ଅବିବାହିତ ତୁଷାର ଏକ ପୁତ୍ର ସନ୍ତାନର ପିତା, ଜାଣନ୍ତୁ କେତେ କୋଟିର ମାଲିକ ଅଭିନେତା

ଅବିବାହିତ ତୁଷାର ଦୁଇ ସନ୍ତାନର ପିତା, ଜାଣନ୍ତୁ କେତେ କୋଟିର ମାଲିକ ଅଭିନେତା

Happy Birth Day Tusshar Kapoor: ଆଜି ଅଭିନେତା ତୁଷାର କପୁରଙ୍କ ଜନ୍ମଦିନ । ସେ ଏପରି ଜଣେ କଳାକାର ଯାହାଙ୍କ ଭାଗ୍ୟରେ ଷ୍ଟାରଡମ ଏବଂ ୧୦୦ କୋଟି ଆୟ କରିଥିବା ଚଳଚ୍ଚିତ୍ର ନଥିବା ସତ୍ୱେ ବେଶ୍ ଲଗଜୁରି ଲାଇଫ୍ ଷ୍ଟାଇଲ୍ ବଞ୍ଚନ୍ତି ଏହି ଅଭିନେତା । ତୁଷାରଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫ୍ଲପ ଅଭିନେତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି । ସୁପରଷ୍ଟାର ଜିତେନ୍ଦ୍ରଙ୍କ ପୁଅ ତୁଷାର ଆଜି ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି । ଅଭିନେତା ବ୍ୟତୀତ ତୁଷାର ଅନେକ ବଡ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି ।

Happy Birth Day Tusshar Kapoor

ଗୋଲମାଲ ଫ୍ରାଞ୍ଚାଇଜରେ ତାଙ୍କର ଅନନ୍ୟ ଭୂମିକା ପାଇଁ ତୁଷାର କପୁର ଅତୁଳନୀୟ ଲୋକପ୍ରିୟତା ହାସଲ କରିଥିଲେ । ଖରାପ ଅଭିନୟ ପାଇଁ ସେ ବଲିଉଡ ଇଣ୍ତଷ୍ଟ୍ରିରେ ପଛରେ ପଡିଯାଇଥିଲେ । ଖୁବ୍ କମ ଚଳଚ୍ଚିତ୍ରରେ କାମ କରିଛନ୍ତି ତୁଷାର କିନ୍ତୁ ତାଙ୍କର ରୋଜଗାର କୌଣସି ବଡ ଷ୍ଟାରଙ୍କଠାରୁ କମ୍ ନୁହେଁ । ଷ୍ଟାର୍ କିଡ୍ ତୁଷାରଙ୍କ ରୋଜଗାର ଏବେ କୋଟିରେ । ସେ ଅଡି ଏବଂ ବିଏମଡବ୍ଲୁ ଭଳି ଦାମି ଗାଡିର ମାଲିକ ।

ତୁଷାର କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, କରୀନା କପୁର, ଇଶା ଦେଓଲଙ୍କ ପରି ଅଭିନେତ୍ରୀଙ୍କ ସହ ସେ ଫିଲ୍ମ କରିଛନ୍ତି, ଅନିତା ହସନନ୍ଦାନିଙ୍କ ସହ ତୁଷାରଙ୍କ ଫିଲ୍ମ 'ୟେ ଦିଲ' ହିଟ୍ ହୋଇଥିଲା । ହେଲେ ସେ ନିଜ ଅଭିନୟରେ ଦର୍ଶକଙ୍କୁ କିଛି ଖାସ୍ ଇମପ୍ରେସ କରି ପାରିନଥିଲେ । ଅନେକ ଫ୍ଲପ୍ ସିନେମା ପରେ ଅଭିନୟ ଛାଡିବାର ନିଷ୍ପତ୍ତି ନେଇଥିଲେ ତୁଷାର । ଶେଷରେ ସେ ପ୍ରଡକ୍ସନ୍ସରେ କାମ କରିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ତୁଷାର ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ଅଭିନେତା ତୁଷାର କପୁରଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ ପ୍ରାୟ ୩୭ କୋଟିର ମାଲିକ ସେ । ଏକ ୱେବସାଇଟ୍ ରିପୋର୍ଟ ଅନୁସାରେ ଅକ୍ଟୋବର ୨୦୨୧ ରେ ତୁଷାରଙ୍କ ନେଟୱର୍ଥ ପ୍ରାୟ ୫ ମିଲିୟନ୍ ବୋଲି କୁହାଯାଇଥିଲା । ଚଳଚ୍ଚିତ୍ର ଏବଂ ଆଡ୍ ଦ୍ୱାରା ତୁଷାର ଏକ ମାସରେ ପ୍ରାୟ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆୟ କରନ୍ତି । ତାଙ୍କର ବାର୍ଷିକ ଆୟ ପ୍ରାୟ ୫ କୋଟି ବୋଲି ସୂଚନା ରହିଛି ।

ତୁଷାର କପୁରଙ୍କ ପାଖରେ ଅନେକ ଦାମୀ ଗାଡି଼ ମଧ୍ୟ ରହିଛି । ତୁଷାର Porsche Cayenne, Audi Q7 ଏବଂ BMW 7 ପରି ମହଙ୍ଗା କାରର ମାଲିକ । ତୁଷାର ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ୨୦୦୧ରେ ଚଳଚ୍ଚିତ୍ର 'ମୁଝେ କୁଛ କେହନା' ଜରିଆରେ ତୁଷାର କପୁର ବଲିଉଡରେ ଡେବ୍ୟୁ କରିଥିଲେ । ତୁଷାର ଅନେକ କମେଡି ଚଳଚ୍ଚିତ୍ରରେ କାମ କରିଛନ୍ତି । ଅଭିନତା ତୁଷାର କପୁର ଅବିବାହିତ ଏବଂ ସରୋଗେସି ମାଧ୍ୟମରେ ଏକ ପୁତ୍ର ସନ୍ତାନର ପିତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+