ସୁପରଷ୍ଟାର ଶାହାରୁଖ ଖାନଙ୍କ ପାଇଁ ମିଳୁନି ପତ୍ନୀ ଗୌରୀଙ୍କୁ କାମ !
ସୁପରଷ୍ଟାର ଶାହାରୁଖ ଖାନଙ୍କ ପାଇଁ ମିଳୁନି ପତ୍ନୀ ଗୌରୀଙ୍କୁ କାମ !
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପାଇଁ ମିଳୁନି ଗୌରୀ ଖାନଙ୍କୁ କାମ । କାମ ଦେଉନି ଷ୍ଟାରଡମ । ନିକଟରେ ସ୍ୱାମୀ ଶାହାରୁଖଙ୍କୁ ନେଇ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ପତ୍ନୀ ଗୌରୀ । ଶାହାରୁଖ ଖାନଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ରହିଛନ୍ତି । ସେହିପରି ଶାହାରୁଖ ଖାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ପରିବାର ବିଷୟରେ ଜାଣିବା ପାଇଁ ମଧ୍ୟ ଫ୍ୟାନ୍ସ ବେଶ୍ ଆଗ୍ରହୀ ।

ନିକଟରେ ଶାହରୁଖ ଖାନଙ୍କ ପତ୍ନୀ ତଥା ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ ପ୍ରକାଶ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ନାମ ପାଇଁ ତାଙ୍କୁ ଅଧାରୁ ଅଧିକ କାମ ମିଳିଥାଏ ହେଲେ ବେଳେ ବେଳେ ଅନେକ କାମ ତାଙ୍କ ହାତରକୁ ପଳାଇ ମଧ୍ୟ ଯାଇଥାଏ । କରଣଙ୍କ ଶୋ 'କଫି ୱିଥ୍ କରଣ' ରେ ପହଁଚିଥିଲେ ଗୌରୀ ଖାନ । ଏହି ସମୟରେ ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ବିଷୟରେ ଆଲୋଚନା କରିଥିଲେ ।
ଏହି ଶୋ' ରେ କରଣ ଗୌରୀ ଖାନଙ୍କୁ ପଚାରିଥିଲେ ଯେ ଶାହାରୁଖ ଖାନଙ୍କ ସଫଳତା ବା ଷ୍ଟାରଡମ ସହ କାମ କରିବା କଷ୍ଟ ନା ସହଜ । ଏହାର ବେଶ୍ ସକରାତ୍ମକ ଉତ୍ତର ଦେଇଥିଲେ ଗୌରୀ ସେ କହିଥିଲେ 'ଅନେକ ଥର ତାଙ୍କୁ ଶାହାରୁଖ ଖାନଙ୍କ ପାଇଁ ପ୍ରୋଜେକ୍ଟ ମିଳିଥାଏ । ହେଲେ ଏପରି ସମୟ ମଧ୍ୟ ସେ ଦେଖିଛନ୍ତି ଯେତେବେଳେ ଏହି ନାଁ ଅର୍ଥାତ୍ ଶାହାରୁଖଙ୍କ ନାଁ ପାଇଁ ତାଙ୍କ ହାତରୁ ଅନେକ କାମ ପଳାଇ ମଧ୍ୟ ଯାଇଥାଏ । ୫୦% କାମ ତାଙ୍କୁ ଶାହାରୁଖ ପାଇଁ ମିଳି ନଥାଏ ।












Click it and Unblock the Notifications