For Quick Alerts
Turn On Notification  
For Daily Alerts
Oneindia App Download

IASହେବାର ଦେଖୁଥିଲେ ସ୍ୱପ୍ନ, ଲ' ଛାଡି ଶିଖିଲେ ଅଭିନୟ, ଆଜି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ

IASହେବାର ଦେଖୁଥିଲେ ସ୍ୱପ୍ନ, ଲ' ଛାଡି ଶିଖିଲେ ଅଭିନୟ, ଆଜି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ

|

ମୁମ୍ବାଇ: ସିମ୍ପଲ ଲୁକ୍, ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ମନରେ ରାଜ କରନ୍ତି ବଲିଉଡ ଅଭିନେତ୍ରୀ ୟାମି ଗୌତମ । ଆଜି ୩୪ ବର୍ଷ ବୟସରେ ପାଦଦେଇଛନ୍ତି । ନିଜ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟରୁ ଦୁରେଇ ରଖୁଥିବା ୟାମି ବଲିଉଡର ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ବଲିଉଡକୁ ଭେଟିଦେଇଛନ୍ତି । ଆଜି ୟାମିଙ୍କ ଜନ୍ମଦିନ ଅବସରରେ, ଅଭିନେତ୍ରୀଙ୍କ ନେଟୱର୍ଥ କେତେ ଚାଲନ୍ତୁ ଜାଣିବା ।

Yami Gautam Birth Day
ୟାମି ଗୌତମ ନିଜ ପ୍ରତିଟି ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ଡିମାଣ୍ତ କରନ୍ତି । ଚଳଚ୍ଚିତ୍ର ବ୍ୟତୀତ ୟାମି 'ଫେୟାର ଆଣ୍ଡ ଲଭଲି', 'ଗ୍ଲୋ ଆଣ୍ଡ ଲଭଲି', 'କର୍ନେଟୋ' ଏବଂ 'ସାମସଙ୍ଗ ମୋବାଇଲ୍' ଭଳି ଅନେକ ବ୍ରାଣ୍ଡ ପାଇଁ ବିଜ୍ଞାପନ କରି ବିପୁଳ ଲାଭ ଅର୍ଜନ କରନ୍ତି । celebritys worth'ର ରିପୋର୍ଟ ଅନୁସାରେ ୟାମିଙ୍କର ନେଟୱର୍ଥ ପାଖାପାଖି ୪୦ କୋଟି ଟଙ୍କା । ନିଜର ବିଳାସପୂର୍ଣ୍ଣ ଘରକୁ ସୁନ୍ଦର ଇଣ୍ଟିରିୟରରେ ସଜାଇଛନ୍ତି ଅଭିନେତ୍ରୀ ୟାମି । ଘରର ମୂଲ୍ୟ କୋଟିଏରୁ ଅଧିକ ବୋଲି ସୂଚନା ରହିଛି । ଏହି ଘର ବ୍ୟତୀତ ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ଅଛି ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା । ଆଲିଶାନ ଘର ସହିତ ୟାମି ଗୌତମଙ୍କର ଅଡି A8 ସହିତ ଅନେକ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି । ୟାମି ଗୌତମ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି । ଖାଇବା ପିଇବାରେ ମଧ୍ୟ ବେଶ୍ ରୁଚି ରଖନ୍ତି ଅଭିନେତ୍ରୀ । ଇନଷ୍ଟାଗ୍ରାମରେ ୟାମିଙ୍କର ପ୍ରାୟ ୬.୯ରୁ ଅଧିକ ଫଲୋର୍ସ ରହିଛନ୍ତି । ତେବେ ଆଜିକାଲି ସେ ନିଜ ଆଗାମୀ ଚଳଚ୍ଚିତ୍ର ପାଇଁ ବିଜି ଥିବା ନେଇ ସୂଚନା ରହିଛି ।

IASହେବାର ଦେଖୁଥିଲେ ସ୍ୱପ୍ନ, ଲ' ଛାଡି ଶିଖିଲେ ଅଭିନୟ
ପଲାଟି ଦିନରୁ ପାଠ ପ୍ରତି ଥିଲା ଦୁର୍ବଳତା । ସାଧାରଣ ଲୋକଙ୍କ ପରି IASହେବାର ଦେଖୁଥିଲେ ସ୍ୱପ୍ନ । ଯେଉଁଥି ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ ୟାମି । ହେଲେ ଗୋଟିଏ ଦିନରେ ବଦଳିଯାଇଥିଲା ସ୍ୱପ୍ନ ଏବଂ ଲକ୍ଷ । ସୂଚନା ଅନୁସାରେ, ପିଲାଦିନରେ ୟାମିଙ୍କ ପିତାଙ୍କର ଜଣେ ବନ୍ଧୁ ଘରକୁ ଆସିଥିଲେ । ଯିଏ ସେହି ସମୟରେ ଟେଲିଭିଜନରେ ଅଭିନୟ କରୁଥିଲେ । ୟାମିଙ୍କୁ ସେ ଥିଏଟର ଜୟେନ କରିବା ପାଇଁ ପରାମର୍ଶ ଦେଇଥିଲେ କରାଣ ସେ ଜାଣିଥିଲେ ଆଗାମୀ ଦିନରେ ସେ ଜଣେ ଭଲ ଅଭିନେତ୍ରୀ ହୋଇ ଦେଖାଇବେ । ୟାମିଙ୍କର କିଛି ଫଟୋ ସେ ନିଜ ସାଥିରେ ନେଇଥିଲେ ଏବଂ ମୁମ୍ବାଇର ଅନେକ ପ୍ରଡକ୍ସନ ହାଉସକୁ ପଠାଇଥିଲେ । ହେଲେ ସେହି ସମୟରେ ପାଠରେ ବିଜି ଥିବା ୟାମି ଏହି କଥା ଉପରେ ଏତେଟା ଧ୍ୟାନ ଦେଇ ନଥିଲେ । ହେଲେ ପରବର୍ତ୍ତି ସମୟରେ ସେ ଲ'ପଢା ଛାଡି ଅଭିନୟ ଶିଖିବା ଆରମ୍ଭ କରିଦେଇଥିଲେ । ପ୍ରଥମେ ସେ ଟେଲିଭିଜନ ମାଧ୍ୟମରେ ଘରେ ଘରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । 'ଚାନ୍ଦ କେ ପାର୍ ଚଲୋ' ଥିଲା ୟାମି ଗୌତମଙ୍କର ପ୍ରଥମ ଟେଲି ଧାରାବାହିକ । ଏହା ପରେ ସେ 'ୟେ ପ୍ୟାର୍ ନା ହୋଗା କମ' ସିରିଏଲରେ କାମ କରିଥିଲେ ଯେଉଁଥିରେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ ଏବଂ ତାଙ୍କର ପପୁଲାରିଟି ମଧ୍ୟ ବେଶ୍ ବଢିଯାଇଥିଲା । ଯାହା ପରେ ସେ ପ୍ରଥମ ଥର ଫିଲ୍ମ 'ଭିକ୍କି ଡୋନର' ଜରିଆରେ ସିନେମା ଜଗତରେ ପାଦ ଦେଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Happy Birth Day Yami Gautam
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X