ସାରା ଦେଶରେ ରିଲିଜ ହେଲା ଓଡିଆ ଫିଲ୍ମ ‘ଦମନ’ ହିନ୍ଦୀ ଭର୍ସନ
ସାରା ଦେଶ ଦେଖିଲା ଏକ ଓଡିଆ ଚଳଚ୍ଚିତ୍ରର ହିନ୍ଦୀ ଭର୍ସନ । ଗତ ୨୦୨୨ ନଭେମ୍ବର ୪ ତାରିଖରେ ଓଡିଆ ଭାଷାରେ ରିଲଜ ହୋଇଥିବା ଫିଲ୍ମ ଦମନ ଏବେ ସାରା ଦେଶ ତଥା ବିଦେଶରେ ହିନ୍ଦୀ ଭାଷାରେ ରିଲିଜ ହୋଇଛି ।
ଭୁବନେଶ୍ୱର: ସାରା ଦେଶ ଦେଖିଲା ଏକ ଓଡିଆ ଚଳଚ୍ଚିତ୍ରର ହିନ୍ଦୀ ଭର୍ସନ । ଗତ ୨୦୨୨ ନଭେମ୍ବର ୪ ତାରିଖରେ ଓଡିଆ ଭାଷାରେ ରିଲଜ ହୋଇଥିବା ଫିଲ୍ମ ଦମନ ଏବେ ସାରା ଦେଶ ତଥା ବିଦେଶରେ ହିନ୍ଦୀ ଭାଷାରେ ରିଲିଜ ହୋଇଛି । ଆଜି ସାରା ଦେଶରେ ୫୦୦ ହଲରେ ମୁକ୍ତିଲାଭ କରିଛି 'ଦମନ' ।

ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ' ହୋଇଛି । ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାଶମହାପାତ୍ରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟମାନେ ପ୍ରିମିୟର୍ ସୋ ରେ ସାମିଲ ହୋଇଛନ୍ତି । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମ୍ଡିବି ରେଟିଂରେ ୯.୭ ପାଇ ଆର୍ଆର୍ଆର୍, କେଜିଫ୍-୨କୁ ପଛରେ ପକାଇଥିଲା ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ପଏଣ୍ଟ ୮.୩ରେ ପହଞ୍ଚିଛି ।
ସୂଚନାଥାଉ କି, ୨୦୨୨ ନଭେମ୍ବର ୪ରେ ସତ୍ୟ ଘଟଣା ଉପରେ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା 'ଦମନ' । ରାଜ୍ୟର ୪୩ଟି ହଲ୍ରେ ଏହା ମୁକ୍ତିଲାଭ କରିଥିଲା। ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ଏଥିସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା । ଏହାର ଲୋକପ୍ରିୟତା ବୃଦ୍ଧି ଯୋଗୁଁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ ଲାଗି ଇଚ୍ଛା ପ୍ରକାଶ କରିଥିଲେ ।
ଜେପି ମୋସନ୍ ପିକଚର୍ସ ବ୍ୟାନରରେ ଓ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ । କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି ।












Click it and Unblock the Notifications