ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆରମ୍ଭ ହେଲା ଫିଲ୍ମ 'ହେରା ଫେରି ୩' ସୁଟିଂ

ଆରମ୍ଭ ହେଲା 'ହେରା ଫେରି ୩' ସୁଟିଂ ।

hera pheri 3

ମୁମ୍ବାଇ:ପୁଣି ଦେଖିବା ପାଇଁ ମିଳିବ ଖିଲାଡି କୁମାରଙ୍କ କମାଲ । ଏଥର ନୂଆ ଅନ୍ଦାଜରେ କରିବେ ଏଣ୍ଟରଟେନ୍ । ଫିଲ୍ମ 'ହେରା ଫେରି'କୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଛି । 'ହେରା ଫେରି ୩'ରେ ଅକ୍ଷୟଙ୍କୁ କାର୍ତ୍ତିକ୍ ରିପ୍ଲେସ୍ କରି ପାରନ୍ତି ବୋଲି ସୂଚନା ରହିଥିଲା । କିନ୍ତୁ ବର୍ତ୍ତମାନ ଖବର ଅନୁସାରେ, ଫିଲ୍ମର ତୃତୀୟ ସିକ୍ୱେଲରେ ମଧ୍ୟ ଅକ୍ଷୟ କୁମାରଙ୍କୁ ହିଁ ରାଜୁ ଭୂମିକାରେ ଦେଖିବା ପାଇଁ ମିଳିବ ।

ଆରମ୍ଭ ହେଲା ଫିଲ୍ମର ସୁଟିଂ

'ହେରା ଫେରି ୩' ର ନିର୍ଦ୍ଦେଶନା ଅନିଜ୍ ବଜମି ନୁହେଁ ବରଂ ଫରହାଦ୍ ସାମଜୀ କରିବେ। ଏଥି ସହିତ ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ କିଛି ଦିନ ପୂର୍ବରୁ ଅକ୍ଷୟ କୁମାର 'ହେରା ଫେରି ୩'ସ୍କ୍ରିପକୁ ପସନ୍ଦ କରନ୍ତି ନାହିଁ ବୋଲି କହି ଏହି ଚଳଚ୍ଚିତ୍ର କରିବେ ନାହିଁ ବୋଲି କହିଥିଲେ । ଯାହା ପରେ ଅକ୍କିଙ୍କ ଫ୍ୟାନ୍ସଙ୍କୁ ଲାଗିଥିଲା ଝଟକା । ଏଭଳି
ସ୍ଥିତିରେ ଫିଲ୍ମରେ ଖିଲାଡି କୁମାରଙ୍କ ପ୍ରତ୍ୟାବର୍ତ୍ତନ କେବଳ ପ୍ରଶଂସକଙ୍କୁ ନୁହେଁ ପୁରା ବଲିଉଡକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

୧୭ବର୍ଷ ପରେ 'ହେରା ଫେରି ୩'ଆସିବା ପାଇଁ ଯାଉଛି

ଏଥି ସହିତ ଏକ ସପ୍ତାହ ପୂର୍ବରୁ ପ୍ରକାଶ ପାଇଁଥିବା ଖବର ଅନୁସାରେ, ଏହି ଫିଲ୍ମ ପାଇଁ ଅକ୍ଷୟ, ସୁନୀଲ ଏବଂ ପରେଶ ରାୱଲ ମୁମ୍ବାଇର ଏମ୍ପାୟାର ଷ୍ଟୁଡିଓରେ ଏକ ବୈଠକ କରିଥିଲେ। ଯାହା ପରେ ଏବେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି।

ସୂଚନାଥାଉ ଯେ, ଫିଲ୍ମର ପ୍ରଥମ ଭାଗ ୨୦୦୦ ମସିହାରେ ରିଲିଜ୍ ହୋଇଥିଲା । ଦ୍ୱିତୀୟ ଭାଗ ୨୦୦୬ ମସିହାରେ ବର୍ତ୍ତମାନ ଏହି ଫିଲ୍ମର ତୃତୀୟ ଭାଗର ସୁଟିଂ ୧୭ ବର୍ଷ ପରେ ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+