ଆତ୍ମସମର୍ପଣ କଲେ ହରିୟାଣାର ଡ୍ୟାନ୍ସର ସପ୍ନା ଚୌଧୁରୀ
ଆତ୍ମସମର୍ପଣ କଲେ ହରିୟାଣାର ଡ୍ୟାନ୍ସର ସପ୍ନା ଚୌଧୁରୀ,
ଲକ୍ଷ୍ନୌ: କୋର୍ଟରେ ଆତ୍ମସମର୍ପଣ କଲେ ହରିୟାଣାର ଡ୍ୟାନ୍ସର ତଥା ବିଗବସ୍ ଫେମ୍ ସପ୍ନା ଚୌଧୁରୀ । ଠକେଇ ଅଭିଯୋଗରେ ଲକ୍ଷ୍ନୌରେ ଆଜି ଏସସିଜିଏମ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ କେଷ୍ଟଡିକୁ ନିଆଯାଇଛି । ପୂର୍ବରୁ ତାଙ୍କ ନାଁରେ ଗିରଫ ୱେରେଣ୍ଟ ଜାରି କରାଯାଇଥିଲା ।

ସୂଚନା ଅନୁସାରେ ସେ ଆଜି ପୋଲିସ ଠାରୁ ଲୁଚି ଲକ୍ଷ୍ନୌରେ ପହଁଚିଥିଲେ । ତାଙ୍କ ବିରୋଧରେ ପୂର୍ବରୁ ଜାରି ହୋଇଥିବା ଗିରଫ ୱାରେଣ୍ଟକୁ ରଦ୍ଦ କରିବାକୁ ସେ ଏଠାକୁ ଆସିଥିଲେ । ହେଲେ କୋର୍ଟରେ ହାଜର ହେବା ପରେ ତାଙ୍କୁ ପୋଲିସ କଷ୍ଟଡିକୁ ନେଇଥିଲା ।
ରିପୋର୍ଟ ଅନୁସାରେ ୨୦୧୮ ମସିହାରେ ଲକ୍ଷ୍ନୌର ସ୍ମୃତି ଉପବନରେ ସପ୍ନା ଚୌଧୁରୀଙ୍କର ଏକ ଡ୍ୟାନ୍ସ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । ଯେଉଁଥି ପାଇଁ ସେ ଆଡଭାନ୍ସ ଟଙ୍କା ମଧ୍ୟ ନେଇ ସାରିଥିଲେ। ହେଲେ ଟଙ୍କା ନେବା ପରେ ଅଭିନେତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ଯେଉଁଥିପାଇଁ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଥିଲା । ଯାହା ପରେ ତାଙ୍କ ବିରୋଧରେ ୨୦୧୮ ଅକ୍ଟୋବର ୧୩ ତାରିଖରେ ଆସିଆନା ଥାନାରେ ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଥିଲା ।












Click it and Unblock the Notifications