ସୁଧୁରୁଛି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା, ସୂଚନା ଦେଲେ ଭାଇ ଦୀପୁ ଶ୍ରୀବାସ୍ତବ
Raju Srivastav Health Update : Health Improvement Raju Srivastav Informed By Brother Dipu Srivastav ସୁଧୁରୁଛି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା,ସୂଚନା ଦେଲେ ଭାଇ ଦୀପୁ ଶ୍ରୀବାସ୍ତବ
ମୁମ୍ବାଇ: ସୁସ୍ଥ ହେଉଛନ୍ତି ରାଜୁ ଶ୍ରୀବାସ୍ତବ । ସ୍ୱାସ୍ଥ୍ୟାବସ୍ଥା ଆଉ ସଂକଟ୍ଟାପନ୍ନ ନାହିଁ। କ୍ରିଟିକାଲ କଣ୍ଡିସନରୁ ବାହାରି ସାରିଛନ୍ତି ରାଜୁ । ଧୀର ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ଆଜି କମେଡିଆନଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ନିକଟରେ ରାଜୁଙ୍କୁ ନୂଆ ଡାକ୍ତରୀ ଟିମ୍ ଦେଖିବା ଆରମ୍ଭ କରିଛନ୍ତି । ଜଣେ ବରିଷ୍ଠ ଡାକ୍ତର ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି କହିଛନ୍ତି ଯେ ରାଜୁଙ୍କ ଇନ୍ଫେକ୍ସନ୍ ଧିରେ ଧିରେ କମୁଛି । ସେପଟେ ରାଜୁ ଆରୋଗ୍ୟ କାମନା କରି ପରିବାର ପକ୍ଷରୁ ଏକ ପୂଜାର ଆୟୋଜନ ମଧ୍ୟ କରାଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ରାଜୁ ଶ୍ରୀବାସ୍ତବଙ୍କ ସାନ ଭାଇ ଦୀପୁ ଏହି ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ ।

ସେପଟେ ଅଭିନେତା ଶେଖର ସୁମନ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି 'ଗତକାଲି ରାଜୁଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ହେଲେ ଆଜି ସେ କ୍ରିଟିକାଲ କଣ୍ଡିସନରୁ ବାହାରି ଆସିଛନ୍ତି । ସବୁଠାରୁ ଭଲ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି । ଖୁବଶିଘ୍ର ସେ ସୁସ୍ଥ ହୋଇ ଫେରିବେ । ସମସ୍ତଙ୍କର ପ୍ରାର୍ଥନା ଭଗବାନ ଶୁଣୁଛନ୍ତି ରାଜୁ ଲଢ଼େଇ କରିବା ପାଇଁ ଶକ୍ତି ପାଉଛନ୍ତି ବୋଲି କହିଛନ୍ତି ଅଭିନେତା । ତେବେ ଅଗଷ୍ଟ ୧୦ ତାରିଖରେ ହୃଦଘାତରେ ଶିକାର ହୋଇଥିଲେ ହାସ୍ୟ ଅଭିନେତା ରାଜୁ ଯାହା ପରଠୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟ୍ରେ ରଖି ଚିକିତ୍ସା କରାଯାଉଛି ।












Click it and Unblock the Notifications