Get Updates
Get notified of breaking news, exclusive insights, and must-see stories!

କ'ଣ ପାଇଁ କଲେଜ ଛାଡି ଷ୍ଟୁଡିଓର ଚକ୍କର ଲଗାଇଥିଲେ କାର୍ତ୍ତିକ୍, ଅଧାରେ ରହିଲା ପରିବାରର ସ୍ୱପ୍ନ

କ'ଣ ପାଇଁ କଲେଜ ଛାଡି ଷ୍ଟୁଡିଓର ଚକ୍କର ଲଗାଇଥିଲେ କାର୍ତ୍ତିକ୍, ଅଧାରେ ରହିଲା ପରିବାରର ସ୍ୱପ୍ନ

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟାନଙ୍କର ଆଜି ୩୨ ବର୍ଷ ତମ ଜନ୍ମଦିନ । ଚଳିତ ବର୍ଷ ବକ୍ସ ଅଫିସରେ ବହୁ ବଡ ତାରକାଙ୍କ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିବା ବେଳେ କାର୍ତ୍ତିକଙ୍କର ଫିଲ୍ମ 'Bhool Bhulaiyaa 2' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା । କାର୍ତ୍ତିକଙ୍କ ଫିଲ୍ମ ହିଟ୍ ହେବା ସହ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନିଜ ଅଭିନୟ ଜରିଆରେ ସେ ଆଜି ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନରେ କରୁଛନ୍ତି ରାଜ୍ । ଆଜି ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ଅଭିନେତା । ଇନଷ୍ଟାଗ୍ରାମରେ କିଛି ଫୋଟ୍ ମଧ୍ୟ ସେୟାର କରିଛନ୍ତି । ତେବେ ପରିବାର ଲୋକେ କାର୍ତ୍ତିକଙ୍କ କ୍ୟାରିୟରକୁ ନେଇ ଆଉ କିଛି ସ୍ୱପ୍ନ ଦେଖୁଥିବା ବେଳେ ଅଭିନୟ କରିବେ ବୋଲି ଜିଦ୍ କରି ବସିଥିଲେ କାର୍ତ୍ତିକ ।

Kartik Aryan

ପରିବାର ସ୍ୱପ୍ନ
ଅଭିନୟ ପରି ପାଠ ପଢାରେ ମଧ୍ୟ ବେଶ୍ ଭଲ ଥିଲେ ଅଭିନେତା କାର୍ତ୍ତିକ ଏବଂ ଏହି କାରଣରୁ ତାଙ୍କ ପରିବାର ତାଙ୍କୁ ଜଣେ ଇଞ୍ଜିନିୟର ଭାବରେ ଦେଖିବାକୁ ଚାହୁଁଥିଲେ । ଯେଉଁଥି ପାଇଁ ଇଞ୍ଜିନିୟରିଂ କରିବାକୁ ମୁମ୍ବାଇ ପଠାଇଥିଲେ ପରିବାର ଲୋକେ, ହେଲେ ମାୟାନଗରୀରେ ପାଦ ଦେବା ପରେ ଅଭିନେତା ସାଜିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ କାର୍ତ୍ତିକ । କଲେଜ୍ ଛାଡି ଷ୍ଟୁଡିଓର ଚକ୍କର କାଟିଥିଲେ ଅଭିନେତା ।

କାର୍ତ୍ତିକ ଆର୍ଯ୍ୟଙ୍କ ଏହି କଠିନ ପରିଶ୍ରମ ଏବଂ ଅଭିନୟ ପ୍ରତି ତାଙ୍କର ଉତ୍ସାହ ୨୦୧୧ ମସିହାରେ 'ପ୍ୟାର କା ପଞ୍ଚନାମା'ରେ ଦେଖିବା ପାଇଁ ମିଳିଥିଲା । ପ୍ରଥମ ଥର ତାଙ୍କୁ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ର କରିବା ପରେ କାର୍ତ୍ତିକ ଆଉ ପଛକୁ ବୁଲି ଚାହିଁ ନଥିଲେ। ଏହା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମିଳିବା ଆରମ୍ଭ ହୋଇଯାଇଥିଲା । 'ଲଭ୍ ଆଜ୍ କଲ୍ ୨', 'ପତି ପତ୍ନୀ ଔର ଔ', 'ଧମାକା' ଭଳି ଚଳଚ୍ଚିତ୍ରରେ କାମ କରିଥିଲେ । ଇଣ୍ତଷ୍ଟ୍ରିରେ ସେ ନିଜ ଜବରଦସ୍ତ ଅଭିନୟର ଛାପ ଛାଡିଥିଲେ । ବର୍ତ୍ତମାନ ସେ ନିଜ ଆଗାମୀ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+