ଅଭିନେତା ରୟ ଲିଓଟାଙ୍କ ପରଲୋକ
ଆମେରିକୀୟ ଅଭିନେତା ରୟ ଲିଓଟାଙ୍କର ଦେହାନ୍ତ ହୋଇଛି । ରୟ ଲିଓଟା 90 ଦଶକରେ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ଦମଦାର ଅଭିନୟ ପାଇଁ ଦର୍ଶକଙ୍କର ଲୋକପ୍ରିୟ ହୋଇପାରିଛନ୍ତି ରୟ ଲିଓଟା। ସୂଚନା ଅନୁଯାୟୀ, ସେ ଡୋମିନିକନ୍ ରିପବ୍ଲିକରେ ଏକ ଫିଲ୍ମର ସୁଟିଂ କରୁଥିଲ
ଓ୍ବାଶିଂଟନ: ଆମେରିକୀୟ ଅଭିନେତା ରୟ ଲିଓଟାଙ୍କର ମୃତ୍ୟୁ । ରୟ ଲିଓଟା 90 ଦଶକରେ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ଦମଦାର ଅଭିନୟ ପାଇଁ ଦର୍ଶକଙ୍କର ଲୋକପ୍ରିୟ ହୋଇପାରିଛନ୍ତି ରୟ ଲିଓଟା। ସୂଚନା ଅନୁଯାୟୀ, ସେ ଡୋମିନିକନ୍ ରିପବ୍ଲିକରେ ଏକ ଫିଲ୍ମର ସୁଟିଂ କରୁଥିଲେ, ଶୋଇବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା ।

ତାଙ୍କ ସହକର୍ମୀ ଜେନିଫର୍ ଆଲେନ୍ କହିଛନ୍ତି ଯେ, ଲିଓଟା Dangerous Waters ଫିଲ୍ମର ସୁଟିଂ କରୁଥିଲେ । ରୟ ଲିଓଟା Good fellas ଚଳଚ୍ଚିତ୍ରରେ ହେନେରୀ ହିଲ୍ ଭୂମିକା ନିଭାଇବା ପରେ ସେ ବେଶ୍ ଲୋକପ୍ରିୟ ହୋଇଯାଇଥିଲେ । ତାଙ୍କର ଏହି ଚରିତ୍ର ଆଜି ବି ଲୋକଙ୍କ ହୃଦୟରେ ଘର କରି ରହିଛି ।
ଏହା ବ୍ୟତୀତ ତାଙ୍କୁ ଫିଲ୍ଡ ଅଫ୍ ଡ୍ରିମ୍ସରେ ମଧ୍ୟ ଦେଖିବାକୁ ମିଳିଥିଲା । 'Good fellas'ରେ ରୟ ଲିଓଟାଙ୍କ ସହ କାମ କରିଥିବା ସହ ଲୋରେନ୍ ବ୍ରାକୋ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, "ରୟଙ୍କ ବିଷୟରେ ଏହି ଖବର ଶୁଣିବା ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି, ମୁଁ ଯେଉଁଆଡେ ଯାଏ, ଲୋକମାନେ ମୋ ପାଖକୁ ଆସନ୍ତି ଏବଂ ମୋତେ କୁହନ୍ତି ଯେ, ସେମାନଙ୍କର ପ୍ରିୟ ଚଳଚ୍ଚିତ୍ର ହେଉଛି Good fellas ।












Click it and Unblock the Notifications