ରିଲିଜ୍ ହେଲା 'Goodbye'ର ଟ୍ରେଲର, ଅମିତାଭଙ୍କ ସହ ନଜର ଆସିଲେ ରଶ୍ମିକା ମନ୍ଦାନା
ରିଲିଜ୍ ହେଲା 'Goodbye'ର ଟ୍ରେଲର, ଅମିତାଭଙ୍କ ସହ ନଜର ଆସିଲେ ରଶ୍ମିକା ମନ୍ଦାନା
Goodbye Trailer Out: ଅମିତାଭ ବଚ୍ଚନ ,ରଶ୍ମିତା ମନ୍ଦାନା ଓ ନିନା ଗୁପ୍ପାଙ୍କ ଫିଲ୍ମ 'ଗୁଡବାଏ'ର ମଚ୍ ଅୱେଟେଡ୍ ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ନର୍ଥ ଦର୍ଶକଙ୍କ ସହ ସାଉଥ୍ ଦର୍ଶକଙ୍କ ପାଇଁ ମଧ୍ୟ ବେଶ୍ ଖାସ୍ । କାରଣ ଫିଲ୍ମ 'Goodbye' ଜରିଆରେ ପୁଷ୍ପା ଫେମ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଚଳଚ୍ଚିତ୍ରର ପୋଷ୍ଟର ପରି ଟ୍ରେଲର ମଧ୍ୟ ଖୁବ ଖାସ୍ ।

ଫ୍ୟାନ୍ସଙ୍କ ମନ ଜିଣୁଛି ଟ୍ରେଲର
'ଗୁଡବାଏ'ର ଟ୍ରେଲରକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି । ଏହି ଫିଲ୍ମରେ ଏକ ପାରିବାରିକ କାହାଣୀ ଦେଖିବା ପାଇଁ ମିଳିବ । ଫିଲ୍ମର ସୁନ୍ଦର କାହଣୀ ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ । ଚଳଚ୍ଚିତ୍ରରେ କମେଡି ,ଇମୋସନ,ଡ୍ରାମାର ତଡକା ଦେଖିବା ପାଇଁ ମିଳିବ । ଫିଲ୍ମରେ ବାପା ଝିଅ ଚରିତ୍ରରେ ନଜର ଆସିବେ ଅମିତାଭ ବଚ୍ଚନ ଓ ରଶ୍ମିକା ମନ୍ଦାନା । ଉଭୟଙ୍କ ମଧ୍ୟରେ ଛୋଟ ଛଟୋ ଝଗଡା ମଧ୍ୟ ଦେଖିବା ପାଇଁ ମିଳିବ । ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ମଧ୍ୟ ଏହି ମୁଭିରେ ନଜର ଆସିବେ । ଫିଲ୍ମରେ ରଶ୍ମିକାଙ୍କ ଲୁକ୍ ଦର୍ଶକଙ୍କ ମନ ଜିଣୁଛି ।
ଅକ୍ଟୋବର ୭ରେ ରିଲିଜ୍ ହେବ ଫିଲ୍ମ
ଅମିତାଭ ବଚ୍ଚନ ରଶ୍ମିକା ମନ୍ଦାନାଙ୍କ ପିତା ଭୂମିକାରେ ଓ ନିନା ଗୁପ୍ପା ମା'ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରରେ ଅଭିଷେକ ଖନ୍ନା ,ସାହିଲ ମେହେତା ,ପୱେଲ୍ ଗୁଲାଟି ,ପାୟଲ ଥାପା ଆଦି ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଫିଲ୍ମଟି ଅକ୍ଟୋବର ୭ରେ ସିନେମା ହଲରେ ରିଲିଜ୍ ହେବ । ଟ୍ରେଲର ରିଲିଜ୍ ହେବା ପରଠୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ମଧ୍ୟ ବଢିଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ ।
ରଶ୍ମିକା ମନ୍ଦାନାଙ୍କ ବଲିଉଡ ଏଣ୍ଟ୍ରି
ସାଉଥ୍ ଫିଲ୍ମରେ ସଫଳତା ହାସଲ କରିବା ପରେ ଏବେ ଅଭିନେତ୍ରୀ ବଲିଉଡରେ ନିଜ ପାଦ ଦେଇଛନ୍ତି । ରଶ୍ମିକାଙ୍କା ,ହାତରେ ଅନେକ ଫିଲ୍ମ ଅଫର୍ ଏବେ ରହିଛି । ସେ ମିଶନ୍ ମଜନୁରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋସିଟରେ ନଜର ଆସିବେ । ସେହିପରି ପୁଷ୍ପା ୨ରେ ମଧ୍ୟ ନଜର ଆସିବେ ରଶ୍ମିକା ।












Click it and Unblock the Notifications