ରିଲିଜ୍ ହୋଇଯାଇଛି ଫିଲ୍ମ 'Goodbye', ଦର୍ଶକ କହିଲେ 'The Best Family film of 2022'

ରିଲିଜ୍ ହୋଇଯାଇଛି ଫିଲ୍ମ 'Goodbye', ଦର୍ଶକ କହିଲେ 'The Best Family film of 2022'...

ମୁମ୍ବାଇ: ରିଲିଜ୍ ହୋଇଯାଇଛି ଫିଲ୍ମ 'Goodbye' । ଏହି ଫିଲ୍ମରେ ଏକ ପରିବାର କାହାଣୀ ଦେଖିବା ପାଇଁ ପାଇବେ ଦର୍ଶକ । ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । ସେ ପ୍ରଥମ ଥର ଅଭିନେତା ଅମିତାଭ ବଚ୍ଚନଙ୍କ ସହ ନଜଜର ଆସୁଛନ୍ତି । ଫିଲ୍ମ ପୁଷ୍ପାର ସଫଳତା ପରେ ଅଭିନେତ୍ରୀ ରଶ୍ମିକାଙ୍କ ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ବେଶ୍ ବଢିଯାଇଛି । 'Goodbye' ଏକ ଛୋଟ ବଜେଟ୍ ଫିଲ୍ମ । ଫିଲ୍ମର କାହାଣୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ହେଲେ କିଛି ସିନେପ୍ରେମୀଙ୍କ ମତରେ ଫିଲ୍ମର କାହାଣୀ ଆଉ ଟିକେ ଭଲ ହୋଇ ପାରିଥାନ୍ତା ।

Goodbye Review

ଫିଲ୍ମର କାହାଣୀ
ଚଳଚ୍ଚିତ୍ରରେ ଅମିତାଭ ଏବଂ ନୀନା ଗୁପ୍ତାଙ୍କର ଚାରି ସନ୍ତାନ ଅଛନ୍ତି ଯେଉଁମାନେ ନିଜ ପରିବାରଠାରୁ ଦୂରରେ ରୁହନ୍ତି । ନୀନାଙ୍କର ହୃଦଘାତରେ ମୃତ୍ୟୁ ପରେ ଆରମ୍ଭ ହୋଇଥାଏ ଫିଲ୍ମର ଅସଲ କାହାଣୀ । ସ୍ତ୍ରୀର ଚାଲିଗଲା ପରେ ଅମିତାଭ କିପରି ନିଜ ପିଲାମାନଙ୍କୁ ପତ୍ନୀଙ୍କ ଅନ୍ତିମ ସଂସ୍କାରକୁ ନିମନ୍ତ୍ରଣ କରୁଛନ୍ତି ଏବଂ ପିଲାମାନେ ପ୍ରକୃତର ନିଜ ପରିବାରକୁ କେତେ ଭଲ ପାଉଛନ୍ତି ! ଏହା ହିଁ ଫିଲ୍ମର କାହାଣୀ । ରଶ୍ମିକା ମନ୍ଦାନା ଫିଲ୍ମରେ ଜଣେ ଓକିଲ ଭୂମିକାରେ ନଜର ଆସୁଛନ୍ତି । ଯିଏ ରୀତିନୀତିରେ ବିଶ୍ୱାସ କରନ୍ତି ନାହିଁ । ଫିଲ୍ମର କାହାଣୀ ବିଜ୍ଞାନ ଏବଂ ବିଶ୍ୱାସ ସହିତ ଜଡିତ । ରଶ୍ମିକା ଅମିତାଭ ଓ ନିନାଙ୍କ ଝିଅ ଚରିତ୍ରରେ ନଜର ଆସୁଛନ୍ତି ।

ଅଭିନୟ
ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କର ଚମତ୍କାର ଅଭିନୟ ଦେଖିବା ପାଇଁ ମିଳୁଛି । ଅମିତାଭଙ୍କ ଅଭିନୟକୁ କୌଣସି ପ୍ରକାରେ ସମୀକ୍ଷା କରାଯାଇପାରିବ ନାହିଁ । ସେ ତାଙ୍କ ଚରିତ୍ରରେ ସମ୍ପୂର୍ଣ୍ଣ ଫିଟ୍ ନଜର ଆସନ୍ତି । ପୁଷ୍ପାରେ ଶ୍ରୀବଲି ପରେ ରଶ୍ମିକା ମନ୍ଦନାଙ୍କୁ ଏକ ଆଧୁନିକ ଚରିତ୍ରରେ ଦେଖିବା ପାଇଁ ମିଳୁଛି । ରଶ୍ମିକା ହିନ୍ଦୀ ଡବିଂ ଭଲ କରିଛନ୍ତି ହେଲେ କେତେକ ସ୍ଥାନରେ ସାଉଥ୍ ଉଚ୍ଚାରଣ ମଧ୍ୟ ଆସୁଛି । କିନ୍ତୁ ସେ ଅଭିନୟ ଜରିଆରେ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଫିଲ୍ମର କହାଣୀକୁ ବେଶ ପସନ୍ଦ କରୁଛନ୍ତି । କିଛି ଦର୍ଶକ ତ ଏହି ସିନେମାକୁ 'The Best Family film of 2022'ର ଆକ୍ଷା ଦେଇଛନ୍ତି ।

ଅରୁଣ ବାଲିଙ୍କ ଶେଷ ଚଳଚ୍ଚିତ୍ର 'Goodbye'

ଆଜି ବଲିଉଡର ଭେଟେରାନ ଅଭିନେତା ଅରୁଣ ବାଲି ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କ ଚିକିତ୍ସା କରାଯାଉଥିଲା । ଅରୁଣ ବାଲି ମ୍ୟାସ୍ଥେନିଆ ନାମକ ଏକ ବିରଳ ରୋଗ ସହ ଲଢୁଥିଲେ । ଫିଲ୍ମ 'ଗୁଡବାଏ' ଚଳଚ୍ଚିତ୍ରରେ ଅରୁଣ ବାଲି ମଧ୍ୟ ନଜର ଆସୁଛନ୍ତି । ତାଙ୍କୁ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳୁଛି । ଟ୍ରେଲରରେ ମଧ୍ୟ ପ୍ରଶଂସକମାନେ ଅଭିନେତାଙ୍କର ଝଲକ ଦେଖିବା ପାଇଁ ପାଇଥିଲେ । ସେ ନିଜ ଅଭିନୟ ରେ ପ୍ରତ୍ୟକଥର ଭିନ୍ନ ସ୍ୱାଦ ଛାଡିଥାନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ପ୍ରଶଂସକଙ୍କ ପାଇଁ ସ୍ମରଣୀୟ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+