ଭେଟେରାନ୍ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ
Pankaj Udhas Death: ପ୍ରସିଦ୍ଧ ତଥା ଭେଟରାନ୍ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ । ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ପଙ୍କଜଙ୍କ ପରଲୋକ ଖବର ପରେ ବଲିଉଡ ଏବଂ ସଙ୍ଗୀତ ଜଗତରେ ଶୋକର ଛାୟ ଖେଳିଯାଇଛି । ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଏବଂ ବିଶିଷ୍ଠ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ପଙ୍କଜ ଉଧାସ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗାୟକଙ୍କ ଝିଅ ନାୟାବ ଉଧାସ ଏହା ନିଶ୍ଚିତ କରିଛନ୍ତି। ତେବେ ଗାୟକଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ।
ସୂଚନାନୁସାରେ,ପଙ୍କଜ ଉଧାସଙ୍କୁ ମୁମ୍ବାଇର ବ୍ରେଜ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ। 26 ଫେବୃଆରୀ ଦିନ 11 ଟା ସମୟରେ ଗାୟକ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗାୟକଙ୍କ ମୃତ୍ୟୁ ଖବର ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟ ଖେଳିଯାଇଛି । ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
୧୯୮୦ରେ ତାଙ୍କର ପ୍ରଥମ ଆଲବମ୍ 'ଆହଟ୍' ରିଲିଜ୍ ହୋଇଥିଲା । ସେହିପରି ବଲିଉଡ ଫିଲ୍ମ 'ତୁ ହସିନ୍ ମେ ଯବାଁ' ଫିଲ୍ମରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ କିଶୋର କୁମାର ସହ ପ୍ରଥମ ଥର ଗୀତ ଗାଇଥିଲେ। ତେବେ 'ନାମ୍' ଫିଲ୍ମର 'ଚିଠି ଆଇ ହେ' ଗୀତରୁ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା ।












Click it and Unblock the Notifications