୪୫୦ବର୍ଷ ପୁରୁଣା ଦୁର୍ଗରେ ବିବାହ କରିବେ ଅଭିନେତ୍ରୀ ହିଂସାକ ମୋଟୱାମୀ
୪୫୦ବର୍ଷ ପୁରୁଣା ଦୁର୍ଗରେ ବିବାହ କରିବେ ଅଭିନେତ୍ରୀ ହିଂସାକ ମୋଟୱାମୀ
ମୁମ୍ବାଇ: ଛୋଟ ପରଦାରୁ ଆରମ୍ଭ କରି ଦକ୍ଷିଣ ଚଳଚ୍ଚିତ୍ରରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଖୁବ୍ ଶୀଘ୍ର ୪୫୦ବର୍ଷ ପୁରୁଣା ଦୁର୍ଗରେ ରାଜ ନେତାଙ୍କ ପୁଅଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ତେବେ ଏହି ବିବାହ ବଲିଉଡର ପରବର୍ତ୍ତୀ ଚର୍ଚ୍ଚିତ ବିବାହ ବୋଲି ଆଲୋଚନା ହେଉଛି ।

ହିଂସିକ ମୋଟୱାମୀଙ୍କ ବିବାହ ସୂଚନା
ହିଂସିକ ମୋଟୱାମୀ ଶିଶୁ କଳାକାର ଭାବରେ ଟେଲିଭିଜନ ଶୋ'ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ଲୋକପ୍ରିୟ ଟିଭି ଶୋ 'ଶାକାଲାକା ବୁମ୍ ବୁମ୍ରୁ' ଲୋକପ୍ରିୟତା ହାସଲ କରିଥିଲେ । ସେ ଡିସେମ୍ବର ମାସରେ ଜୟପୁରର ଏକ ୪୫୦ବର୍ଷ ପୁରୁଣା ଦୁର୍ଗରେ ରହିବା ପାଇଁ ଯାଉଛନ୍ତି । ଇଣ୍ଡିଆ ଟିଭି ରିପୋର୍ଟ ଅନୁସାରେ, ଅଭିନେତ୍ରୀ ହଂସିକାଙ୍କ ଭାବିସ୍ବାମୀ ଜଣେ ରାଜନେତାଙ୍କ ପୁଅ ଏବଂ ଜଣେ ବ୍ୟବସାୟୀ । ତେବେ ଏ ଖବର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ହଂସିକାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।
ରିପୋର୍ଟ ଅନୁସାରେ, ହଂସିକା ଚଳିତ ବର୍ଷ ଡିସେମ୍ବରରେ ରୟାଲ୍ ଶୈଳୀରେ ବିବାହ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ନିଜ ବିବାହ ପାଇଁ ରାଜସ୍ଥାନର ଜୟପୁରରେ ଅବସ୍ଥିତ ୪୫୦ ବର୍ଷ ଦୁର୍ଗକୁ ବାଛିଛନ୍ତି । ମୁଣ୍ତୋଟା ଫୋର୍ଟ ଆଣ୍ତ ପ୍ୟାଲେସରେ ହଂସିକାଙ୍କ ବିବାହର ସମସ୍ତ ରୀତିନୀତି ଅନୁଷ୍ଠିତ ହେବ। ବିବାହ ଉତ୍ସବରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଗ୍ରାଣ୍ଡ ସ୍ୱାଗତ କରାଯିବ । ହେଲେ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ ବିବାହକୁ ନେଇ କୌଣସି ସୂଚନା ଦେଇ ନାହଁନ୍ତି । 'ଶାକାଲାକା ବୁମ୍ ବୁମ୍', ' କ୍ୟୁଙ୍କି ସାସ୍ ଭି କଭି ବହୁ ଥି', 'ସୋନ ପରୀ' ଭଳି ଟିଭି ଶୋ'ରେ ସେ ଶିଶୁ କଳାକାର ଭାବେ କାମ କରିଥିଲେ । ହ୍ରିତିତ୍ ରୋଶନଙ୍କ ଫିଲ୍ମ 'କୋଇ ମିଲ ଗୟା' ରେ ତାଙ୍କୁ ଶିଶୁ କଳାକାର ଭାବରେ ମଧ୍ୟ ଦେଖିବାକୁ ମିଳିଥିଲା ।












Click it and Unblock the Notifications