ଅକ୍ଷୟ ଆଉଟ୍-କାର୍ତ୍ତିକ୍ ଇନ୍, ଦେଖିବା ପାଇଁ ମିଳିବନି 'ରାଜୁ' ଚରିତ୍ର
ଅକ୍ଷୟ ଆଉଟ୍-କାର୍ତ୍ତିକ୍ ଇନ୍, ଦେଖିବା ପାଇଁ ମିଳିବନି 'ରାଜୁ' ଚରିତ୍ର
ମୁମ୍ବାଇ: କିଛି ଦିନ ହେବ ଚର୍ଚ୍ଚା ଜୋରଧରିଛି ଯେ ଫିଲ୍ମ 'ହେରା ଫେରି-3' ରେ' ଅକ୍ଷୟ କୁମାରଙ୍କ ବଦଳରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ । ହେଲେ ଏହି ଖବରରେ ରହିଛି ଏକ ଟ୍ୱିଷ୍ଟ୍ । ଇ-ଟାଇମ୍ସର ରିପୋର୍ଟ ଅନୁସାରେ ଅଭିନେତା କାର୍ତ୍ତିକ ଖିଲାଡି କୁମାରଙ୍କୁ ରିପ୍ଲେସ୍ କରିବେ ନାହିଁ । ସୂଚନା ଅନୁସାରେ ଏଥର ଅକ୍ଷୟଙ୍କ ରାଜୁ ଚରିତ୍ରକୁ ଫିଲ୍ମରେ ଦେଖିବା ପାଇଁ ମିଳିବ ନାହିଁ । ଏଥର ଏକ ନୂଆ କ୍ୟାରେକ୍ଟରରେ ନଜର ଆସିବେ ଅଭିନେତା କାର୍ତ୍ତିକ ।
ନୂଆ ଚରିତ୍ରରେ ନଜର ଆସିବେ କାର୍ତ୍ତିକ ।
ଏକ ଏଣ୍ଟଟେନମେଣ୍ଟ ପୋର୍ଟାଲ ଅନୁସାରେ ଅକ୍ଷୟ କୁମାର ଏବେ ଆଉ 'ହେରା ଫେରି' ଫ୍ରାଞ୍ଚାଇଜିର ସହିତ କାମ କରିବେ ନାହିଁ ସେଥିପାଇଁ ଫିଲ୍ମ ତୃତୀୟ ଭାଗରେ ତାଙ୍କ ଚରିଚ୍ର ରାଜୁକୁ ଆଉ ଦେଖିବା ପାଇଁ ମିଳିବ ନାହିଁ । ଅଭିନେତା କାର୍ତ୍ତିକ ଏବେ ଏକ ନୂଆ ଚରିତ୍ରରେ ନଜର ଆସିବେ ଏବଂ ଦର୍ଶକଙ୍କ ମନୋରଞ୍ଜନ କରିବେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅଭିନେତା ପରେଶ ରାୱଲଙ୍କ ଟ୍ୱିଟ୍ ପରେ ହିଁ ଏହା ସ୍ପଷ୍ଟ ହୋଇଥିଲା ଯେ 'ହେରା ଫେରି -3'ରେ ଅକ୍ଷୟଙ୍କ ସ୍ଥାନରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖିବା ପାଇଁ ମିଳିବ । ଯାହା ପରେ ଚର୍ଚ୍ଚା ଜୋର ଧରିଥିଲା ।

Yes it’s true . https://t.co/JtdI4Yp2nb
— Paresh Rawal (@SirPareshRawal) November 11, 2022
ଫିଲ୍ମ ସ୍କ୍ରିପ୍ଟରେ ଖୁସି ନଥିଲେ
ତେବେ ଫିଲ୍ମ ହେରା ଫେରି-୩କୁ ନେଇ ଅକ୍ଷୟ କୁମାର ପ୍ରକାଶ କରିଥିଲେ ଯେ ତାଙ୍କୁ ଫିଲ୍ମ ଅଫର ହୋଇଥିଲା ହେଲେ ତାଙ୍କୁ ଫିଲ୍ମର ସ୍କ୍ରିପ୍ଟ କିଛି ଖାସ୍ ପସନ୍ଦ ଆସିନଥିଲା । ଅକ୍ଷୟ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ ୨୦୨୨ ରେ ଯୋଗଦେଇଥିଲେ । ସେହି ସମୟରେ ସେ କହିଥିଲେ ' ମୁଁ ମଧ୍ୟ ଦୁଃଖିତ ଯେ ହେରା ଫେରି ପାର୍ଟ -3ର ଭାଗ ମୁଁ ହୋଇ ପାରି ନାହିଁ । ଚଳଚ୍ଚିତ୍ର ପାଇଁ ମୋତେ ଅଫର ଦିଆଯାଇଥିଲା । କିନ୍ତୁ ସ୍କ୍ରିପ୍ଟରେ ମୁଁ ସନ୍ତୁଷ୍ଟ ନଥିଲି । ଦର୍ଶକ ଯାହା ଦେଖିବାକୁ ଚାହାଁନ୍ତି ମୁଁ ତାହା କରିବାକୁ ଚାହୁଁଛି । ଖାସ୍ ସେଥି ପାଇଁ ମୁଁ ଏହି ଫିଲ୍ମକୁ ନା'କହିବା ପାଇଁ ବାଧ୍ୟ ହୋଇଥିଲି ।'
ପ୍ରଶଂସକମାନେ ଉତ୍ସାହର ସହିତ ହେରା ଫେରି ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି
'ହେରା ଫେରି' ୨୦୦୦ ରେ ମୁକ୍ତିଲାଭ କରିଥିଲା ଏବଂ ଏହା ଏକ ବ୍ଲକ୍ ବଷ୍ଟର୍ ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା । ଏହାର ଆଇକନିକ୍ ଚରିତ୍ରଗୁଡ଼ିକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମଧ୍ୟ ମିଳିଥିଲା । ପରବର୍ତ୍ତୀ ଭାଗ 'ଫିର ହେରା ଫେରି' ୨୦୦୬ରେ ରିଲିଜ୍ ହୋଇଥିଲା । ଏବେ ଫ୍ରାଞ୍ଚାଇଜର ତୃତୀୟ ଭାଗକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ ।












Click it and Unblock the Notifications