଆଗାମୀ ଫିଲ୍ମ ଫାଇଟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯାହା ଜାନୁଆରୀ ୨୫ ତାରିଖରେ ମୁକ୍ତିଲାଭ କରିବ । ଫ୍ୟାନ୍ସ ବେଶ ଉତ୍ସାହର ସହ ଏହି ସିନେମାକୁ ୱେଟ୍ କରିଛନ୍ତି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications