ରଣବୀର ସିଂଙ୍କୁ ୧୦ କୋଟି ଟଙ୍କା ଦାବି କରି ଧମକପୂର୍ଣ୍ଣ କଲ, ଘରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବଲିଉଡ ଅଭିନେତା ରଣବୀର ସିଂଙ୍କ ନିକଟକୁ ହ୍ବାଟସ ଆପରେ ଧମକ। ଅଜଣା ବ୍ଯକ୍ତିଙ୍କ ନିକଟରୁ ଧମକ ମିଳିବା ପରେ ମୁମ୍ବାଇ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଧମକର କାରଣ ଜଣା ପଡ଼ି ନଥିବାବେଳେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ହ୍ବାଟସଆପ ଭଏସ ମେସଜରେ ରଣବୀରଙ୍କୁ ଅଜଣା ଦୁର୍ବୃତ୍ତ ୧୦ କୋଟି ଟଙ୍କା ମାଗୁଥିବା ସୂଚନା ମିଳିଛି। ଏହି ଧମକ ପଛରେ ବହୁଚର୍ଚ୍ଚିତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ପୋଲିସ ଆଶଙ୍କା କରୁଛି। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ବାସ ଭବନ ବାହାରେ ଗୁଳିମାଡ ଘଟଣା ପରେ ରଣବୀରଙ୍କୁ ଧମକ ମିଳିଛି।
ନିରାପତ୍ତା ନେଇ ଉଭୟ ରଣବୀର ଓ ଦୀପିକା ପାଦୁକୋନ ତାଙ୍କ ଘରେ ୬ ଜଣ ସଶସ୍ତ୍ର ନିରାପତ୍ତା କର୍ମୀଙ୍କୁ ମୁତୟନ କରିଛନ୍ତି। ସେମାନେ ରହୁଥିବା ସୋସାଇଟିର କର୍ମକର୍ତ୍ତା ବି ନିରାପତ୍ତା ପ୍ରସଙ୍ଗରେ ଦାଦର ପୋଲିସ ଷ୍ଟେସନକୁ ଅବଗତ କରାଇଛନ୍ତି । ରଣବୀର ଅଭିନୀତ ଧନୁର୍ଦ୍ଧର ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟାପୀ ୧୩୦୦ କୋଟି ଟଙ୍କାର ଆୟ କରିସାରିଲାଣି।












Click it and Unblock the Notifications