ମା'ହେବାର ୧୦ ଦିନ ପରେ ୧୦ କିଲୋ ଓଜନ ହ୍ରାସ କଲେ ଗୌହର, ଜାଣନ୍ତୁ ଏହାର ରାଜ୍

Gauahar Khan Fitness Video: ଗୌହର ଖାନ ଏବଂ ତାଙ୍କ ସ୍ୱାମୀ ଜୈଦ ଦରବାର ଚଳିତ ବର୍ଷ ଏକ ପୁତ୍ର ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି । ସେବେଠାରୁ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ଏବଂ ପୁଅ ସହ ଜଡିତ ପ୍ରତ୍ୟେକ ଅପଡେଟ୍ ସେୟାର କରିଥା'ନ୍ତି । ଏହା ବ୍ୟତୀତ, ଗୌହର ପ୍ରସବ ପରେ ପ୍ରଶଂସକଙ୍କ ସହ ନିଜର ଫିଟନେସ୍ ରୁଟିନ୍ ମଧ୍ୟ ବାଣ୍ଟୁଛନ୍ତି ।

ପୁଅ ଜନ୍ମ ହେବାର 10 ଦିନ ପରେ 10 କିଲୋ ଓଜନ ହ୍ରାସ କରି ଅଭିନେତ୍ରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଗୌହର ପୁଣି ଇନଷ୍ଟାରେ ତାଙ୍କ ଫିଟନେସ ଭିଡିଓ ସେୟାର କରିବା ଆରମ୍ଭ କରିଦେଇଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଏବେ ଅଭିନେତ୍ରୀଙ୍କ ଫିଟନେସ୍ ରାଜ୍ ଜାଣିବା ଚାହୁଁଛନ୍ତି ।

Gauahar Khan

ଗୌହର ଖାନ ସର୍ବଦା ନିଜ ଫିଟନେସ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଡେଲିଭରିର ମାତ୍ର 15 ଦିନ ପରେ ସେ ଏକ ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ କହିଥିଲେ ଯେ, ସେ 10 ଦିନରେ 10 କିଲୋ କମାଇବାରେ ସଫଳ ହୋଇଛନ୍ତି ଆଗକୁ ସେ ଆହୁରି ୬ କିଲୋ ହ୍ରାସ କରିବାକୁ ଚାହୁଁଛନ୍ତି ।

ଯେଉଁଥି ପାଇଁ ସେ ୟୋଗା ଏହଂ ଡାଏଡର ପୁରା ଧ୍ୟାନ ରଖୁଛନ୍ତି । ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ତାଙ୍କୁ ୱାର୍କଆଉଟ୍ କରୁଥିବାର ଦେଖିବା ପାଇଁ ମିଳୁଛି ।

ଗୌହର ଖାନ ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି । ବଲିଉଡ ଫିଲ୍ମ ଏବଂ OTT ସିରିଜରେ ତାଙ୍କ ଅଭିନୟକ ଦର୍ଶକଙ୍କ ମନ ଜିଣିଥାଏ । ଅଭିନେତ୍ରୀ 'ଇଶକଜାଦେ', 'ବେଗମ୍ ଜାନ','ବଦ୍ରି କି ଦୁଲହାନିଆ' ଏବଂ ଏପରି ଅନେତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେହିରରି ଟିଭି ସୋ' 'ଝଲକ ଦିଖଲା ଜା 3' ଏବଂ 'ଖତରୋ କେ ଖିଲାଡି 5' ଭଳି ରିଆଲିଟି ସୋରେ ମଧ୍ୟ ତାଙ୍କ ଜଲୱା ଦେଖିବା ପାଇଁ ମିଳିଛି । ସେହିପରି ସେ 'ବିଗ୍ ବସ୍ 7' ର ବିଜେତା ମଧ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+