ସୋସିଆଲ ମିଡିଆରେ ଆଜି କେଉଁ ଷ୍ଟାର ଥିଲେ ଟ୍ରେଣ୍ତରେ ?
Guess the sensation of internet .. she is the Bollywood queen...ସୋସିଆଲ ମିଡିଆରେ ଆଜି କେଉଁ ଷ୍ଟାର ଥିଲେ ଟ୍ରେଣ୍ତରେ ?
ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରତିଦିନ ଏକ ନୂଆ ଟ୍ରେଣ୍ତ ଆରମ୍ଭ ହୁଏ । ଆଜିକାଲି ବଲିଉଡ ତାରକାମାନଙ୍କ ପିଲାଦିନର ଫଟୋ ସେୟାର କରିବାର ଟ୍ରେଣ୍ତ ଚାଲିଛି ।ପ୍ରତ୍ୟକ ଦିନ ଏହି ସେଲିବ୍ରିଟିଙ୍କୁ ଚର୍ଚ୍ଚା ଲାଗି ରହିଥାଏ । ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ନିଜ ପ୍ରିୟ କଳାକାରଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବା ପାଇଁ ପସନ୍ଦ କରନ୍ତି ।ଓ ସେୟାର ମଧ୍ୟ କରନ୍ତି । ଯେଉଁଥି ପାଇଁ ଏହି ଷ୍ଟାରଙ୍କ ଫଟୋ ସୋସିଆଲ ମିଡିଆର ଖୁବ ଭାଇରାଲ ହୋଇଥାଏ। ଆଜି ଯେଉଁ ଅଭିନେତ୍ରୀଙ୍କ ଫୋଟ ଭାଇରାଲ ହୋଇଛି ସେ ବଲିଉଡର ଫିଟନେସ କୁଇନ୍ । ଏହି ଅଭିନେତ୍ରୀଙ୍କୁ ୪୦ ବର୍ଷ ବୟସ ଅତିକ୍ରମ କରିଛି। ତଥାପି, ସେ ନିଜ ସୁନ୍ଦରତାରେ ଅନେକ ନୂଆ ଷ୍ଟାରଙ୍କୁ ମଧ୍ୟ ଟକ୍କର ଦିଅନ୍ତି ଏହି ଅଭିନେତ୍ରୀ ନିଜେ କେବଳ ଫିଟ୍ ନୁହଁନ୍ତି ବରଂ ସେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଫିଟନେସ୍ ପାଇଁ ଉତ୍ସାହିତ ମଧ୍ୟ କରିଥାନ୍ତି ।

ତେବେ ଏହି ଫଟୋଟି ହେଉଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କର ।ଆଜିକାଲି ସୋସିଆଲ ମିଡିଆରେ ଶିଳ୍ପାଙ୍କ ପିଲାଦିନର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି
ଆପଣ ତାଙ୍କ ଫ୍ୟାନ୍ କ୍ଲବରେ ଶିଳ୍ପା ଶେଟ୍ଟୀଙ୍କ ପିଲାଦିନର ଅନେକ ଚିତ୍ର ଦେଖିବାକୁ ପାଇବେ । ଆମେ ଜାଣୁ ଯେ ଶିଳ୍ପା ଶେଟ୍ଟୀଙ୍କୁ ଚିହ୍ନିବା ପାଇଁ ଫ୍ୟାନ୍ସଙ୍କୁ ସମୟ ନିଶ୍ଚୟ ଲାଗିଲା ହେଲେ ଏବେ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକୁ ଫ୍ୟାନ୍ସ ମଧ୍ୟ ଦେଖିବା ପାଇଁ ପସନ୍ଦ କରୁଛନ୍ତି ।













Click it and Unblock the Notifications