ଦୀପାବଳି ପାର୍ଟିରେ ଗୁରୁ ରନ୍ଧୱା- ଶେହନାଜ୍ ଗିଲଙ୍କ ଜଲୱା
ଦୀପାବଳି ପାର୍ଟିରେ ଗୁରୁ ରନ୍ଧୱା- ଶେହନାଜ୍ ଗିଲଙ୍କ ଜଲୱା
ମୁମ୍ବାଇ: 'ବିଗ୍ ବସ୍' ଫେମ୍ ଶେହନାଜ୍ ଗିଲ୍ । ନିଜ ଚୁଲବୁଲି ଅନ୍ଦାଜ ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରୁଛନ୍ତି। ଖୁବ ଶିଘ୍ର ଅଭିନେତ୍ରୀଙ୍କୁ ସଲାମନ ଖାନଙ୍କ ଫିଲ୍ମରେ ଦେଖିବା ପାଇଁ ମିଳିବ । ସୋସିଆଲ ମିଡିଆରେ ମଧ୍ୟ ଶେହାନାଜ ବହୁତ ପପୁଲାର । ତାଙ୍କର ଅନେକ ପୋଷ୍ଟ ଖୁବ୍ ଭାଇରାଲ ହୋଇଥାଏ । କିଛି ଦିନ ପୂର୍ବରୁ ତାଙ୍କର ଏକ ଗୀତ ଗାଉଥିବା ଭିଡିଓକୁ ଫ୍ୟାନ୍ସଙ୍କର ଖୁବ ଭଲ ପାଇବା ମିଳିଥିଲା । ଏହାରି ମଧ୍ୟରେ ପୁଣି ଥରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଭିଡିଓରେ ସେ ପଞ୍ଜାବର ପ୍ରସିଦ୍ଧ ଗାୟକ ଗୁରୁ ରନ୍ଧୱାଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।
ଦୀପାବଳି ପାର୍ଟିରେ ଏକାଠି ନଜର ଆସିଥିଲେ ଶେହନାଜ୍ ଗିଲ୍ -ଗୁରୁ ରନ୍ଧୱା । ଏକ ଜାତୀୟ ଗଣମାଧ୍ୟମ ଅଫିସିଆଲ୍ ଇନଷ୍ଟା ପେଜ୍ରେ ଏହି ଭିଡିଓ ସେୟାର କରାଯାଇଥିଲା । ଭିଡିଓରେ ଆପଣ ଦେଖିପାରିବେ ଯେ ଶେହନାଜ ଏବଂ ଗୁରୁ ପରସ୍ପରର ହାତ ଧରି ରୋମାଣ୍ଟିକ୍ ଡ୍ୟାନ୍ସ କରୁଛନ୍ତି । ଉଭୟଙ୍କୁ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କୁ ବେଶ୍ ଇମପ୍ରେସ୍ କରିଛି । ପ୍ରଶଂସକମାନେ ଏହି ଭିଡିଓରେ ଖୁବ୍ କମେଣ୍ଟ ଦେବା ସହ ସେୟାର କରୁଛନ୍ତି ।

ଶେହନାଜ ଏବଂ ଗୁରୁ ରନ୍ଧୱାଙ୍କର ଏହି ଭିଡିଓରେ ଜଣେ ଫ୍ୟାନ୍ସ କମେଣ୍ଟ ଦେଇଛନ୍ତି ଯେ,ଯେତେବେଳେ ଦୁଇ ପଞ୍ଜାବୀ ଏକାଠି ହୁଅନ୍ତି, ସେତେବେଳେ ଧମାଲ ହୁଏ ' ସେହିପରି ଅନେକ ୟୁଜର୍ସ ଉଭୟଙ୍କ କମେଷ୍ଟ୍ରିର ପ୍ରଶଂସା କରୁଛନ୍ତି । ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି ।












Click it and Unblock the Notifications