ଆମେରିକାର ସୁପରମଡେଲ ଗିଗି ହାଦିଦଙ୍କ ବ୍ୟାଗରୁ ଗଞ୍ଜେଇ ଜବତ
Gigi Hadid Arrested:ଆମେରିକାର ସୁପରମଡେଲ ଗିଗି ହାଦିଦଙ୍କ ବ୍ୟାଗରୁ ଗଞ୍ଜେଇ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ରିପୋର୍ଟ ଅନୁସାରେ, ଗିଗି ହାଦିଦ କେମେନ ଦ୍ୱୀପପୁଞ୍ଜରେ ଛୁଟି କାଟିବା ସମୟରେ ତାଙ୍କୁ ବ୍ୟାଗରୁ ଗଞ୍ଜେଇ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଜୁଲାଇ ୧୦ ତାରିଖରେ ୨୮ ବର୍ଷୀୟ ଗିଗି ହାଦିଦଙ୍କୁ ଓଭେନ ରୋବର୍ଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଥିଲା। ବ୍ୟକ୍ତିଗତ ବିମାନରେ ସେ ନିଜ ସାଙ୍ଗଙ୍କ ସହ ଏଠାରେ ପହଞ୍ଚିଥିଲେ। ବିମାନ ଅବତରଣ କରିବା ପରେ କଷ୍ଟମ ଅଧିକାରୀମାନେ ସେମାନଙ୍କୁ ଯାଞ୍ଚ କରିବା ସମୟରେ ତାଙ୍କ ବ୍ୟାଗରୁ ଗଞ୍ଜେଇ ଜବତ କରିଥିଲା ।

ଗିଗି ହାଦିଦ ଏବଂ ତାଙ୍କ ସାଙ୍ଗ ବ୍ୟାଗରୁ ଗଞ୍ଜେଇ ଜବତ କରିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା। ଗଞ୍ଜେଇ ବ୍ୟତୀତ ଗିଗିଙ୍କ ଲଗେଜରେ ବାସନ ମିଳିଛି, ଯାହାର ବ୍ୟବହାର ଗଞ୍ଜେଇ ପିଇବା ପାଇଁ ବ୍ୟବହାର କରାଯାଏ । ଗିଗି ଏବଂ ତାଙ୍କ ସାଙ୍ଗଙ୍କୁ ଜେଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଜାମିନ ମିଳିବା ପରେ ଉଭୟଙ୍କୁ ଜେଲରୁ ମୁକ୍ତକରାଯାଇଛି ।
ଗିଗି ଏବଂ ତାଙ୍କ ବନ୍ଧୁ ମ୍ୟାକକାରି 12 ଜୁଲାଇରେ କୋର୍ଟରେ ହାଜର ହୋଇଥିଲେ ଯେଉଁଠାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଉଭୟ ଏଠାରେ ନିଜର ଅପରାଧ ସ୍ୱୀକାର କରିଛନ୍ତି ଏବଂ ଉଭୟଙ୍କୁ 1000 ଡଲାର ଜରିମାନା କରାଯାଇଛି, କିନ୍ତୁ ସେମାନଙ୍କୁ ଦଣ୍ଡ ଦିଆଯାଇ ନାହିଁ।












Click it and Unblock the Notifications