Happy Birthday କିଙ୍ଗ୍ ଖାନ୍, ଫ୍ୟାନ୍ସଙ୍କ ସହ କେକ୍ କାଟିବେ ଶାହାରୁଖ
Happy Birthday କିଙ୍ଗ୍ ଖାନ୍, ଫ୍ୟାନ୍ସଙ୍କ ସହ କେକ୍ କାଟିବେ ଶାହାରୁଖ
ମୁମ୍ବାଇ: ଆଜି ବଲିଉଡର ବାଦଶାହା କିଙ୍ଗ ଖାନାଙ୍କ ଜନ୍ମଦିନ । ଆଜି ଶାହାରୁଖ ନିଜ ୫୭ ତମ ଜନ୍ମ ଦିନ ପାଳନ କରୁଛନ୍ତି । ୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ଟେଲିଭିଜନ ପରେ ସେ ପାଦଦେଇଥିଲେ ସିନେମା ଜଗତରେ । ଚଳଚ୍ଚିତ୍ର 'ଦିୱାନା' ଜରିଆରେ ପ୍ରଥମେ ସେ ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଡର୍, ଅଞ୍ଜାମ ଓ ବାଜିଗର, ରାଜୁ ବନ୍ ଗୟା ଜେଣ୍ଟଲ୍ ମ୍ୟାନ୍, କୁଛ୍ କୁଛ୍ ହୋତା ହୈ, ଦେବଦାସ, ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ୍, ଚକ୍ ଦେ ଇଣ୍ତିଆ ଭଳି ସିନେମାରେ ସେ ଉତ୍ତମ ଅଭିନୟ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ଶାହାରୁଖଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେହିପରି ଗତକାଲି ସାରା ରାତି 'ମନ୍ନତ' ବାହାରେ ପ୍ରଶଂସକଙ୍କ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା, ସମସ୍ତ ପ୍ରଶଂସକ ଶାହାରୁଖ ଖାନଙ୍କ ଜନ୍ମଦିନ ଶୁଭକାମନା ଜଣାଇବା ପାଇଁ ତାଙ୍କ ଘର ବାହାରେ ପହଞ୍ଚିଥିଲେ । କିଙ୍ଗ ଖାନ୍ ମଧ୍ୟ ନିଜ ପ୍ରଶଂସକ ସହ ଜନ୍ମଦିନ ପାଳିଛନ୍ତି । ସେ ନିଜ ଘର ବାହାରକୁ ଆସି ହାତ ହଲାଇ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନେକ କଳାକାର ମଧ୍ୟ କିଙ୍ଗ୍ ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ରିଲିଜ୍ ହୋଇଯାଇଛି ଫିଲ୍ମ 'ପଠାନ'ର ଟିଜର୍ ।

Happy Birthday @iamsrk 🐯🤗❤️ I’d rather look at you than anything else - then, now and forever! Thank you for bringing so much joy to our lives. Thank you for being you. May this year be wonderful in every way. pic.twitter.com/eII2QQPapA
— Dia Mirza (@deespeak) November 2, 2022
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ତାଙ୍କ ଜନ୍ମଦିନ ନିରାଡାମ୍ବର ଭାବେ ପାଳନ କରିବେ । ହେଲେ ନିଜ ପ୍ରଶଂସକଙ୍କ ସହ କେକ୍ କାଟିବେ । ସୂଚନା ରହିଛି ଯେ ଆଜି ପଞ୍ଚ ତାରକା ହୋଟେଲ ତାଜ ଲ୍ୟାଣ୍ଡସ ଏଣ୍ଡରେ କିଙ୍ଗ୍ ଖାନ ନିଜ ଫ୍ୟାନ୍ସଙ୍କ ସହ କେଟ୍ କାଟିବେ । ଶାହାରୁଖ ଖାନଙ୍କ ପ୍ରଶଂସକ କଷ୍ଟ ସମୟରେ ମଧ୍ୟ ଅଭିନେତାଙ୍କ ସହ ଠିଆ ହୋଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହାରୁଖ ଏହି ସମର୍ଥନ ପାଇଁ ନିଜ ସମସ୍ତ ପ୍ରଶଂସକଙ୍କୁ ବିଶେଷ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି ।
He’s the king of Bollywood, romance, emotions & hearts…he’s King Khan! 👑
HBD SRK ♡☆#HappyBirthdaySRK pic.twitter.com/LHa5POLIQO
— ♬ (@randomposts121) November 2, 2022
ଶାହାରୁଖ ଖାନ ଗତ ତିନି ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି । ତାଙ୍କର ଅପୂର୍ବ ଅଭିନୟ ଏବଂ ସୁପରହିଟ୍ ଚଳଚ୍ଚିତ୍ର ଯୋଗୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟର ବାଦଶାହା ପାଲଟିଛନ୍ତି ଶାହାରୁଖ । ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପଠାନ' ଖୁବ୍ ଶିଘ୍ର ରିଲିଜ୍ ହେବା ପାଇଁ ଯାଉଛି । ଯେଉଁଥିରେ ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରାହମ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହ 'ଡଙ୍କି' ଓ 'ଜୱାନ'କୁ ମଧ୍ୟ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରଶଂସକ ।












Click it and Unblock the Notifications