ଗୋବିନ୍ଦା-ସୁନିତା ହେବେ ଅଲଗା ! ବୈବାହିକ ଜୀବନକୁ ଦେବେ ଆଉ ଏକ ମୌକା ଦେବେ ଅଭିନେତା
ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ଛାଡପତ୍ରକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗି ରହିଛି । ଉଭୟଙ୍କ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ କହାଣୀ ମଧ୍ୟ ବର୍ତ୍ତମାନ ସୋସିସଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଯେ ୩୭ ବର୍ଷର ବିବାହ ପରେ ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଗୋବିନ୍ଦା ଏବଂ ସୁନିତାଙ୍କର ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।
ଜୁମ୍ ରିପୋର୍ଟ ଅନୁଯାୟୀ, ସୁନିତା ଆହୁଜା ଗୋବିନ୍ଦାଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି କିନ୍ତୁ ଗୋବିନ୍ଦା ସେମାନଙ୍କ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି କୁହାଯାଉଛି ଯେ ସୁନୀତାଙ୍କ ହଠାତ୍ ବିବାହ ଭାଙ୍ଗିବାର ନିଷ୍ପତ୍ତିରେ ଗୋବିନ୍ଦାଙ୍କ ମନ ଭାଙ୍ଗିଯାଇଛି ଏବଂ ସେ ନିଜ ସମ୍ପର୍କକୁ ଆଉ ଏକ ମୌକା ଦେବା ପାଇଁ ଚାହୁଁଛନ୍ତି । ହେଲେ ଏହି ଖବର ପଛର ସତ୍ୟତା କେତେ ରହିଛି ତାହା ଅସ୍ପଷ୍ଟ ।

ଗୋବିନ୍ଦାଙ୍କ ପରିଚାଳକ ଶଶି ସିହ୍ନା କହିଛନ୍ତି ଯେ, ଅଭିନେତା ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ସମସ୍ୟା ଥିଲା, ଯାହା ତାଙ୍କ ପରିବାର ସଦସ୍ୟଙ୍କ ମନ୍ତବ୍ୟ ଯୋଗୁଁ ହୋଇଥିଲା। ଶଶି ସିହ୍ନା ଏହା ମଧ୍ୟ କହିଛନ୍ତି ଯେ ଗୋବିନ୍ଦା ଏବେ ତାଙ୍କର ନୂତନ ଫିଲ୍ମ ଆରମ୍ଭରେ ବ୍ୟସ୍ତ ଅଛନ୍ତି ଏବଂ ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଗୋବିନ୍ଦା ଜଣେ ମରାଠି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ।












Click it and Unblock the Notifications