OTT'ରେ ରିଲିଜ୍ ହେଲା ସୁପରହିଟ୍ ଫିଲ୍ମ 'ଗଡଫାଦର', ଏହି ପ୍ଲାଟଫର୍ମରେ ଦେଖନ୍ତୁ ଚିରଞ୍ଜୀବିଙ୍କ ଜବରଦସ୍ତ ଆକ୍ସନ
OTT'ରେ ରିଲିଜ୍ ହେଲା ସୁପରହିଟ୍ ଫିଲ୍ମ 'ଗଡଫାଦର'
ମୁମ୍ବାଇ: ବକ୍ସଅଫିସରେ ଜବରଦସ୍ତ ଆୟ କରିବା ପରେ ଏବେ OTT'ରେ ରିଲିଜ୍ ହେଲା ବିଗ୍ ଏବଂ ମଲ୍ଟି ଷ୍ଟାରର ଫିଲ୍ମ 'ଗଡଫାଦର' । ସାଉଥ ସୁପରଷ୍ଟାର ଚିରଞ୍ଜୀବି, ଅଭିନେତ୍ରୀ ନୟନତାରା ଏବଂ ସଲମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାର ମୌକା ପାଇଛନ୍ତି ଦର୍ଶକ । ଏହି ଚଳଚ୍ଚିତ୍ରଟି ନଭେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ବକ୍ସଅଫିସରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବା ପରେ 'ଗଡଫାଦର' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଏହି ଫିଲ୍ମ ୧୯ ନଭେମ୍ବର ଠାରୁ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହୋଇଛି । ବର୍ତ୍ତମାନ ସିନେପ୍ରେମୀ ଏହାକୁ OTT'ରେ ମଧ୍ୟ ଉପଭୋଗ କରିପାରିବେ । ସୁପରଷ୍ଟାର ଚିରଞ୍ଜୀବିଙ୍କ ଏହି ଫିଲ୍ମ ହେଉଛି ମାଲାୟାଲମ୍ ବ୍ଲକବଷ୍ଟର ଫିଲ୍ମ 'ଲୁସିଫେର୍'ର ଅଫିସିଆଲ୍ ରିମେକ୍ । ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୫ ରେ ସାରା ଭାରତରେ ମୁକ୍ତିଲାଭ କରିଥିଲା । ତେବେ ଖାସ୍ କଥା ହେଲେ ଏହି ସିନେମାରେ ବଲିଉଡର ଦବଙ୍ଗ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଫିଲ୍ମରେ ଚିରଞ୍ଜୀବିଙ୍କ ସହ ତାଙ୍କର ଏକ ଆଇଟମ୍ ଗୀତ ମଧ୍ୟ ଅଛି ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି । ନିକଟରେ ନେଟଫ୍ଲିକ୍ସ ଇନଷ୍ଟାଗ୍ରାମରେ ଫିଲ୍ମର ଡିଜିଟାଲ ପ୍ରିମିୟର ବିଷୟରେ ଘୋଷଣା କରିଥିଲ ।
worldwide ହିଟ୍ ଚଳଚ୍ଚିତ୍ର
ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଗଡଫାଦର worldwide ଆୟ ପ୍ରାୟ ୧୦୦ କୋଟିରୁ ଅଧିକ । ଓପନିଂ ଦିନକୁ ଦର୍ଶକଙ୍କ ମଧ୍ୟରେ ଫିଲ୍ମର ଚାହିଦା ରହିଥିଲା । ମୋହନ ରାଜାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର କେବଳ ସାରା ବିଶ୍ୱରେ ହିଟ୍ ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଆମେରିକାରେ ୧ ମିଲିୟନ୍ ଡଲାରର ବ୍ୟବସାୟ କରିଛି ।
ସଲମାନ- ଚିରଞ୍ଜୀବିଙ୍କ ସୁପରହିଟ୍ ଯୋଡି
ଫିଲ୍ମର ସଫଳତା ଦେଖି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପ୍ରଶଂସା କରିଥିଲେ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହି ଫିଲ୍ମରେ କାମ କରିବା ପାଇଁ ସଲମାନ କୌଣସି ଫି' ନେଇନଥିଲେ । ଚିରଞ୍ଜୀବିଙ୍କ ପାଇଁ ସେ ଫ୍ରି'ରେ ଏହି ଚଳଚ୍ଚିତ୍ର ପାଇଁ କାମ କରିଥିଲେ । ସେହିପରି ସଲମାନ ମଧ୍ୟ ଚିରଞ୍ଜୀବିଙ୍କର ଖୁବ୍ ପ୍ରଶଂସା କରିଥିଲେ । ଉଭୟଙ୍କ ଖାସ୍ ବନ୍ଧୁତାକୁ ପ୍ରଶଂସକଙ୍କର ବେଶ୍ ଭଲ ପାଇବା ମିଳୁଛି ।












Click it and Unblock the Notifications