ଏହି ପ୍ରଶ୍ନର ଉତ୍ତର ଦେଇ ବ୍ରହ୍ମାଣ୍ଡ ସୁନ୍ଦରୀ ବନିଲେ ହରନାଜ ସାନ୍ଧୁ
ଅନ୍ତିମ ରାଉଣ୍ଡରେ, ସମସ୍ତ ତିନିଜଣ ଫାଇନାଲିଷ୍ଟଙ୍କୁ ପଚରାଯାଇଥିଲା ଯେ, ପ୍ରତିଯୋଗିତା ଦେଖୁଥିବା ସମସ୍ତ ଯୁବତୀଙ୍କୁ ସେମାନେ କେଉଁ ପରାମର୍ଶ ଦେବାକୁ ଚାହୁଁଛନ୍ତି ? ମିସ୍ ଇଣ୍ଡିଆ ହରନାଜ ସାନ୍ଧୁ ଏକ ଉଜ୍ଜ୍ୱଳ ଉତ୍ତର ଦେଇ ପ୍ରତିଯୋଗିତା ଜିତିଲେ ।
ନୂଆଦିଲ୍ଲୀ: ଭାରତର ହରନାଜ ସାନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ମନୋନୀତ ହୋଇଛନ୍ତି । ସେ ଇସ୍ରାଏଲରେ ଅନୁଷ୍ଠିତ 70 ତମ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ମିସ୍ ୟୁନିଭର୍ସ 2021 ମୁକୁଟ ପିନ୍ଧିଛନ୍ତି । ଏହି ପ୍ରତିଯୋଗିତା ଆଜି ସକାଳେ ଇସ୍ରାଏଲର ଶେଷ ହୋଇଛି । ଜିତିବାକୁ ଫାଇନାଲିଷ୍ଟ ତାଲିକାରେ ପାରାଗୁଏ, ଭାରତ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗାମାନେ ସାମିଲ ଥିଲେ । ଅନ୍ତିମ ରାଉଣ୍ଡରେ, ସମସ୍ତ ତିନିଜଣ ଫାଇନାଲିଷ୍ଟଙ୍କୁ ପଚରାଯାଇଥିଲା ଯେ, ପ୍ରତିଯୋଗିତା ଦେଖୁଥିବା ସମସ୍ତ ଯୁବତୀଙ୍କୁ ସେମାନେ କେଉଁ ପରାମର୍ଶ ଦେବାକୁ ଚାହୁଁଛନ୍ତି ? ମିସ୍ ଇଣ୍ଡିଆ ହରନାଜ ସାନ୍ଧୁ ଏକ ଉଜ୍ଜ୍ୱଳ ଉତ୍ତର ଦେଇ ପ୍ରତିଯୋଗିତା ଜିତିଲେ ।

ଏହି ଉତ୍ତର ସହିତ, ବ୍ରହ୍ମାଣ୍ଡର ସୁନ୍ଦରୀ ଭାବରେ ମନୋନୀତ ହୋଇଥିଲେ ହରନାଜ ସାନ୍ଧୁ । ମିସ୍ ୟୁନିଭର୍ସ-2021 ଅନ୍ତିମ ରାଉଣ୍ଡରେ ହରନାଜ ସାନ୍ଧୁଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତର ଦ୍ବାରା ସେ ମିସ୍ ୟୁନିଭର୍ସ -2021 ମୁକୁଟ ପିନ୍ଧିଥିଲେ ।
ଏହି ପ୍ରଶ୍ନର ଉତ୍ତର ଦେଇ ହରନାଜ କୌର କହିଥିଲେ, ଆଜିର ସମୟରେ ଯୁବତୀମାନେ ସାମ୍ନା କରୁଥିବା ଚାପ ଭିତରୁ ଗୋଟିଏ ହେଲା, ନିଜ ଉପରେ ବିଶ୍ୱାସ କରିବା । ଆପଣ ସ୍ୱତନ୍ତ୍ର ଅଟନ୍ତି, ଏହି କଥା ହିଁ ସମସ୍ତଙ୍କୁ ଅଧିକ ସୁନ୍ଦର କରିଥାଏ । ଅନ୍ୟକୁ ନିଜ ସହିତ ତୁଳନା କରିବା ବନ୍ଦ କରନ୍ତୁ , ଦୁନିଆରେ ହେଉଥିବା ଜରୁରୀ ଜିନିଷ ଉପରେ କଥା ହୁଅନ୍ତୁ । ବାହାରକୁ ଆସନ୍ତୁ ଆଉ ନିଜ ସହିତ କଥା ହୁଅନ୍ତୁ...କାହିଁକି ନା ଆପଣ ହେଉଛନ୍ତି ନିଜ ନିଜର ଲିଡର । ଆପଣ ନିଜର ଆବାଜ ଅଟନ୍ତି । ମୁଁ ନିଜେ ମୋ ଉପରେ ଭରସା କରିଥାଏ । ସେଥିପାଇଁ ଆଜି ଏଠାରେ ଛିଡା ହୋଇପାରିଛି ।
FINAL STATEMENT: India. #MISSUNIVERSE
The 70th MISS UNIVERSE Competition is airing LIVE around the world from Eilat, Israel on @foxtv pic.twitter.com/wwyMhsAyvd
— Miss Universe (@MissUniverse) December 13, 2021
ପ୍ରଥମ ଏବଂ ଦ୍ୱିତୀୟ ରନର୍ ଅପ୍ କିଏ ?
ପ୍ରତିଯୋଗିତା ଶେଷରେ ଯେତେବେଳେ ବିଜେତା ଘୋଷିତ ହେଲା, ମିସ୍ ମେକ୍ସିକୋର ମୁକୁଟ ମିସ୍ ଇଣ୍ଡିଆକୁ ଦିଆଗଲା । ଏଥି ସହିତ ମିସ୍ ପାରାଗୁଏ ପ୍ରଥମ ରନର୍ସ ଅପ୍ ଏବଂ ଦ୍ୱିତୀୟ ରନର୍ସ ଅପ୍ ମିସ୍ ଦକ୍ଷିଣ ଆଫ୍ରିକା ଥିଲେ । ଏହା କୁହାଯାଉଛି ଯେ ଷ୍ଟିଭ୍ ହାର୍ଭେ ମିସ୍ ଇଣ୍ଡିଆ ହର୍ନାଜ୍ କୌର ସାନ୍ଧୁଙ୍କୁ ବିଜେତା ଘୋଷଣା କରିବା ମାତ୍ରେ ସମଗ୍ର ଷ୍ଟାଡିୟମ୍ ଆନନ୍ଦରେ ଫାଟି ପିଡଥିଲା। ବିଜେତା ଘୋଷିତ ହେବା ମାତ୍ରେ ହର୍ନାଜ କୌର ସାନ୍ଧୁଙ୍କ ଆଖିରେ ଲୁହ ଆସିଯାଇଥିଲା । ସେହି ସମୟରେ ମିସ୍ ମେକ୍ସିକୋ ଆଣ୍ଡ୍ରିଆ ମେଜା ହରନାଜଙ୍କୁ ମିସ୍ ୟୁନିଭର୍ସ 2021 ଭାବରେ ମୁକୁଟ ପିନ୍ଧାଇଲେ ।
ଶୀର୍ଷ 16 ରେ ପ୍ରଥମ ସ୍ଥାନ
ସୋମବାର ସକାଳେ ଯେତେବେଳେ ପ୍ରତିଯୋଗିତା ଆରମ୍ଭ ହେଲା, ହରନାଜ ପ୍ରଥମେ ଟପ୍-16 ରେ ପହଞ୍ଚଥିଲେ । ପ୍ରତ୍ୟେକ ରାଉଣ୍ଡ ପାଇଁ ପଏଣ୍ଟ ଗଣାଯାଇଥିଲା ଏବଂ ଶେଷରେ ଭୋଟ୍ ଗଣାଯାଇଥିଲା । ଏହା ପରେ ହରନାଜ ସାନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ । ତା'ପରେ ପ୍ରଶ୍ନର ଉତ୍ତରରେ ସେ ଯାହା କହିଥିଲେ, ତାହା ପରେ ତାଙ୍କୁ ମିସ୍ ୟୁନିଭର୍ସ 2021 ମୁକୁଟ ପିନ୍ଧାଇଥିଲା ।












Click it and Unblock the Notifications