ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି
Govinda Shot By Gun: ବଲିଉଡ ଅଭିନେତା ଗୋବିନ୍ଦା ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଗୁଳି ବାଜିଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ଅଭିନେତା ସିଆରଟିଆଇ କେୟାର ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । କେବେ ଘଟଣା ସମୟରେ ଅଭିନେତା ଘରେ ଏକାଥିଲେ ।
ସୂଚନା ଅନୁସାରେ, ଆଜି ଭୋର ସାଢେ ୪ଟାରେ ଗୋବିନ୍ଦା ତାଙ୍କ ଜୁହୁ ସ୍ଥିତ ବାସଭବନରୁ ବିମାନବନ୍ଦରକୁ ଯାଉଥିଲେ । ହେଲେ ଏହା ପୂର୍ବରୁ ସେ ନିଜ ଲାଇସେନ୍ସପ୍ରାପ୍ତ ପିଭଲଭର ସଫା କରିବାକୁ ପ୍ରସ୍ତୁତ ହେଉଥିଲେ । ହେଲେ ହଠାତ୍ ଭୁଲରେ ତାଙ୍କ ଦେହରେ ଗୁଳି ବାଜି ଯାଇଥିଲା ।

ପୋଲିସର ସୂଚନାନୁସାରେ, ଗୁଳି ବିନିମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦାଙ୍କ ବନ୍ଧୁକକୁ ଯବତ କରାଯାଇଛି । ଏହା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଗୁଳି ଚଳାଇବା ପରେ ଗୋବିନ୍ଦାଙ୍କ ଗୋଡରୁ ରକ୍ତସ୍ରାବ ହୋଇଥିଲା । ଯେଉଁଥିପାଇଁ ତାଙ୍କ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ବର୍ତ୍ତମାନ ଗୋବିନ୍ଦା ଆନ୍ଧେରିର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାମଲାର ତଦନ୍ତ ଚାଲିଛି।
ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନାଙ୍କ ସୂଚନା ଅନୁସାରେ, ଅଭିନେତାଙ୍କ ଅବସ୍ଥା ଏବେ ସ୍ଥିର ଅଛି । ସେ କୋଲକାତା ଯିବାକୁ ପ୍ରସ୍ତୁତ ହେଉଥିଲେ ଯାହା ପୂର୍ବରୁ ସେ ରିଭଲଭର ସଫା କରୁଥିଲେ ଏବଂ ଏହାକୁ ଆଲମାରିରେ ରଖୁଥିଲେ ଏହି ସମୟରେ ପିସ୍ତଲଟି ତଳେ ପଡ଼ିଯାଇଥିଲା, ଯାହା ପରେ ଭୁଲରେ ଗୁଳି ଚାଲି ଯାଇଥିଲା । ତାଙ୍କୁ ଆଣ୍ଠୁ ତଳେ ଗୁଳି ବାଜିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ନେଇ ସୂଚନା ରହିଛି ।












Click it and Unblock the Notifications