ସୋନାଲି ହତ୍ୟା ମାମଲା: ତଦନ୍ତ କରିବ ସିବିଆଇ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ସୋନାଲି ହତ୍ୟା ମାମଲା: ତଦନ୍ତ କରିବ ସିବିଆଇ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
Sonali Phogat Case: ଟିକ୍ଟକ୍ ଷ୍ଟାର୍ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ଗୋଆ ପୋଲିସଠୁ ସମସ୍ତ ମାମଲା ସିବିଆଇକୁ ସ୍ଥାନାନ୍ତର କରାଯିବ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋନାଲିଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।

ତେବେ ଅଭିନେତ୍ରୀ ସୋନାଲିଙ୍କ ଝିଅ ଓ ପରିବାର ତରଫରୁ ଲଗାତାର ଭାବେ ସିବିଆଇ ତଦନ୍ତ ଦାବି କରାଯାଉଥିଲା । ହରିୟାଣା ସରକାର ମଧ୍ୟ ଏହି ଦାବିକୁ ସମର୍ଥନ କରୁଥିଲେ । ଶେଷରେ ଗୋଆ ମୁଖ୍ୟମନ୍ତ୍ରୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କରିଛନ୍ତି । ଏହି ମାମଲାକୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି 'ସୋନାଲି ଫୋଗଟଙ୍କ ହତ୍ୟା ମାମଲାରେ ଗୋଆ ପୋଲିସ ସଠିକ୍ ତଦନ୍ତ କରୁଥିଲା । ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ମଧ୍ୟ ମିଳିଛି । ହେଲେ ଅଭିନେତ୍ରୀଙ୍କ ଝିଅ ସିବିଆଇ ତଦନ୍ତ ଦାବି କରିଥିଲେ । ଯେଉଁଥି ପାଇଁ ଆଜି ଆମେ ଏହି ମାମଲାକୁ ସିବିଆଇକୁ ଦେବାକୁ ସୁପାରିଶ କରିଛୁ' । ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜେ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି କହିଛନ୍ତି ।
ସୂଚନାଅନୁସାରେ, ଅଗଷ୍ଟ ୨୩ ତାରିଖରେ ଗୋଆରେ ସୋନାଲିଙ୍କର ମୃତ୍ୟୁ ହୋଇଥିଲା । ଏକ ରିସୋର୍ଟରେ ପାର୍ଟି ପରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସୋନାଲିଙ୍କ ପରିବାର ଲଗାତର ଭାବେ ସିବିଆଇ ତଦନ୍ତ ଦାବି କରିଆସୁଥିଲା ।












Click it and Unblock the Notifications