ମହଙ୍ଗା ପଡିଲା ଗୋଆ ବିଚରେ ଉଲଗ୍ନ ଦୌଡ : ମିଲିନ୍ଦ ସୋମନଙ୍କ ନାଁରେ ମାମଲା ରୁଜୁ
ଜନ୍ମଦିନରେ ଗୋଆ ବିଚରେ ଉଲଗ୍ନ ହୋଇ ଦୌଡିବା ଶେଷରେ ଅଭିନେତା ମିଲିନ୍ଦ ସୋମନଙ୍କ ପାଇଁ ମହଙ୍ଗା ପଡିଛି । ଏନେଇ ଗୋଆର କୋଲବା ପୁଲିସରେ ଏକ ମାମଲା ରୁଜୁ କରିଛି ।
ମୁମ୍ବାଇ : ଜନ୍ମଦିନରେ ଗୋଆ ବିଚରେ ଉଲଗ୍ନ ହୋଇ ଦୌଡିବା ଶେଷରେ ଅଭିନେତା ମିଲିନ୍ଦ ସୋମନଙ୍କ ପାଇଁ ମହଙ୍ଗା ପଡିଛି । ଏନେଇ ଗୋଆର କୋଲବା ପୁଲିସରେ ଏକ ମାମଲା ରୁଜୁ କରିଛି । ଆଇପିସି ଧାରା 294 ଏବଂ ଆଇଟି ଆକ୍ଟ ଧାରା 67 ଅନୁସାରେ ପୁଲିସ ମାମଲା ରୁଜୁ କରିଛି । ଏସମ୍ପର୍କରେ ଗୋଆ ସୁରକ୍ଷା ମଞ୍ଚ ଥାନାରେ ଅଭିଯୋଗ କରିଥିଲା ।
ଘଟଣାରୁ ପ୍ରକାଶ ଯେ, ଗତ ନଭେମ୍ବର 4 ତାରିଖରେ ବଲିଉଡର ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ ଉଲଗ୍ନ ହୋଇ ଗୋଆ ବିଚରେ ଦୌଡିଥିଲେ । ଏହି ସମୟରେ ତାଙ୍କ ପତ୍ନୀ ଏହାର ଫଟୋ ଉଠାଇଥିଲେ ।

ଯାହାକୁ ପରବର୍ତ୍ତି ସମୟରେ ମିଲିନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଫଟୋଟି ସୋସିଆଲ୍ ମିଡିଆରେ ପୋଷ୍ଟ ହେବା କ୍ଷଣି ଭାଇରାଲ୍ ହୋଇଥିଲା । ପରବର୍ତ୍ତି ସମୟରେ ଏହାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା । ଯାହାକୁ ନେଇ ଗୋଆ ସୁରକ୍ଷା ମଞ୍ଚ ଥାନାରେ ଏକ ଅଭିଯୋଗ କରିଥିଲା । ସୂଚନାଥାଉକି, କିଛିଦିନ ତଳେ ଗୋଆରେ ଅଶ୍ଲୀଳ ଫଟୋସୁଟ୍ କରିବା ଅଭିଯୋଗରେ ପୁନମ ପାଣ୍ଡେଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇଥିଲା ।












Click it and Unblock the Notifications