Get Updates
Get notified of breaking news, exclusive insights, and must-see stories!

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ; ରକି ଜୟସ୍ୱାଲଙ୍କ ସହ କଲେ ବିବାହ

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ସିନେ ନିର୍ଦ୍ଦେଶକ ତଥା ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ ରକି ଜୟସ୍ୱାଲଙ୍କ ସହ ବିବାହ କରିଛନ୍ତି ।

Hina Khan

କ୍ୟାନ୍ସର ସହିତ ଲଢ଼ୁଥିବା ଏହି ଅଭିନେତ୍ରୀ ନିଜ ଜୀବନକୁ ଏକ ନୂତନ ମୋଡ଼ ଦେଇଛନ୍ତି । ଟିଭି ଜଗତ ଛାଡି ବଲିଉଡ ଏବଂ ଓଟିଟି ଜଗତରେ ନିଜର ପରିଚୟ ସୃଷ୍ଟି କରିଥିବା ହିନା ଖାନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । 'ୟେ ରିସ୍ତ କ୍ୟା କେହଲାତା ହେ'ରେ ଅକ୍ଷରା ଭାବରେ ଘରେ ଘରେ ପରିଚିତ ହୋଇଥିଲେ । ଏହି ଶୋ' ହିନାଙ୍କ ବହୁତ ଲକି ଥିଲା କାରଣ ନେମ୍ ଫେମ୍ ସହ ତାଙ୍କୁ ନିଜ ଜୀବନ ସାଥି ମଧ୍ୟ ମିଳିଥିଲା ।

ମଜାମସ୍ତିରୁ ଆରମ୍ଭ ହୋଇଥିବା ବନ୍ଧୁତା ଧୀରେ ଧୀରେ ପ୍ରେମର ରୂପ ନେଇଥିଲା । ପରେ ସେମାନଙ୍କ ସମ୍ପର୍କ ଏତେ ଦୃଢ଼ ହୋଇଥିଲା ଯେ ୧୦ ବର୍ଷରୁ ଅଧିକ ସମୟ ଡେଟିଂ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ନିକଟରେ ହିନା ଖାନ ସିକ୍ରେଟଲି ନିଜ ଲଙ୍ଗ୍ ଟାଇମ୍ ବଏଫ୍ରେଣ୍ଡ ରକିଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବିବାହ ଏକ ଫ୍ୟାରି ଟେଲ୍ ପରି ଦେଖାଯାଉଛି । ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ବିବାହର ଫଟୋ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି । ବିବାହର ପ୍ରତ୍ୟେକ ଫଟୋ ବହୁତ ସୁନ୍ଦର ଦେଖାଯାଉଛି ।

ସାମ୍ନାକୁ ଆସିଥିବା ଫଟୋଗୁଡ଼ିକରେ, ହିନା ଖାନ ଏବଂ ରକି ଜୟସୱାଲ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳିଛି । ହିନା ବୁଧବାର ଅର୍ଥାତ ଜୁନ୍ ୪ରେ ତାଙ୍କ ଲଙ୍ଗ୍ ଟାଇମ୍ ବଏଫ୍ରେଣ୍ଡ ରକି ଜୟସୱାଲଙ୍କୁ ବିବାହ କରିଛନ୍ତି । ରକି ଏକ ହ୍ୱାଇଟ କୁର୍ତ୍ତା-ପାଇଜାମା ପିନ୍ଧିଛନ୍ତି ।

ଅନ୍ୟପକ୍ଷରେ ହିନା ଖାନ ଏକ ଲାଇଟ ଗ୍ରୀନ କଲରର ରେଶମ ଶାଢ଼ି ପିନ୍ଧିଛନ୍ତି । ଏହା ସହିତ ଲାଇଟ ପିଙ୍କ୍ ଓଢ଼ଣା ହିନାଙ୍କ ଲୁକକୁ ଏକ ସୁନ୍ଦର ଫିନିସ୍ ଦେଇଛି । ଏହି ଶାଢ଼ି ମନୀଷ ମଲୋହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି । ତାଙ୍କର ଷ୍ଟଡେଡ୍ ଜୁଏଲାରୀ ମଧ୍ୟ ମନୀଷ ମଲୋହୋତ୍ରା କଲେକ୍ସନରୁ ଆସିଛି ।

ଆପଣଙ୍କୁ କହି ରଖୁଛୁ ଯେ, ହିନା ଖାନ ୨୦୦୯ ମସିହାରେ 'ୟେ ରିସ୍ତ କ୍ୟା କେହଲାତା ହେ' ସେଟରେ ତାଙ୍କ ସ୍ୱାମୀ ରକି ଜୟସୱାଲଙ୍କୁ ଭେଟିଥିଲେ । ଯେଉଁଠାରେ ରକି ଜଣେ ପ୍ରଯୋଜକ ଥିଲେ । ସେମାନଙ୍କର ପ୍ରେମ ରିଆଲିଟି ଶୋ 'ବିଗ୍ ବସ୍ ୧୧'ରେ ଦେଖାଯାଇଥିଲା, ଯେଉଁଠାରେ ରକି ହିନାଙ୍କୁ ସପୋର୍ଟ କରିବାକୁ ଆସିଥିଲେ । ଲୋକମାନଙ୍କୁ ସେମାନଙ୍କ ଯୋଡ଼ି ବହୁତ ପସନ୍ଦ ଆସିଥିଲା । ଉଭୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ଉଭୟ ପରସ୍ପରଙ୍କ ପରିବାର ସହିତ ମଧ୍ୟ ବହୁତ ନିକଟତର ।

ଉଭୟ ଏକାଠି ଭ୍ୟାକେସନ ଏଞ୍ଜଏ କରିବା ଠାରୁ ଆରମ୍ଭ କରି ଫେଷ୍ଟିଭାଲ ସେଲିବ୍ରେଟ କରିବା ପର୍ଯ୍ୟନ୍ତ ସବୁଠାରେ ଏକାଠି ନଜର ଆସନ୍ତି । ଯେତେବେଳେ ଅଭିନେତ୍ରୀଙ୍କ ଠାରେ କ୍ୟାନ୍ସର ଚିହ୍ନଟ ହୋଇଥିଲା, ସେତେବେଳେ ମଧ୍ୟ ରକି ତାଙ୍କ ହାତ ଛାଡ଼ିନଥିଲେ । ତାଙ୍କୁ ହସ୍ପିଟାଲ ନେବାଠାରୁ ଆରମ୍ଭ କରି ତାଙ୍କର ଯତ୍ନ ନେବା ପର୍ଯ୍ୟନ୍ତ ରକି ସବୁକିଛି କରିଥିଲେ । ଉଭୟଙ୍କ ଲଭ୍ ଷ୍ଟୋରି କୌଣସି ଫିଲ୍ମ ଠାରୁ କମ୍ ନୁହେଁ । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ନିଜ ପ୍ରେମକୁ ଏକ ନୂଆ ମୋଡ଼ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+