IASହେବାର ଦେଖୁଥିଲେ ସ୍ୱପ୍ନ, ଲ' ଛାଡି ଶିଖିଲେ ଅଭିନୟ, ଆଜି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ
IASହେବାର ଦେଖୁଥିଲେ ସ୍ୱପ୍ନ, ଲ' ଛାଡି ଶିଖିଲେ ଅଭିନୟ, ଆଜି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ
ମୁମ୍ବାଇ: ସିମ୍ପଲ ଲୁକ୍, ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ମନରେ ରାଜ କରନ୍ତି ବଲିଉଡ ଅଭିନେତ୍ରୀ ୟାମି ଗୌତମ । ଆଜି ୩୪ ବର୍ଷ ବୟସରେ ପାଦଦେଇଛନ୍ତି । ନିଜ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟରୁ ଦୁରେଇ ରଖୁଥିବା ୟାମି ବଲିଉଡର ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ବଲିଉଡକୁ ଭେଟିଦେଇଛନ୍ତି । ଆଜି ୟାମିଙ୍କ ଜନ୍ମଦିନ ଅବସରରେ, ଅଭିନେତ୍ରୀଙ୍କ ନେଟୱର୍ଥ କେତେ ଚାଲନ୍ତୁ ଜାଣିବା ।

IASହେବାର ଦେଖୁଥିଲେ ସ୍ୱପ୍ନ, ଲ' ଛାଡି ଶିଖିଲେ ଅଭିନୟ
ପଲାଟି ଦିନରୁ ପାଠ ପ୍ରତି ଥିଲା ଦୁର୍ବଳତା । ସାଧାରଣ ଲୋକଙ୍କ ପରି IASହେବାର ଦେଖୁଥିଲେ ସ୍ୱପ୍ନ । ଯେଉଁଥି ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ ୟାମି । ହେଲେ ଗୋଟିଏ ଦିନରେ ବଦଳିଯାଇଥିଲା ସ୍ୱପ୍ନ ଏବଂ ଲକ୍ଷ । ସୂଚନା ଅନୁସାରେ, ପିଲାଦିନରେ ୟାମିଙ୍କ ପିତାଙ୍କର ଜଣେ ବନ୍ଧୁ ଘରକୁ ଆସିଥିଲେ । ଯିଏ ସେହି ସମୟରେ ଟେଲିଭିଜନରେ ଅଭିନୟ କରୁଥିଲେ । ୟାମିଙ୍କୁ ସେ ଥିଏଟର ଜୟେନ କରିବା ପାଇଁ ପରାମର୍ଶ ଦେଇଥିଲେ କରାଣ ସେ ଜାଣିଥିଲେ ଆଗାମୀ ଦିନରେ ସେ ଜଣେ ଭଲ ଅଭିନେତ୍ରୀ ହୋଇ ଦେଖାଇବେ । ୟାମିଙ୍କର କିଛି ଫଟୋ ସେ ନିଜ ସାଥିରେ ନେଇଥିଲେ ଏବଂ ମୁମ୍ବାଇର ଅନେକ ପ୍ରଡକ୍ସନ ହାଉସକୁ ପଠାଇଥିଲେ । ହେଲେ ସେହି ସମୟରେ ପାଠରେ ବିଜି ଥିବା ୟାମି ଏହି କଥା ଉପରେ ଏତେଟା ଧ୍ୟାନ ଦେଇ ନଥିଲେ । ହେଲେ ପରବର୍ତ୍ତି ସମୟରେ ସେ ଲ'ପଢା ଛାଡି ଅଭିନୟ ଶିଖିବା ଆରମ୍ଭ କରିଦେଇଥିଲେ । ପ୍ରଥମେ ସେ ଟେଲିଭିଜନ ମାଧ୍ୟମରେ ଘରେ ଘରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । 'ଚାନ୍ଦ କେ ପାର୍ ଚଲୋ' ଥିଲା ୟାମି ଗୌତମଙ୍କର ପ୍ରଥମ ଟେଲି ଧାରାବାହିକ । ଏହା ପରେ ସେ 'ୟେ ପ୍ୟାର୍ ନା ହୋଗା କମ' ସିରିଏଲରେ କାମ କରିଥିଲେ ଯେଉଁଥିରେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ ଏବଂ ତାଙ୍କର ପପୁଲାରିଟି ମଧ୍ୟ ବେଶ୍ ବଢିଯାଇଥିଲା । ଯାହା ପରେ ସେ ପ୍ରଥମ ଥର ଫିଲ୍ମ 'ଭିକ୍କି ଡୋନର' ଜରିଆରେ ସିନେମା ଜଗତରେ ପାଦ ଦେଇଥିଲେ ।












Click it and Unblock the Notifications