ଡିସେମ୍ବର ୩୦ ପର୍ଯ୍ଯନ୍ତ ଘୁଞ୍ଚିଲା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି

ଘୁଞ୍ଚିଲା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ନିୟମିତ ଜାମିନ(ରେଗୁଲାର ବେଲ୍) ଆବେଦନର ଶୁଣାଣି। ହାଇଦ୍ରାବାଦ ଦଳଚକଟା ମାମଲାରେ ଶୁଣାଣି କରୁଥିବା ନାମ୍ପାଲୀ କୋର୍ଟ ଜାମିନ ଆବେଦନ ଶୁଣାଣିକୁ ଡିସେମ୍ବର ୩୦ ପର୍ଯ୍ଯନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ପୂର୍ବରୁ ଅଦାଲତ ଅଭିନେତାଙ୍କୁ ୧୪ ଦିନର ନ୍ୟାୟିକ ହେପାଜତରେ ରଖିଥିଲେ, ଯାହା ତାରିଖ ଆଜି(ଡିସମ୍ବର୨୭) ଶେଷ ହେଉଛି।

Allu Arjun

ଆଜି ମାମଲାର ଶୁଣାଣି ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଚାରପତିଙ୍କ ସମ୍ମୁଖରେ ହାଜର ହୋଇଥିଲେ। ମାମଲାର ଶୁଣାଣି ଚାଲିଥିବା ବେଳେ ସରକାରୀ ଓକିଲ କାଉଣ୍ଟର କରିବାକୁ ଅତିରିକ୍ତ ସମୟ ମାଗିଥିଲେ। ଏହାପରେ କୋର୍ଟ ଜାମିନ ଆବେଦନ ଉପରେ ତର୍କକୁ ସ୍ଥଗିତ ରଖିଥିଲେ।

ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଜାମନ ଦେଇଛନ୍ତି ବୋଲି ଅଭିନେତାଙ୍କ ଲିଗାଲ ଟିମ୍‌ କୋର୍ଟଙ୍କୁ ଅବଗତ କରାଇଥିଲେ। ଇତି ମଧ୍ୟରେ, ଅଲୁ ଅର୍ଜୁନଙ୍କ ନ୍ୟାୟିକ ରିମାଣ୍ଡର ଜାନୁଆରୀ ୧୦ କୁ ବୃଦ୍ଧି ସହ ଜଡ଼ତ ଶୁଣାଣି ମଧ୍ୟ ସ୍ଥଗିତ ରଖାଯାଇଛି।

ସନ୍ଧ୍ୟା ଥିଏଟର ଦଳାଚକଟା ମାମଲା ଜନସାଧାରଣ ତଥା ଆଇନର ଦୃଷ୍ଟି ଆକର୍ଷଣ କରିଛି। ଯେଉଁଥିରେ ଅଭିନେତାଙ୍କ ଜାମିନ ଆବେଦନ ଆଇନଗତ ପ୍ରକ୍ରିୟାର ଏକ କେନ୍ଦ୍ର ପାଲଟିଛି। ପରବର୍ତ୍ତୀ ଶୁଣାଣିରେ ଉଭୟ ସରକାରୀ ଓକିଲଙ୍କ କାଉଣ୍ଟର ଏବଂ ନିୟମିତ ଜାମିନ ପାଇଁ ଅଭିନେତାଙ୍କ ଆବେଦନକୁ ସମାଧାନ କରାଯିବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+