କୋଲକାତାରେ କେକେଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା, ସାମିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଦିବଙ୍ଗତ ଗାୟକ କେକେଙ୍କୁ ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ସିଙ୍ଗର କେକେଙ୍କ ଶେଷକୃତ୍ୟ । କୋଲକାତା ରବିନ୍ଦ୍ର ସଦନଠାରେ ଶେଷ ହୋଇଛି ତାଙ୍କ ଶେଷକୃତ୍ୟ ।
କୋଲକାତା: ଦିବଙ୍ଗତ ଗାୟକ କେକେଙ୍କୁ ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ସିଙ୍ଗର କେକେଙ୍କ ଶେଷକୃତ୍ୟ । କୋଲକାତା ରବିନ୍ଦ୍ର ସଦନଠାରେ ଶେଷ ହୋଇଛି ତାଙ୍କ ଶେଷକୃତ୍ୟ ।

ଏହି ଅବସରରେ ସାମିଲ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି କେକେଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ । କେକେଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ କୋଲକାତାରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ତାଙ୍କର ଶେଷ ଦର୍ଶନ ପାଇଁ ଫ୍ୟାନ୍ସଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସ ରବିନ୍ଦ୍ର ସଦରେ ପହଞ୍ଚିଥିଲେ ।
West Bengal CM Mamata Banerjee paid her last respects to singer #KK at Rabindra Sadan in Kolkata. pic.twitter.com/IAgCjsQUtL
— ANI (@ANI) June 1, 2022
ବଲିଉଡର ଲୋକପ୍ରିୟ ଗାୟକ କ୍ରିଷ୍ଣାକୁମାର କୁନ୍ନାଥ ବା କେକେଙ୍କ ବିୟୋଗରେ ସଂଗୀତ ଜଗତ ସ୍ବବ୍ଧ ହୋଇଯାଇଛି। ମାତ୍ର ୫୩ ବର୍ଷ ବୟସରେ ଏହି ଲୋକପ୍ରିୟ ଗାୟକଙ୍କ ଅକାଳ ମୃତ୍ୟୁ ହୋଇଛି। କୋଲକାତାରେ ସଂଗୀତ ପରିବେଷଣ କରୁଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
West Bengal | Family of singer #KK pay their last respects to him at Rabindra Sadan in Kolkata. pic.twitter.com/R9gDeTqVDr
— ANI (@ANI) June 1, 2022
କହିରଖୁ କୁ, କେକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିଲା। କିନ୍ତୁ ତାଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଛି। ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ। କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।
କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି। କେକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।












Click it and Unblock the Notifications