ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ ସଲମାନ ଖାନ

ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ ସଲମାନ ଖାନ ।

ମୁମ୍ବାଇ: 90 ଦଶକର ଅଭିନେତା ସଲମାନ ଖାନ, ଚଳଚ୍ଚିତ୍ର ପରଦାରେ ପ୍ରତ୍ୟେକ ଚରିତ୍ରରେ ତାଙ୍କର ନିପୁଣ ଅଭିନୟ ଦର୍ଶକଙ୍କୁ କରେ ମତୁଆଲା । ଫିଲ୍ମ 'ମୈନେ ପ୍ୟାର୍ କିୟା'ରେ ତାଙ୍କୁ ପ୍ରଥମେ ସଫଳତା ମିଳିଥିଲା । ଯାହା ପରେ ପୋଷ୍ଟର ବୟ ସାଜି ସେ ସିନେମା ଇଣ୍ତଷ୍ଟ୍ରିରେ କରିଥିଲେ ରାଜ । ୫୭ ବର୍ଷ ବୟସରେ ମଧ୍ୟ ଅଭିନେତା ନିଜ ଫିଟନେସ୍'ରେ ଅନେକ ଯୁବ ଅଭିନେତାଙ୍କୁ ଦିଅନ୍ତି ଟକ୍କର । ତେବେ ଖୁବ୍ କମ ଲୋକ ଏହା ଜାଣିଥିବେ ଯେ, ସୁପରଷ୍ଟାର ସଲମାନଙ୍କ ମନରେ ଦିନେ ଆସିଥିଲା ଆତ୍ମହତ୍ୟା କରିବାର ଭାବନା ।

Happy Birthday Salman Khan

ଆଜ୍ଞା ହଁ, ଦିନେ ସଲମାନ ଖାନ ଏକ ଗୁରୁତର ରୋଗରେ ପିଡିତ ଥିଲେ । ଯାହା ଦୁନିଆର ସବୁଠାରୁ ଯନ୍ତ୍ରଣାଦାୟକ ରୋଗ ମଧ୍ୟରୁ ଗୋଟେ । ଏହି ରୋଗରେ ରୋଗୀ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥାଏ । ଯାହା ବିଷୟରେ ନିଜେ ସଲମାନ ହିଁ ସୂଚନା ଦେଇଥିଲେ । ୨୦୧୭ରେ ଫିଲ୍ମ 'ଟ୍ୟୁବଲାଇଟ୍' ରିଲିଜ୍ ସମୟରେ ଅଭିନେତା ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କୁ 'Trigeminal neuralgia'ନାମକ ଏକ ସ୍ନାୟୁଗତ ରୋଗ ହୋଇଛି, ଯାହାକୁ ସୁଇସାଇଡଲ୍ ଡିଜିଜ୍ ବା ଆତ୍ମହତ୍ୟା ରୋଗ ମଧ୍ୟ କୁହାଯାଇଥାଏ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଯେତେବେଳେ ସଲମାନ ଖାନ ଏହି ରୋଗରେ ପିଡିତ ଥିଲେ ସେତେବେଳେ ଅନେକ ଥର ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ । ସଲମାନ ନିଜେ ତାଙ୍କର ଏକ ସାକ୍ଷାତକାରରେ ଏହାକୁ ସ୍ୱୀକାର କରିଛନ୍ତି । ଭାଇଜାନ ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+