Get Updates
Get notified of breaking news, exclusive insights, and must-see stories!

୮୧ ବର୍ଷରେ ପାଦ ଥାପିଲେ ଶତାଦ୍ଦୀର ମହାନାୟକ, ଆଜି କୋଟି କୋଟି ସମ୍ପତ୍ତିର ମାଲିକ ହେଲେ ଦିନେ ଘର ରଖିଥିଲେ ବନ୍ଧା

Amitabh Bachchan 81st Birthday: ୮୧ ବର୍ଷରେ ପାଦ ଥାପିଲେ ଶତାଦ୍ଦୀର ମହାନାୟକ ବର୍ଷିଆନ୍ ଅଭିନେତା ଅମିତାଭ ବଚ୍ଚନ । 11 ଅକ୍ଟୋବର ବୁଧବାର ଦିନ ବିଗ୍ ବି ନିଜ 81ତମ ଜନ୍ମଦିନ ପାଳନ କରିଛନ୍ତି । ବିଳମ୍ବିଲ ରାତିରେ ବିଗ୍ ବି ନିଜ ପ୍ରଶଂସକ ଏବଂ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି । ବିଗ୍ ବିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଗତ ରାତିରେ ଘର ବାହାରେ ଫ୍ୟାନ୍ସଙ୍କର ଲମ୍ବା ଧାଡି ଦେଖିବା ପାଇଁ ମିଳିଥିଲା ଏବଂ ଅଭିନେତା ମଧ୍ୟ ଶୁଭେଚ୍ଛୁଙ୍କ ଧନ୍ୟବାଦ ଜଣାଇବା ପାଇଁ ଘର ବାହରକୁ ଆସିଥିଲେ । ବିଳମ୍ବିତ ରାତିରେ ନିଜ ସୋସିଆଲ ମିଡିଆରରେ ପୋଷ୍ଟ ସେୟାର କରି ଅମିତାଭ ଲେଖିଛନ୍ତି 'ଆପଣ ମାନଙ୍କ ଆଶୀର୍ବାଦ ମୋର ସୌଭାଗ୍ୟ' ।

ଅମିତାଭ ବଚ୍ଚନ ନିଜ କ୍ୟାରିୟରରେ ଅନେକ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି । ସେ ନିଜ ସୁନ୍ଦର ଅଭିନୟରେ ଦର୍ଶକଙ୍କୁ ମତୁଆଲ କରିଛନ୍ତି । ସବୁ ବୟସର ପ୍ରଶଂସକ ଆଜିକା ତାରିଖରେ ତାଙ୍କ ଫ୍ୟାନ୍ । ସେ ଅଗ୍ନିପଥ, ଶୋଲେ, ଖୁଦା ଗୱା, ଅମର ଆକବର ଏବଂ ଆନ୍ଥୋନୀ ଭଳି ଉତ୍କୃଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଯେତେବେଳେ ଅଭିନେତା ସାତ୍ ହିନ୍ଦୁସ୍ତାନୀ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ, ସେତେବେଳେ ତାଙ୍କ ଫିସ୍ ମାତ୍ର 5 ହଜାର ଟଙ୍କା ଥିଲା । ହେଲେ ଆଜିକା ତାରିଖରେ ସେ କୋଟି କୋଟି ଟଙ୍କାର ମାଲିକ ।

 amitabh bachchan,

ଖବର ଅନୁସାରେ, ଅମିତାଭ ବଚ୍ଚନ 81 ବର୍ଷ ବୟସରେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ 10 କୋଟି ଟଙ୍କା ଚାର୍ଜ କରୁଛନ୍ତି । ଏହା ବ୍ୟତୀତ ସେ ଦୀର୍ଘ ଦିନ ଧରି ଟିଭି ସୋ କୋନ ବନେଗା କରୋଡପତିରେ ହୋଷ୍ଟ ଭାବେ ନଜର ଆସୁଛନ୍ତି । ଏହି ସୋର ଗୋଟିଏ ଏପିସୋଡ୍ ପାଇଁ ଅଭିନେତା 4 ରୁ 5 କୋଟି ଟଙ୍କା ଫିସ୍ ନେଇଥାନ୍ତି । ପ୍ରତ୍ୟେକ ବର୍ଷ ଅମିତାଭ ବଚ୍ଚନ ନିଜ ଫିସ୍ ବଢାଇଥାନ୍ତି ।

ଆପଣଙ୍କୁ ଜଣାବା ପାଇଁ ତାହିଁବୁ ଯେ ଅମିତାଭ ନିଜ ପରିବାର ମଧ୍ୟରେ ସବୁଠୁ ଅଧିକ ଟଙ୍କା ଆୟ କରନ୍ତି ।ତାଙ୍କ ପାଖରେ ବହୁ ମହଙ୍ଗା ଗାଡ଼ିର କଲେକ୍ସନ ରହିଛି । ବିଗ୍ ବିଙ୍କ ପାଖରେ ରେଞ୍ଜ୍ ରୋଭର, ମର୍ସିଡିଜ୍-ବେଞ୍ଜ୍ ଏସ୍-କ୍ଲାସ୍, ମର୍ସିଡିଜ୍-ବେଞ୍ଜ୍ ଭି-କ୍ଲାସ୍, ଟୟୋଟା ଇନୋଭା କ୍ରିଷ୍ଟା ଫେସେଲିଫ୍ଟ ଭଳି ଦାମୀ କାର ରହିଛି । ଏହି ସମସ୍ତ ଯାନର ମୂଲ୍ୟ କୋଟି ଟଙ୍କା ରହିଛି ।

ଏହା ବ୍ୟତୀତ ଅମିତାଭ ବଚ୍ଚନଙ୍କର ମୁମ୍ବାଇରେ ଚାରୋଟି ବଙ୍ଗଳା ରହିଛି । ଯେଉଁଥିରେ ଜଲସା, ଜନକ, ପ୍ରତୀକ ଏବଂ ବତ୍ସ ରହିଛି । ବର୍ତ୍ତମାନ ଅଭିନେତା ତାଙ୍କ ପରିବାର ସହିତ ଜଲସା ବଙ୍ଗଳା ରେ ରୁହନ୍ତି । ଏହି ବଙ୍ଗଳାର ମୂଲ୍ୟ ପ୍ରାୟ 100 କୋଟି ଟଙ୍କା ।

ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ବିଗ୍ ବିଙ୍କୁ ମଧ୍ୟ ଧାର ନେବା ପାଇଁ ପଡିଥିଲା । 2000 ମସିହାରେ ଅମିତାଭ ବଚ୍ଚନଙ୍କ ପାଖରେ କୌଣସି ଫିଲ୍ମ ନଥିଲା। ସେତେବେଳେ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅଭିନେତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ବିଗ୍ ବି ତାଙ୍କ ଘରକୁ ବନ୍ଧା ପକାଇଥିଲେ । କିନ୍ତୁ ଆଜି ଏହି ଅଭିନେତାଙ୍କୁ ବଲିଉଡର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+