କିଏ ଗାଇଛନ୍ତି 'ହର ହର ଶମ୍ଭୁ' ? ଗୀତ ସହ ଖେଳରେ ରଖନ୍ତି ରୁଚି
Har Har Sambhu Singer Abhilipsa Panda :କିଏ ଗାଇଛନ୍ତି 'ହର ହର ଶମ୍ଭୁ' ? ଗୀତ ସହ ଖେଳରେ ରଖନ୍ତି ରୁଚି
ଭୁବନେଶ୍ୱର: ହର ହର ଶମ୍ଭୁ ଗୀତ ଗାଇ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ଝିଅ ଅଭିଲିପ୍ସା ପଣ୍ଡା । କେବେଳ ଦେଶରେ ହିଁ ନୁହେଁ ଦେଶ ବାହାରେ ମଧ୍ୟ ତାଙ୍କ ଗୀତକୁ ଖୁବ ସଫଳତା ମିଳିଥିଲା । ସୋସିଆଲ ମଡିଆରେ ବେଶ ଭାଇରଲ ହୋଇଥିଲା ଏହି ଗୀତ । ଇନଷ୍ଟାଗ୍ରାମରେ ତାଙ୍କ ଗୀତର ଅନେକ ରିଲ୍ସ ଦେଖିବା ପାଇଁ ମିଳିଥିଲା । ଏବେ ଅଭିଲିପ୍ସା ନିଜ ପ୍ରଶଂସକଙ୍କୁ ଆଉ ଏକ ଗୀତ ଭେଟି ଦେବା ପାଇଁ ଯାଉଛନ୍ତି । ଭୋଲେନାଥ ଇଜ୍ ଲାଇଫ ଗୀତ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ପୁଣି ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିବ ଅଭିଲିପ୍ସାଙ୍କ ଯାଦୁ । ୮ଟି ଭାଷାରେ ସେ ଗୀତ ଗାଇବାର ଦକ୍ଷତା ରଖିଛନ୍ତି ଅଭିଲିପ୍ସା ପଣ୍ଡା । ମାତ୍ର ୪ ବର୍ଷ ବୟସରୁ ହିଁ ଗୀତ ଶିଖିବା ଆରମ୍ଭ କରିଥିଲେ ।

ଅଭିଲିପ୍ସାଙ୍କ ନିଜ ସହଯୋଗୀ ଜିତୁ ଶର୍ମାଙ୍କ ସହ ହର ହର ଶମ୍ଭୁ ଗୀତ ଗାଇ ଚର୍ଚ୍ଚାରେ ରହିଥିଲେ । ନିଜ ଗୀତରେ ସେ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଥିଲେ । ତେବେ ତାଙ୍କର ନୂଆ ଗୀତ ଶ୍ରାବଣ ମାସ ଭିତରେ ହିଁ ରିଲିଜ ହେବ ବୋଲି ସୂଚନା ରହିଛି । ଭଲ ଗୀତ ଗାଇବା ସହ ସେ ଜଣେ ଭଲ ଖେଳାଳୀ ମଧ୍ୟ । ତେବେ ଅଭିଲିପ୍ସା କରାଟେରେ ବ୍ଲାକ ବେଲ୍ଟ ଅଛନ୍ତି ଏବଂ ଜାତୀୟ ସ୍ତରରେ ସୁନା ପଦକ ମଧ୍ୟ ଜତିଛନ୍ତି ।












Click it and Unblock the Notifications