ଅଭିନେତ୍ରୀ ହିନା ଖାନଙ୍କୁ ସ୍ତନ କର୍କଟ, ସେୟାର କଲେ ଏପରି ପୋଷ୍ଟ
Hina Khan Cancer: ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ସେ କର୍କଟ ରୋଗର ଷ୍ଟେଜ୍ ୩ରେ ଅଛନ୍ତି । ଜୁନ୍ ୨୮ ତାରିଖ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜେ ଫ୍ୟାନ୍ସଙ୍କୁ ଏନେଇ ସୂଚନା ଦେଇଛନ୍ତି । ଯାହା ପରେ ସିନେ ଜଗତରେ ଶୋକର ଛାୟ ଖେଳିଯାଇଛି । ଫ୍ୟାନ୍ସ ମଧ୍ୟ ହିନାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି ।

ନିଜ ସ୍ତନ କର୍କଟକୁ ନେଇ ସୂଚନା ଦେଇ ହିନା ଖାନ କହିଛନ୍ତି ଯେ ତାଙ୍କର ଗୋପନୀୟତା ପ୍ରତି ଧ୍ୟାନ ଦେବା ଉଚିତ୍। ହିନା ଖାନ କହିଛନ୍ତି, ମୁଁ ଆପଣ ମାନଙ୍କ ଭଲପାଇବାକୁ ସମ୍ମାନ ଦେଉଛି ହେଲେ ଏହି ସମୟରେ ଆମର ପ୍ରାଇଭେସିକୁ ଗୁରୁତ୍ୱଦେବା ଉଚିତ । ମୋର ଚିକିତ୍ସା ଜାରି ରହିଛି,ମୋର ଏବଂ ମୋ ପରିବାରର ବିଶ୍ୱାସ ରହିଛି ଖୁବ୍ ଶୀଘ୍ର ମୁଁ ଏହି ରୋଗକୁ ହରାଇବି ଏବଂ ସୁସ୍ଥ ହୋଇଯିବି । ମୋ ପାଇଁ ପ୍ରାର୍ଥନା କରନ୍ତୁ ।
ଟିଭି ଶୋ 'ୟେ ରିସ୍ତା କ୍ୟାୟା କେହଲତା ହୈ' ଜରିଆରେ ହିନା ଖାନଙ୍କୁ ଘରେ ଘରେ ଏକ ନୂଆ ପରିଚୟ ମିଳିଥିଲା ।; ଏହି ସୋ'ରେ ତାଙ୍କ ଅଭିନୟ ସାରା ଦେଶର ମନ ଜିଣିଥିଲା । ହିନା ଖାନ ଟିଭିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଏହା ପରେ ହିନା ଖାନ ବିଗ୍ ବସ୍ 11'ରେ ମଧ୍ୟ ଭାଗ ନେଇଥିଲେ, ସେ ଶୋ'ଜିତି ନଥିଲେ ହେଲେ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ ।
ଟେଲିଭିଜନ ଶୋ ବ୍ୟତୀତ ହିନା ଖାନ ୱେବ୍ ସିରିଜ୍ ଏବଂ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ଏହାଛଡା ହିନା ଖାନଙ୍କ ଅନେକ ମ୍ୟୁଜିକ୍ ଭିଡିଓ ମଧ୍ୟ ରହିଛି ।












Click it and Unblock the Notifications