ଦବଙ୍ଗ ଗର୍ଲ@ 34 : ଡ୍ରେସ ଡିଜାଇନରରୁ ଅଭିନେତ୍ରୀ

ସୋନାକ୍ଷୀ ସିହ୍ନାଙ୍କର ଆଜି 34 ତମ ଜନ୍ମଦିନ। ସୌନ୍ଦର୍ଯ୍ୟ ଏବଂ ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିବା ଏହି ଅଭିନେତ୍ରୀ ଆଜି ଚଳଚ୍ଚିତ୍ର ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ।

ମୁମ୍ବାଇ: ସୋନାକ୍ଷୀ ସିହ୍ନାଙ୍କର ଆଜି 34 ତମ ଜନ୍ମଦିନ। ସୌନ୍ଦର୍ଯ୍ୟ ଏବଂ ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିବା ଏହି ଅଭିନେତ୍ରୀ ଆଜି ଚଳଚ୍ଚିତ୍ର ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି । 1987 ମସିହା ଜୁନ 2 ତାରିଖରେ ତାଙ୍କର ଜନ୍ମ।

sonakshi

ପିଲାଟି ଦିନରୁ ଫ୍ୟାଶନ ପ୍ରତି ଖୁବ ଆକୃଷ୍ଟ ଥିଲେ ସୋନାକ୍ଷୀ । ମୁମ୍ବାଇର ଆର୍ଯ୍ୟ ବିଦ୍ୟା ମଣ୍ଡଳରୁ ତାଙ୍କ ସ୍କୁଲ ଶିକ୍ଷା ପୂରା କରିବା ପରେ ନାଥିବାଇ ଦାମୋଦର ଠାକରେ ମହିଳା ବିଶ୍ୱବିଦ୍ୟାଳୟରୁ ଫ୍ୟାଶନ ଡିଜାଇନିଂରେ ସ୍ନାତକ ହାସଲ କରିଥିଲେ। 2005 ଚଳଚ୍ଚିତ୍ର 'ମେରା ଦିଲ୍ ଲେକର ଦେଖୋ' ପାଇଁ ପୋଷାକ ଡିଜାଇନ୍ କରି ସୋନାକ୍ଷୀ ପୋଷାକ ଡିଜାଇନର୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।

ଏହା ପରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଅଭିନେତ୍ରୀ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ତାଙ୍କୁ ବହୁତ ଓଜନ ହ୍ରାସ କରିବାକୁ ପଡିଥିଲା। ସଲମାନଙ୍କ ପରାମର୍ଶରେ ସୋନାକ୍ଷୀ ପହଁରିବା, ଯୋଗ କରି ନିଜର 30 କିଲୋ ଓଜନ ହ୍ରାସ କରିଥିଲେ । ଶତ୍ରୁଘ୍ନ ସିହ୍ନା ଓ ପୁନମ ସିହ୍ନାଙ୍କ ସୁପୁତ୍ରୀ ହେଉଛନ୍ତି ସୋନାକ୍ଷୀ । 2010ରେ ସେ ସବୁଠାରୁ ଭଲ ନୂଆ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ । କେବଳ ସେତିକି ନୁହେଁ, ସୋନାକ୍ଷୀ ସିହ୍ନା ପ୍ରଶଂସକଙ୍କ ସହ ଏକାଧିକ ଫଟୋ ସେୟାର କରିଛନ୍ତି ।

ଲୁଟେରା, ଦବଙ୍ଗ,ରାୱଡି ରାଥୋଡ,ସନ ଅଫ ସର୍ଦ୍ଦାର, ଜୋକର ଆଦି ବଲିଉଡ ଚଳଚ୍ଚିତ୍ରରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନରେ ଜାଗା କିଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+