ରିଜିଜ୍ ହେଲା 'GoodLuck Jerry' ର ଟ୍ରେଲର, ଜୁଲାଇ ୨୯ OTT ପ୍ଲାଟଫର୍ମ ହେବ ରିଲିଜ୍
GoodLuckJerry trailer out,streaming from 29th july ,on Disneyplushotstar .Janhvi plays the role of Jerry ରିଜିଜ୍ ହେଲା 'GoodLuck Jerry' ର ଟ୍ରେଲର, ଜୁଲାଇ ୨୯ OTT ପ୍ଲାଟଫର୍ମ ହେବ ରିଲିଜ୍
ମୁମ୍ବାଇ: ଜାନବୀ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଗୁଡ୍ ଲକ୍ ଜେରୀ'ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମ ଜୁଲାଇ ୨୯ ରେ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ । ଜାନବୀ ଏହି ଚଳଚ୍ଚିତ୍ରରେ ବିହାରର ଜଣେ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଟ୍ରେଲରେ ଜାହ୍ନବୀ ଏକ ସିମ୍ପଲ ଲୁକରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରଟି ତାମିଲ ଚଳଚ୍ଚିତ୍ର Kolamaavu Kokilaରି ରେମେକ୍ ଫିଲ୍ମ । ଏଥିରେ ନୟନତାରା ମୁଖ୍ୟ ଭୂମିକା ନଜର ଆସିଥିଲେ ।
ଟ୍ରେଲରରେ ସୁଶାନ୍ତ ସିଂଙ୍କୁ ସେ ଭିଲେନ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରଟି ଆନନ୍ଦ ଏଲ ରାୟଙ୍କ ଦ୍ୱାରା ନିର୍ମିତ ଏବଂ ସିଦ୍ଧାର୍ଥ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ।ଯାହାକୁ ଲେଖିଛନ୍ତି ପଙ୍କଜ ମେହେତା । ଗୁଡ୍ ଲକ୍ ଜେରୀ ଦୀପକ ଡୋବ୍ରିଆଲ୍, ନୀରଜ ସୁଦ, ମୀତା ବଶିଷ୍ଟଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ଟ୍ରେଲକୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।ଜାନବୀଙ୍କ ସିମ୍ପଲ ଲୁକକୁ ଜିଣୁଛି ପ୍ରଶଂସକଙ୍କର ମନ ।













Click it and Unblock the Notifications