୩୦ ବର୍ଷିୟ ମରାଠି ଅଭିନେତ୍ରୀଙ୍କ ସହ ଅଛି ସମ୍ପର୍କ, ବିବାହର ୩୭ ବର୍ଷ ପରେ ଗୋବିନ୍ଦାଙ୍କର ହେବ କି ଛାଡପତ୍ର !
Govinda Love Affair: ବଲିଉଡ ଅଭିନେତା ଗୋବିନ୍ଦା ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟରେ ଅଛନ୍ତି । ଚର୍ଚ୍ଚା ହେଉଛି ଅଭିନେତା ଖୁବ୍ ଶୀଘ୍ର ନିଜ ପତ୍ନୀଙ୍କଠୁ ଡିଭୋର୍ସ ନେବା ପାଇଁ ଯାଉଛନ୍ତି ।
ବଲିଉଡର ହିରୋ ନମ୍ବର ୱାନ୍ ଦୀର୍ଘଦିନ ଇଣ୍ତଷ୍ଟ୍ରିରେ ରାଜ କରିଥିଲେ । ହେଲେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ଖବର ରହିଛି ଗୋବିନ୍ଦା ଜଣେ ୩୦ ବର୍ଷିୟ ମରାଠି ଅଭିନେତ୍ରୀଙ୍କ ପ୍ରେମରେ ପଡିଯାଇଛନ୍ତି । ଯେଉଁଥି ପାଇଁ ବର୍ତ୍ତମାନ ସେ ନିଜ ପତ୍ନୀଙ୍କଠୁ ଛାଡପତ୍ର ନେବା ପାଇଁ ଚାହୁଁଛନ୍ତି ।

ଗୋବିନ୍ଦାଙ୍କ ନାଁ ବଲିଉଡର ଟପ୍ ଅଭିନେତାଙ୍କ ମଧ୍ୟରେ ରହିଛି । ୮୦ ଏବଂ ୯୦ ଦଶକରେ ସେ ବିଟାଉନରେ ରାଜ କରିଥିଲେ । ତାଙ୍କ ଅଭିନୟ, ଡ୍ୟାନ୍ସର ଅନେକ ଫ୍ୟାନ୍ସ । ଆଜି ତାଙ୍କ ପ୍ରଶଂସକଙ୍କର କମି ନାହିଁ ।
କିନ୍ତୁ ଏବେ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। Reddit'ର ଏକ ପୋଷ୍ଟ ଅନୁଯାୟୀ, ଗୋବିନ୍ଦା ୩୭ ବର୍ଷର ବିବାହ ପରେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି।












Click it and Unblock the Notifications