44ବର୍ଷରେ ପାଦ ଦେଲେ ହାସ୍ୟ ଅଭିନେତା ପପୁ ପମପମ୍

44ବର୍ଷରେ ପାଦ ଦେଲେ ହାସ୍ୟ ଅଭିନେତା ପପୁ ପମପମ୍। ଟେଲିଭିଜନ ସହ ମଞ୍ଚରେ ସେ ନିଜର ହାସ୍ୟ କଳାରେ ଦର୍ଶକଙ୍କୁ କରିଛନ୍ତି ମୋହିତ। ସାରା ଓଡ଼ିଶା ପପୁଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି

ଭୁବନେଶ୍ୱର: 44ବର୍ଷରେ ପାଦ ଦେଲେ ହାସ୍ୟ ଅଭିନେତା ପପୁ ପମପମ୍ । ଟେଲିଭିଜନ ସହ ମଞ୍ଚରେ ସେ ନିଜର ହାସ୍ୟ କଳାରେ ଦର୍ଶକଙ୍କୁ କରିଛନ୍ତି ମୋହିତ। ସାରା ଓଡ଼ିଶା ପପୁଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି । ପପୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ 1978 ମସିହା ମଇ 26 ତାରିଖରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପପୁ ପମ୍‌ ପମ୍‌ଙ୍କ ପ୍ରକୃତ ନାଁ ହେଉଛି ତତ୍ତ୍ୱ ପ୍ରକାଶ ଶତପଥୀ ।

papu pom pom

‌ପପୁ ଏକ କଳାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ସେ 'ଯାଦୁବିଦ୍ୟା' ପାଇଁ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ ।ପପୁ ପିଲା ଦିନରୁ ଓଡ଼ିଆ ଯାତ୍ରା, ଗୀତ, ନୃତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ସେ ଶହେ ରୁ ଅଧିକ ମଞ୍ଚରେ ନିଜର ଚମତ୍କାର ଅଭିନୟ ଦେଖାଇସାରିଛନ୍ତି । କମେଡି ଅଭିନୟ କରିବା ପରେ ଧୀରେ ଧୀରେ ସେ ନିଜର ପ୍ରକୃତ ନାମ ପରିବର୍ତ୍ତେ ପପୁ ପମ ପମ ନାମରେ ଲୋକପ୍ରିୟ ହେଲେ।

କେବଳ ଅଭିନୟ ନୁହେଁ ପପୁ ଜଣେ ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ ମଧ୍ୟ ।ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ 60ଟି ଆଲବମ ଗୀତରେ ନିଜର ସ୍ୱର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ ।

ଅନେକ ଧାରାବାହିକରେ କମେଡି ଭୂମିକାରେ ଅଭିନୟ ସାଙ୍ଗକୁ ତୋ ଆଖିରେ ମୁଁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗାଟୋକା ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି ପପୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+