ବଲିଉଡକୁ ମାତ୍ ଦେଲା ଗୁଜୁରାଟୀ ଫିଲ୍ମ, ଓସ୍କାର ପାଇଁ ହେଲା ଚୟନ
ଏଥର ଓସ୍କାରକୁ କେଉଁ ଭାରତୀୟ ଫିଲ୍ମ ଯିବ ସେନେଇ ଅନେକ ଦିନ ହେବ ହେଉଛି ଚର୍ଚ୍ଚା । ତେବେ ଏହି ଚର୍ଚ୍ଚାର ଅନ୍ତ ଘଟିଛି । ଓସ୍କାର ପାଇଁ କେଉଁ ଫିଲ୍ମ ଯିବ ତାହା ନିଷ୍ପତ୍ତି ନିଆଯାଇଛି ।
ନୂଆଦିଲ୍ଲୀ: ଏଥର ଓସ୍କାରକୁ କେଉଁ ଭାରତୀୟ ଫିଲ୍ମ ଯିବ ସେନେଇ ଅନେକ ଦିନ ହେବ ହେଉଛି ଚର୍ଚ୍ଚା । ତେବେ ଏହି ଚର୍ଚ୍ଚାର ଅନ୍ତ ଘଟିଛି । ଓସ୍କାର ପାଇଁ କେଉଁ ଫିଲ୍ମ ଯିବ ତାହା ନିଷ୍ପତ୍ତି ନିଆଯାଇଛି । ବର୍ଷର ସବୁଠୁ ବଡ଼ ଫିଲ୍ମ ଦ କାଶ୍ମୀର ଫାଇଲ୍ସ ଏବଂ ଆରଆରଆର ମଧ୍ୟରେ କଡା ମୁକାବିଲା ହେବା ନେଇ ଚାଲିଥିଲା ଚର୍ଚ୍ଚା । ବର୍ତ୍ତମାନ ଗୁଜରାଟୀ ସିନେମା ଛେଲୋ ଶୋ' ଓସ୍କାରକୁ ଯିବା ନେଇ ଚୟନ କରାଯାଇଛି । ଏନେଇ ଘୋଷଣା କରିଛି ଫିଲ୍ମ ଫେଡେରେଶନ ଅଫ୍ ଇଣ୍ଡିଆ ।

ଇଣ୍ଡିୱାୟାରର ଡେଭିଡ ଏହର୍ଲିଚ୍ ଚେଲୋ ଶୋକୁ "ଚଳଚ୍ଚିତ୍ରର ଯାଦୁ ଉପରେ ଏକ ଇଥେରିଆଲ୍ ଟେକ୍" ସହିତ ଏକ "କମିଂ ଏଜ୍ ଷ୍ଟୋରୀ" ବୋଲି କହିଥିଲେ। ଏହା ଗୁଜୁରାଟରେ ବଢିଥିବା ନଳୀନଙ୍କ ଅଧା ଆତ୍ମଜୀବନୀ। ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା ରହିଛି ।












Click it and Unblock the Notifications