ଜୀବିତ ଅଛି ଗୋଲ୍ଡି ବରାର, ସୂଚନା ଦେଲା ଆମେରିକା ପୋଲିସ
Goldy Barar Alive: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଷଡଯନ୍ତ୍ର ରଚିଥିବା ଗୋଲ୍ଡି ବରାରଙ୍କ ମୃତ୍ୟୁ ଖବରକୁ ନେଇ କାଲି ନ୍ୟୁଜ୍ ପ୍ରକାଶ ପାଇବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ଏହା କେବଳ ଏକ ଗୁଜବ ବୋଲି ବର୍ତ୍ତମାନ ସ୍ପଷ୍ଟ ହୋଇଛି । କୁହାଯାଇଥିଲା ଯେ, ଗତ ମଙ୍ଗଳବାର ଦିନ କାଲିଫର୍ନିଆର ଫେୟାରମୋଣ୍ଟ ହୋଟେଲ ବାହାରେ ଦୁଇଜଣ ଯୁବକଙ୍କୁ ଗୁଳି କରାଯାଇଥିଲା। ସେଥିମଧ୍ୟରୁ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ବୋଲ୍ଡି ବରାର ବୋଲି କୁହାଯାଇଥିଲା, ଏହି ଖବର ସବୁଠି ଚହଳ ସୃଷ୍ଟି କରିଥିଲା । ହେଲେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆମେରିକୀୟ ପୋଲିସର ବିବୃତ୍ତି ପ୍ରକାଶ ପାଇଛି ଏବଂ ସେମାନେ ଗୋଲ୍ଡି ବରାରଙ୍କ ମୃତ୍ୟୁ ଖବରକୁ ମିଛ ବୋଲି କହିଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାରଙ୍କ ମୃତ୍ୟୁ ଖବର ସମ୍ପୁର୍ଣ୍ଣ ମିଥ୍ୟା ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗୋଲଡି ଅନେକ ସେଲିବ୍ରେଟଙ୍କୁ ହତ୍ୟା ଧମକ ଦେଇଥିବା ନେଇ ସୂଚନା ରହିଛି । ଗୋଲ୍ଡି ବରାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇ ଆସୁଛି । ନିକଟରେ ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ଼ କରାଯାଇଥିଲା । ଯାହାର ଦାୟିତ୍ୱ ଲୋରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ନେଇଥିଲେ ।
ବ୍ଲାକ୍ ବକ୍ ମାମଲା ପରଠାରୁ ବିଷ୍ଣୋଇ ଗ୍ୟାଙ୍ଗ୍ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇ ଆସୁଛି । ଲରେନ୍ସ ବିଷ୍ଣୋଇ ମଧ୍ୟ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଥିବା ନେଇ ସୂଚନା ରହିଛି ।
ସଲମାନ ଖାନଙ୍କ ବ୍ୟତୀତ ପଞ୍ଜାବୀ ରାପର ହନି ସିଂଙ୍କୁ ମଧ୍ୟ ଗୋଲ୍ଡି ବରାର ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ଗୋଲ୍ଡି ତାଙ୍କୁ ଏକ ଭଏସ୍ ନୋଟ୍ ପଠାଇଥିଲେ । ଏହା ପରେ ହନି ସିଂ ଦିଲ୍ଲୀର ସ୍ପେଶାଲ ସେଲରେ ଅଭିଯୋଗ କରି ସୁରକ୍ଷା ଦାବି କରିଥିଲେ।












Click it and Unblock the Notifications