For Quick Alerts
Turn On Notification  
For Daily Alerts
Oneindia App Download

କ'ଣ ପାଇଁ କଲେଜ ଛାଡି ଷ୍ଟୁଡିଓର ଚକ୍କର ଲଗାଇଥିଲେ କାର୍ତ୍ତିକ୍, ଅଧାରେ ରହିଲା ପରିବାରର ସ୍ୱପ୍ନ

କ'ଣ ପାଇଁ କଲେଜ ଛାଡି ଷ୍ଟୁଡିଓର ଚକ୍କର ଲଗାଇଥିଲେ କାର୍ତ୍ତିକ୍, ଅଧାରେ ରହିଲା ପରିବାରର ସ୍ୱପ୍ନ

|

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟାନଙ୍କର ଆଜି ୩୨ ବର୍ଷ ତମ ଜନ୍ମଦିନ । ଚଳିତ ବର୍ଷ ବକ୍ସ ଅଫିସରେ ବହୁ ବଡ ତାରକାଙ୍କ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିବା ବେଳେ କାର୍ତ୍ତିକଙ୍କର ଫିଲ୍ମ 'Bhool Bhulaiyaa 2' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା । କାର୍ତ୍ତିକଙ୍କ ଫିଲ୍ମ ହିଟ୍ ହେବା ସହ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନିଜ ଅଭିନୟ ଜରିଆରେ ସେ ଆଜି ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନରେ କରୁଛନ୍ତି ରାଜ୍ । ଆଜି ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ଅଭିନେତା । ଇନଷ୍ଟାଗ୍ରାମରେ କିଛି ଫୋଟ୍ ମଧ୍ୟ ସେୟାର କରିଛନ୍ତି । ତେବେ ପରିବାର ଲୋକେ କାର୍ତ୍ତିକଙ୍କ କ୍ୟାରିୟରକୁ ନେଇ ଆଉ କିଛି ସ୍ୱପ୍ନ ଦେଖୁଥିବା ବେଳେ ଅଭିନୟ କରିବେ ବୋଲି ଜିଦ୍ କରି ବସିଥିଲେ କାର୍ତ୍ତିକ ।

Kartik Aryan

ପରିବାର ସ୍ୱପ୍ନ
ଅଭିନୟ ପରି ପାଠ ପଢାରେ ମଧ୍ୟ ବେଶ୍ ଭଲ ଥିଲେ ଅଭିନେତା କାର୍ତ୍ତିକ ଏବଂ ଏହି କାରଣରୁ ତାଙ୍କ ପରିବାର ତାଙ୍କୁ ଜଣେ ଇଞ୍ଜିନିୟର ଭାବରେ ଦେଖିବାକୁ ଚାହୁଁଥିଲେ । ଯେଉଁଥି ପାଇଁ ଇଞ୍ଜିନିୟରିଂ କରିବାକୁ ମୁମ୍ବାଇ ପଠାଇଥିଲେ ପରିବାର ଲୋକେ, ହେଲେ ମାୟାନଗରୀରେ ପାଦ ଦେବା ପରେ ଅଭିନେତା ସାଜିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ କାର୍ତ୍ତିକ । କଲେଜ୍ ଛାଡି ଷ୍ଟୁଡିଓର ଚକ୍କର କାଟିଥିଲେ ଅଭିନେତା ।

କାର୍ତ୍ତିକ ଆର୍ଯ୍ୟଙ୍କ ଏହି କଠିନ ପରିଶ୍ରମ ଏବଂ ଅଭିନୟ ପ୍ରତି ତାଙ୍କର ଉତ୍ସାହ ୨୦୧୧ ମସିହାରେ 'ପ୍ୟାର କା ପଞ୍ଚନାମା'ରେ ଦେଖିବା ପାଇଁ ମିଳିଥିଲା । ପ୍ରଥମ ଥର ତାଙ୍କୁ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ର କରିବା ପରେ କାର୍ତ୍ତିକ ଆଉ ପଛକୁ ବୁଲି ଚାହିଁ ନଥିଲେ। ଏହା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମିଳିବା ଆରମ୍ଭ ହୋଇଯାଇଥିଲା । 'ଲଭ୍ ଆଜ୍ କଲ୍ ୨', 'ପତି ପତ୍ନୀ ଔର ଔ', 'ଧମାକା' ଭଳି ଚଳଚ୍ଚିତ୍ରରେ କାମ କରିଥିଲେ । ଇଣ୍ତଷ୍ଟ୍ରିରେ ସେ ନିଜ ଜବରଦସ୍ତ ଅଭିନୟର ଛାପ ଛାଡିଥିଲେ । ବର୍ତ୍ତମାନ ସେ ନିଜ ଆଗାମୀ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Happy Birth Day Kartik Aryan: The Untold Story Of Actor
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X