Happy Birthday Prabhas:କ'ଣ ପାଇଁ ବିବାହ କରୁ ନାହଁନ୍ତି ଅଭିନେତା ପ୍ରଭାସ, ଜାଣନ୍ତୁ କେତେ ଝିଅଙ୍କୁ କେଲଣି ନା

Happy Birthday Prabhas:କ'ଣ ପାଇଁ ବିବାହ କରୁ ନାହଁନ୍ତି ଅଭିନେତା ପ୍ରଭାସ, ଜାଣନ୍ତୁ କେତେ ଝିଅଙ୍କୁ କେଲଣି ନାଁ

Happy Birthday Prabhas:କେବେ ହିଟ୍ ତ କେବେ ସୁପରହିଟ୍ ଚଳଚ୍ଚିତ୍ର ସେ ଭେଟି ଦିଅନ୍ତି ଦର୍ଶକଙ୍କୁ । ଅନେକ ବିଫଳତା ପରେ ସଫଳତାର ଶୀର୍ଘରେ ଅଭିନେତାଙ୍କୁ ବସାଇଥିଲା ଫିଲ୍ମ 'ବାହୁବଳୀ' । ଯାହାରେ ପରେ ସାଉଥ୍ ଇଣ୍ତଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ପ୍ରଭାସଙ୍କ ଚଳଚ୍ଚିତ୍ରକୁ କ୍ରମାଗତ ଭାବରେ ମିଲିଚାଲିଥିଲା ସଫଳତା ଓ ଲୋକପ୍ରିୟତା । ଆଜିକା ତାରିଖରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନରେ ରାଜ୍ କରନ୍ତି ପ୍ରଭାସ । 'ବାହୁବଳୀ'ର ସଫଳତା ତାଙ୍କ କ୍ୟାରିଅର ଗ୍ରାଫକୁ ଆହୁରି ବଢାଇଦେଇଥିଲା । ଟଲିଉଡ ଛଡା ଏବେ ବଲିଉଡ ଫିଲ୍ମରେ ମଧ୍ୟ ନିଜ ସୁନ୍ଦର ଅଭିନୟର ଛାପ ଛାଡିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ପ୍ରଭାସ । ଖୁବ୍ ଶିଘ୍ରୀ ଚଳଚ୍ଚିତ୍ର 'ଆଦିପୁରୁଷ'ରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିବେ ଅଭିନେତା ପ୍ରଭାସ । ଆଜି ସେ ଜଣେ ପ୍ୟାନ୍ ଇଣ୍ତିଆନ୍ ଷ୍ଟାର ଭାବେ ପରିଚିତ ।

Prabhas

ଆଜି ପ୍ରଭାସଙ୍କର ୪୩ ତମ ଜନ୍ମ ଦିନ ।
ଆଜି ପ୍ରଭାସଙ୍କର ୪୩ ତମ ଜନ୍ମ ଦିନ । ଆକ୍ସନ୍, ରୋମାନ୍ସରେ ଦର୍ଶକ ହୃଦୟ ଜିଣୁଥିବା ପ୍ରଭାସଙ୍କ ପାଇଁ ଆଜି ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ନିଜ ପ୍ରିୟ ଅଭିନେତାଙ୍କ ଜନ୍ମଦିନକୁ ଖାସ କରିବା ପାଇଁ ଫ୍ୟାନ୍ସ କୌଣସି କମି କରୁ ନାହଁନ୍ତି । ଏହାରି ମଧ୍ୟରେ ପ୍ରତିଥର ପରି ଏଥର ମଧ୍ୟ ଗୋଟେ ପ୍ରଶ୍ନ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏବେ ଜାଣିବା ପାଇଁ ଚାହୁଁଛନ୍ତି ଯେ କେବେ ଅଭିନେତା ବିବାହ କରିବେ ।

୪୩ ବର୍ଷ ବୟସରେ କାହିଁକି ବିବାହ କରିନାହଁନ୍ତି ପ୍ରଭାସ
୨୦୧୫ ମସିହାରୁ ପ୍ରଭାସଙ୍କ ବିବାହ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଥିଲା । ସୂଚନା ଅନୁସାରେ ଫିଲ୍ମ 'ବାହୁବଳୀ'ର ସଫଳାତା ପରେ ଅଭିନେତା ବିବାହ କରିପାରନ୍ତି ବୋଲି କିନ୍ତୁ ସେଦିନ ଏପର୍ଯ୍ୟନ୍ତ ଆସିନାହିଁ । ଇଣ୍ତଷ୍ଟ୍ରିକୁ ଗୋଟେ ପରେ ଗୋଟେ ଉତ୍ତମ ଚଳଚ୍ଚିତ୍ର ଭେଟି ଦେଉଥିବା ଅଭିନେତା ଆଜି ବି ଅଛନ୍ତି ସିଙ୍ଗଲ୍ । ଫିଲ୍ମ 'ବାହୁବଳୀ' ରିଲିଜ୍ ସମୟରେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ହେଲେ ଉଭୟ ଏନେଇ କିଛି ସୂଚନା ଦେଇ ନଥିଲେ । 'ଦ କପିଲ ଶର୍ମା ଶୋ'ରେ ଅଭିନେତା ଉଲ୍ଲେଖ କରିଥିଲେ ଯେ ସେ ବର୍ତ୍ତମାନ ତାଙ୍କ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ସେଥିପାଇଁ ତାଙ୍କୁ ବିବାହ କରିବା ପାଇଁ ସମୟ ମିଳୁ ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଭାସଙ୍କୁ ଏପର୍ଯ୍ୟନ୍ତ ୬୦୦୦ଟି ପ୍ରସ୍ତାବ ଆସିସାରିଲାଣି କିନ୍ତୁ ସେ ସବୁକୁ ମନା କରି ଦେଇଛିନ୍ତି ।

ପ୍ରଭାସ ୨୦୦୦ମସିହାରେ 'ଇଶ୍ୱର' ଚଳଚ୍ଚିତ୍ର ଜରିଆରେ ସିନେମା ଜଗତରେ ପାଦ ଦେଇଥିଲେ । ଚଳଚ୍ଚିତ୍ରଟି ଅଧିକ ଚାଲିନଥିଲା ହେଲେ ୨୦୦୪ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ 'ବର୍ଷମରୁ' ପ୍ରଭାସଙ୍କୁ ଏକ ନୂଆ ପରିଚୟ ମିଳିପାରିଥିଲା । ନିରଂଜନ, ମୁନ୍ନା, ବିଲ୍ଲା ଏବଂ ଯୋଗୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଦେଖିବା ପାଇଁ ମିଳିଥିଲା । ହେଲେ ଫିଲ୍ମ 'ବାହୁବଳୀ' ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଦେଶବିଦେଶରେ ତାଙ୍କ ଅଭିନୟର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ସୂଚାନା ଅନୁସାରେ ଏହି ଖାସ ସୁପରହିଟ୍ ଚଳଚ୍ଚିତ୍ର ପାଇଁ ପ୍ରଭାସ ତାଙ୍କର ୫ବର୍ଷ ଦେଇଥିଲେ ଯେଉଁ ସମୟରେ ସେ ଅନ୍ୟ କୌଣସି ଫିଲ୍ମରେ କାମ କରିନଥିଲେ। ବାହୁବଳୀ ପରେ ପ୍ରଭାସ ସାହୋ ଏବଂ ରାଧେଶ୍ୟାମ ପରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମ ଦୁଇଟି ସେତେ ହିଟ୍‌ ହୋଇପାରି ନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+